ଭିଏତନାମରେ ଲ୍ୟାଣ୍ଡଫଲ କଲା ସୁପର ଟାଇଫୁନ: ୪ ଲକ୍ଷ ଲୋକ ସ୍ଥାନାନ୍ତରିତ, ବିମାନ ସେବା ବାତିଲ

ନୂଆଦିଲ୍ଲୀ: ଭିଏତନାମରେ ଲ୍ୟାଣ୍ଡଫଲ କଲା ସୁପର ଟାଇଫୁନ ୟାଗି। ଚଳିତ ବର୍ଷର ପ୍ରଥମ ଶକ୍ତିଶାଳୀ ଘୂର୍ଣ୍ଣିଝଡ଼। ହାଇଫୁଙ୍ଗ ଉପକୂଳ ଓ କ୍ୱାଙ୍ଗ୍ ନିହ୍‌ ମଝିରେ ହିଟ୍‌ କରିଛି। ଲ୍ୟାଣ୍ଡଫଲ୍‌ ବେଳକୁ ପବନର ଘଣ୍ଟା ପ୍ରତି ବେଗ ଥିଲା ୧୬୦ କିମି। ଏହାକୁ ଦୃଷ୍ଟିରେ ରଖି ୪ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି।ସେପଟେ ଚୀନରେ ବ୍ୟାପକ ଧ୍ୱଂସ ରଚିଛି ଶକ୍ତିଶାଳୀ ଘୂର୍ଣ୍ଣିଝଡ ୟାଗୀ। ସାଇକ୍ଲୋନିକ୍ ଷ୍ଟର୍ମକୁ ଦୃଷ୍ଟିରେ ରଖି ଦକ୍ଷିଣ ଚୀନ୍‌ରେ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଦକ୍ଷିଣ ହୈନାନ ଦ୍ୱୀପ ପ୍ରଦେଶର କେତେକ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ପାଣିପାଗ ସେବା ଚେତାବନୀ ଦେଇଛି। ସରକାରୀ ସମ୍ବାଦ ଏଜେନ୍ସି ଜିନହୁଆର ଖବର ଅନୁଯାୟୀ, 'ୟାଗି' ହେଉଛି ଚଳିତ ବର୍ଷ ୧୧ ତମ ଘୂର୍ଣ୍ଣିଝଡ଼। ଚୀନ ଉପକୂଳରେ ପହଞ୍ଚିବା ବେଳକୁ ଏହାର ବେଗ ଘଣ୍ଟାପ୍ରତି ୨୩୪ କିମି ଥିଲା।ଚୀନ୍‌ର ଜଳସମ୍ପଦ ମନ୍ତ୍ରଣାଳୟ ଚେତାବନୀ ଦେଇଛି ଯେ ହୈନାନର ନନ୍ଦୁ ନଦୀ ଏବଂ ଚାଙ୍ଗୁଆ ନଦୀ, ଏବଂ ଗୁଆଙ୍ଗଡୋଙ୍ଗ ପ୍ରଦେଶର ଜିଆନଜିଆଙ୍ଗ ନଦୀ ଏବଂ ମୋୟାଙ୍ଗ ନଦୀ ଫୁଲିବାରେ ଲାଗିଛି। ଦକ୍ଷିଣ ପ୍ରଦେଶର ଗୁଆଙ୍ଗଡୋଙ୍ଗ 570,000 ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।

ଭିଏତନାମରେ ଲ୍ୟାଣ୍ଡଫଲ କଲା ସୁପର ଟାଇଫୁନ: ୪ ଲକ୍ଷ ଲୋକ ସ୍ଥାନାନ୍ତରିତ, ବିମାନ ସେବା ବାତିଲ

ନୂଆଦିଲ୍ଲୀ: ଭିଏତନାମରେ ଲ୍ୟାଣ୍ଡଫଲ କଲା ସୁପର ଟାଇଫୁନ ୟାଗି। ଚଳିତ ବର୍ଷର ପ୍ରଥମ ଶକ୍ତିଶାଳୀ ଘୂର୍ଣ୍ଣିଝଡ଼। ହାଇଫୁଙ୍ଗ ଉପକୂଳ ଓ କ୍ୱାଙ୍ଗ୍ ନିହ୍‌ ମଝିରେ ହିଟ୍‌ କରିଛି। ଲ୍ୟାଣ୍ଡଫଲ୍‌ ବେଳକୁ ପବନର ଘଣ୍ଟା ପ୍ରତି ବେଗ ଥିଲା ୧୬୦ କିମି। ଏହାକୁ ଦୃଷ୍ଟିରେ ରଖି ୪ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି।

ସେପଟେ ଚୀନରେ ବ୍ୟାପକ ଧ୍ୱଂସ ରଚିଛି ଶକ୍ତିଶାଳୀ ଘୂର୍ଣ୍ଣିଝଡ ୟାଗୀ। ସାଇକ୍ଲୋନିକ୍ ଷ୍ଟର୍ମକୁ ଦୃଷ୍ଟିରେ ରଖି ଦକ୍ଷିଣ ଚୀନ୍‌ରେ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଦକ୍ଷିଣ ହୈନାନ ଦ୍ୱୀପ ପ୍ରଦେଶର କେତେକ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ପାଣିପାଗ ସେବା ଚେତାବନୀ ଦେଇଛି। 

ସରକାରୀ ସମ୍ବାଦ ଏଜେନ୍ସି ଜିନହୁଆର ଖବର ଅନୁଯାୟୀ, 'ୟାଗି' ହେଉଛି ଚଳିତ ବର୍ଷ ୧୧ ତମ ଘୂର୍ଣ୍ଣିଝଡ଼। ଚୀନ ଉପକୂଳରେ ପହଞ୍ଚିବା ବେଳକୁ ଏହାର ବେଗ ଘଣ୍ଟାପ୍ରତି ୨୩୪ କିମି ଥିଲା।

ଚୀନ୍‌ର ଜଳସମ୍ପଦ ମନ୍ତ୍ରଣାଳୟ ଚେତାବନୀ ଦେଇଛି ଯେ ହୈନାନର ନନ୍ଦୁ ନଦୀ ଏବଂ ଚାଙ୍ଗୁଆ ନଦୀ, ଏବଂ ଗୁଆଙ୍ଗଡୋଙ୍ଗ ପ୍ରଦେଶର ଜିଆନଜିଆଙ୍ଗ ନଦୀ ଏବଂ ମୋୟାଙ୍ଗ ନଦୀ ଫୁଲିବାରେ ଲାଗିଛି। ଦକ୍ଷିଣ ପ୍ରଦେଶର ଗୁଆଙ୍ଗଡୋଙ୍ଗ 570,000 ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।