ବଡ଼ମାଳ ପଞ୍ଚାୟତରେ ନୋଡାଲ ପ୍ରେରଣା କେନ୍ଦ୍ର ଉଦଘାଟନ

ଜମନକିରା : ଜମନକିରା ବ୍ଲକ ବଡ଼ମାଳ ପଞ୍ଚାୟତ ସଦର ମହକୁମାରେ ଆଜି ଆନୁଷ୍ଠାନିକ ଭାବେ ଏକ ପ୍ରେରଣା କେନ୍ଦ୍ର ଉଦଘାଟନ ହୋଇ ଯାଇଛି। ଏହି ଉଦଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ଜମନକିରା ବିଡ଼ିଓ ରବୀନ୍ଦ୍ର କୁମାର ସେଠୀ ଯୋଗ ଦେଇ ନୋଡାଲ ପ୍ରେରଣା କେନ୍ଦ୍ର କୁ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଂଯୋଜିକା ପ୍ରିୟଙ୍କା ସିଂ, ସମିତି ସଭ୍ୟା ଜେମାଦେ଼ଇ ମାଝୀ, ସରପଞ୍ଚ ନରେଶ ସେଠ ପ୍ରମୁଖ ଉପସ୍ଥିତ ଥିଲେ। ଏହି କେନ୍ଦ୍ର ହେବା […] The post ବଡ଼ମାଳ ପଞ୍ଚାୟତରେ ନୋଡାଲ ପ୍ରେରଣା କେନ୍ଦ୍ର ଉଦଘାଟନ appeared first on Odisha.News.

ବଡ଼ମାଳ ପଞ୍ଚାୟତରେ ନୋଡାଲ ପ୍ରେରଣା କେନ୍ଦ୍ର ଉଦଘାଟନ

ଜମନକିରା : ଜମନକିରା ବ୍ଲକ ବଡ଼ମାଳ ପଞ୍ଚାୟତ ସଦର ମହକୁମାରେ ଆଜି ଆନୁଷ୍ଠାନିକ ଭାବେ ଏକ ପ୍ରେରଣା କେନ୍ଦ୍ର ଉଦଘାଟନ ହୋଇ ଯାଇଛି। ଏହି ଉଦଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ଜମନକିରା ବିଡ଼ିଓ ରବୀନ୍ଦ୍ର କୁମାର ସେଠୀ ଯୋଗ ଦେଇ ନୋଡାଲ ପ୍ରେରଣା କେନ୍ଦ୍ର କୁ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଂଯୋଜିକା ପ୍ରିୟଙ୍କା ସିଂ, ସମିତି ସଭ୍ୟା ଜେମାଦେ଼ଇ ମାଝୀ, ସରପଞ୍ଚ ନରେଶ ସେଠ ପ୍ରମୁଖ ଉପସ୍ଥିତ ଥିଲେ। ଏହି କେନ୍ଦ୍ର ହେବା ଦ୍ବାରା ମହିଳା ମାନଙ୍କ ବିଭିନ୍ନ ସମସ୍ୟା, ଅଧିକାର ଓ ସୁରକ୍ଷା ଦିଗରେ କାର୍ଯ୍ୟ କରାଯିବ ବୋଲି ଅଧିକାରୀ ମାନେ ପ୍ରକାଶ କରିଥିଲେ। ଏଥିରେ ୨୧ ଟି ପଞ୍ଚାୟତ ରୁ ପ୍ରେରଣା ଦିଦି ମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ କୁ ଓଡ଼ିଶା ଜୀବିକା ମିଶନ ର ଭରାପ୍ରାପ୍ତ ଵିପିଏମ ସରୋଜ କୁମାର ମିଶ୍ର ପରିଚାଳନା କରିଥିବା ବେଳେ ଅକ୍ଷୟ ଟପୋ ଓ ହିରାମଣି ଦେହୁରୀ ସହଯୋଗ କରିଥିଲେ।

The post ବଡ଼ମାଳ ପଞ୍ଚାୟତରେ ନୋଡାଲ ପ୍ରେରଣା କେନ୍ଦ୍ର ଉଦଘାଟନ appeared first on Odisha.News.