ମୁଖ୍ୟମନ୍ତ୍ରୀ ବାସଭବନରୁ ଆତିଶୀଙ୍କ ସାମଗ୍ରୀ ଫିଙ୍ଗିଦେଲେ ଏଲଜି
ନୂଆଦିଲ୍ଲୀ, ୧୦।୧୦: ଦିଲ୍ଲୀ ଉପ ରାଜ୍ୟପାଳ ଭି.କେ. ସକ୍ସେନାଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀ ଆତିଶୀଙ୍କର ଆସବାବପତ୍ରକୁ ସିଭିଲ ଲାଇନ୍ସର ଫ୍ଲାଗଷ୍ଟାଫ୍ ରୋଡସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ନିବାସରୁ ଫିଙ୍ଗାଯାଇଥିବା ନେଇ ବୁଧବାର ଆମ୍ ଆଦମୀ ପାର୍ଟି(ଆପ୍)ପକ୍ଷରୁ ଅଭିଯୋଗ କରାଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନକୁ କବ୍ଜା କରିବା ପାଇଁ ଭାଜପା ଷଡ଼ଯନ୍ତ୍ର କରୁଥିବା ନେଇ ଆପ୍ ଅଭିଯୋଗ କରିଛି। ଏନେଇ ଆପ୍ ପକ୍ଷରୁ କେତେକ ଫଟୋ ଓ ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି। ତେବେ ଦିଲ୍ଲୀ ଉପ ରାଜ୍ୟପାଳଙ୍କ […] The post ମୁଖ୍ୟମନ୍ତ୍ରୀ ବାସଭବନରୁ ଆତିଶୀଙ୍କ ସାମଗ୍ରୀ ଫିଙ୍ଗିଦେଲେ ଏଲଜି appeared first on Dharitri Odia News.
ନୂଆଦିଲ୍ଲୀ, ୧୦।୧୦: ଦିଲ୍ଲୀ ଉପ ରାଜ୍ୟପାଳ ଭି.କେ. ସକ୍ସେନାଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀ ଆତିଶୀଙ୍କର ଆସବାବପତ୍ରକୁ ସିଭିଲ ଲାଇନ୍ସର ଫ୍ଲାଗଷ୍ଟାଫ୍ ରୋଡସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ନିବାସରୁ ଫିଙ୍ଗାଯାଇଥିବା ନେଇ ବୁଧବାର ଆମ୍ ଆଦମୀ ପାର୍ଟି(ଆପ୍)ପକ୍ଷରୁ ଅଭିଯୋଗ କରାଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନକୁ କବ୍ଜା କରିବା ପାଇଁ ଭାଜପା ଷଡ଼ଯନ୍ତ୍ର କରୁଥିବା ନେଇ ଆପ୍ ଅଭିଯୋଗ କରିଛି। ଏନେଇ ଆପ୍ ପକ୍ଷରୁ କେତେକ ଫଟୋ ଓ ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି। ତେବେ ଦିଲ୍ଲୀ ଉପ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ସୂତ୍ର ଅନୁଯାୟୀ, ଫ୍ଲାଗଷ୍ଟାଫ୍ ରୋଡସ୍ଥିତ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ରହୁଥିବା ସରକାରୀ ବାସଭବନକୁ ଆନୁଷ୍ଠାନିକଭାବେ ନୂତନ ମୁଖ୍ୟମନ୍ତ୍ରୀ ଆତିଶୀଙ୍କର ବାସଭବନ ଭାବେ ଘୋଷଣା କରାଯାଇନାହିଁ।
The post ମୁଖ୍ୟମନ୍ତ୍ରୀ ବାସଭବନରୁ ଆତିଶୀଙ୍କ ସାମଗ୍ରୀ ଫିଙ୍ଗିଦେଲେ ଏଲଜି appeared first on Dharitri Odia News.