ଭିକମପାଲି ହାଇସ୍କୁଲ ପୁରାତନ ଛାତ୍ର ସଂସଦ ବୈଠକ

ଝାରସୁଗୁଡା ୩୧/୮ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଭିକମପାଲି ହାଇସ୍କୁଲ ସଭା ଗୃହରେ ଆଜି ପୁରାତନ ଛାତ୍ର ସଂସଦ ବୈଠକ ଅନୁଷ୍ଠିତ ହୋଇଥିଲା । ଭିକମପାଲି ହାଇସ୍କୁଲ ଛାତ୍ର ସଂସଦ ଉପ ସଭାପତି ତଥା ଅବସରପ୍ରାପ୍ତ ଶିକ୍ଷକ ଦୁଃଖୀଶ୍ୟାମ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ଉକ୍ତ ବୈଠକରେ ଆସନ୍ତା ସେପ୍ଟେମ୍ବର ୧୫ ତାରିଖରେ ହେବାକୁ ଥିବା ପୁରାତନ ଛାତ୍ର ସଂସଦ ର ସାଧାରଣ ଅଧିବେଶନ ଉପରେ ବିଷଦ ଭାବେ ଆଲୋଚନା ହେବା ସହିତ […] The post ଭିକମପାଲି ହାଇସ୍କୁଲ ପୁରାତନ ଛାତ୍ର ସଂସଦ ବୈଠକ appeared first on Odisha.News.

ଭିକମପାଲି ହାଇସ୍କୁଲ ପୁରାତନ ଛାତ୍ର ସଂସଦ ବୈଠକ

ଝାରସୁଗୁଡା ୩୧/୮ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଭିକମପାଲି ହାଇସ୍କୁଲ ସଭା ଗୃହରେ ଆଜି ପୁରାତନ ଛାତ୍ର ସଂସଦ ବୈଠକ ଅନୁଷ୍ଠିତ ହୋଇଥିଲା । ଭିକମପାଲି ହାଇସ୍କୁଲ ଛାତ୍ର ସଂସଦ ଉପ ସଭାପତି ତଥା ଅବସରପ୍ରାପ୍ତ ଶିକ୍ଷକ ଦୁଃଖୀଶ୍ୟାମ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ଉକ୍ତ ବୈଠକରେ ଆସନ୍ତା ସେପ୍ଟେମ୍ବର ୧୫ ତାରିଖରେ ହେବାକୁ ଥିବା ପୁରାତନ ଛାତ୍ର ସଂସଦ ର ସାଧାରଣ ଅଧିବେଶନ ଉପରେ ବିଷଦ ଭାବେ ଆଲୋଚନା ହେବା ସହିତ ସଦସ୍ୟ ମାନଙ୍କ ମଧ୍ୟରେ ବିଭିନ୍ନ ଦାୟିତ୍ୱ ବଣ୍ଟନ କରା ଯାଇଥିଲା । ଏହା ବ୍ୟତୀତ ଉକ୍ତ ଅଧିବେଶନରେ ଯେପରି ବହୁ ସଂଖ୍ୟାରେ ପୁରାତନ ଛାତ୍ରଛାତ୍ରୀ ଯୋଗଦାନ କରିବେ ସେଥିପାଇଁ ଉପସ୍ଥିତ ସମସ୍ତ ସଦସ୍ୟ ପ୍ରୟାସ ଜାରି ରଖିବା ପାଇଁ ନିଷ୍ପତ୍ତି ନିଆ ଯାଇଥିଲା । ଶେଷରେ ବରିଷ୍ଠ ସଦସ୍ୟ ନିତ୍ୟାନନ୍ଦ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ଆଜି ବୈଠକରେ ପୌଲସ୍ତ୍ୟ ମେହେର, ସୁଶୀଳ ସାହୁ, ବିପିନ ବିହାରୀ ସାହୁ,ତ୍ରିବିକ୍ରମ ପୂଜାରୀ, ମୁରଲୀଧର ବିଶ୍ଵାଳ, ଅଶ୍ୱିନୀ ପୂଜାରୀ, ଦିଲ୍ଲୀପ ପଟେଲ, ମହେନ୍ଦ୍ର କୁମାର ସାଏ, ପ୍ରମୋଦ ମେହେର, ସରୋଜ ନନ୍ଦ, ଜିତେନ୍ଦ୍ର ସାହୁ, ଭବାନୀ ମେହେର, ନିତ୍ୟାନନ୍ଦ ନାଏକ, ଚୂଳଧର ଗଡତିଆ, ନୃପଲାଲ ନାଏକ, ଅମୂଲ୍ୟ ନାଥ,ପଦ୍ମମୁଖ ରହେନା,ସୌକିଲାଲ ପଧାନ, ବିନୋଦ ବିଶ୍ଵାଳ, ମୋତିଲାଲ ଦାସ,ଶ୍ୟାମ ସୁନ୍ଦର ବଂଜାରା, ନିତ୍ୟାନନ୍ଦ ପସାୟତ, ରୋହିତ ମାଝୀଙ୍କ ସମେତ ପୁରାତନ ଛାତ୍ର ସଂସଦ ର ସଦସ୍ୟ ମାନେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରି ନିଜ ନିଜ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ ।

The post ଭିକମପାଲି ହାଇସ୍କୁଲ ପୁରାତନ ଛାତ୍ର ସଂସଦ ବୈଠକ appeared first on Odisha.News.