ଭିକାରୀଙ୍କୁ ଭିକ ଦେଲେ କାର୍ଯ୍ୟାନୁଷ୍ଠାନ ନେବ ପୋଲିସ, ଏହି ସହରରେ ଲାଗୁ ହେଲା କଟକଣା

ନୂଆଦିଲ୍ଲୀ,୧୬।୧୨: ଭାରତର ବିଭିନ୍ନ ସହରର ଅନେକ ସ୍ଥାନରେ ଦିବ୍ୟାଙ୍ଗ ଏବଂ ଯାଯାବରମାନେ ଭିକ୍ଷାବୃତି କରିଥାନ୍ତି। ତେବେ କେତେକ ରାଜ୍ୟରେ ସହର ଗୁଡିକର ସୌନ୍ଦର୍ଯ୍ୟକରଣ କରାଯିବ ସହିତ ସହରର ମୁଖ୍ୟସ୍ଥାନ ମାନଙ୍କରେ ଭିକ୍ଷାବୃତି ଉପରେ କଟକଣା ଲଗାଉଛନ୍ତି। ଏପରି ଏକ ଖବର ଆସିଛି ଭାରତର ସବୁଠୁ ପରିସ୍କାର ସହର ଇନ୍ଦୋରରୁ। ଏଠାରେ ସ୍ଥାନୀୟ ପ୍ରଶାସନ କଟକଣା ଜାରି କରିବା ସହିତ ଯେଉଁ ଲୋକ ଭିକ୍ଷା ଦେବେ ସେମାନଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିବାକୁ କୁହାଯାଇଛି। ଜିଲାପାଳ ଆଶିଷ […] The post ଭିକାରୀଙ୍କୁ ଭିକ ଦେଲେ କାର୍ଯ୍ୟାନୁଷ୍ଠାନ ନେବ ପୋଲିସ, ଏହି ସହରରେ ଲାଗୁ ହେଲା କଟକଣା appeared first on Dharitri Odia News.

ଭିକାରୀଙ୍କୁ ଭିକ ଦେଲେ କାର୍ଯ୍ୟାନୁଷ୍ଠାନ ନେବ ପୋଲିସ, ଏହି ସହରରେ ଲାଗୁ ହେଲା କଟକଣା

ନୂଆଦିଲ୍ଲୀ,୧୬।୧୨: ଭାରତର ବିଭିନ୍ନ ସହରର ଅନେକ ସ୍ଥାନରେ ଦିବ୍ୟାଙ୍ଗ ଏବଂ ଯାଯାବରମାନେ ଭିକ୍ଷାବୃତି କରିଥାନ୍ତି। ତେବେ କେତେକ ରାଜ୍ୟରେ ସହର ଗୁଡିକର ସୌନ୍ଦର୍ଯ୍ୟକରଣ କରାଯିବ ସହିତ ସହରର ମୁଖ୍ୟସ୍ଥାନ ମାନଙ୍କରେ ଭିକ୍ଷାବୃତି ଉପରେ କଟକଣା ଲଗାଉଛନ୍ତି। ଏପରି ଏକ ଖବର ଆସିଛି ଭାରତର ସବୁଠୁ ପରିସ୍କାର ସହର ଇନ୍ଦୋରରୁ। ଏଠାରେ ସ୍ଥାନୀୟ ପ୍ରଶାସନ କଟକଣା ଜାରି କରିବା ସହିତ ଯେଉଁ ଲୋକ ଭିକ୍ଷା ଦେବେ ସେମାନଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିବାକୁ କୁହାଯାଇଛି।

ଜିଲାପାଳ ଆଶିଷ ସିଂ ଗଣମାଧ୍ୟମକୁ କହିଛନ୍ତି ଯେ, ଇନ୍ଦୋରରେ ଭିକ ମାଗିବା ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରଶାସନ ପୂର୍ବରୁ ନିର୍ଦ୍ଦେଶ ଜାରି କରିସାରିଛି। ସେ କହିଛନ୍ତି, “ଭିକ ମାଗିବା ବିରୋଧରେ ଆମର ସଚେତନତା ଅଭିଯାନ ଚଳିତ ମାସ ଶେଷ ପର୍ଯ୍ୟନ୍ତ ଜାରି ରହିବ। ଯଦି କୌଣସି ବ୍ୟକ୍ତି ଜାନୁଆରୀ ୨ ରୁ ଭିକ୍ଷା ଦେଉଥିବାର ଦେଖାଯାଏ, ତେବେ ତାଙ୍କ ବିରୋଧରେ ଏଫ୍ଆଇଆର୍ ମଧ୍ୟ ପଞ୍ଜୀକୃତ ହେବ।” ଅଧିକାରୀ କହିଛନ୍ତି ଯେ ମୁଁ ଇନ୍ଦୋରର ସମସ୍ତ ବାସିନ୍ଦାଙ୍କୁ ନିବେଦନ କରୁଛି ଯେ ଲୋକମାନଙ୍କୁ ଭିକ୍ଷା ଦେଇ ପାପର ଅଂଶୀଦାର ହୁଅନ୍ତୁ ନାହିଁ।

ସୂଚନାଯୋଗ୍ୟ ଭିକାରୀମାନଙ୍କୁ ଥଇଥାନ କରିବା ପାଇଁ କେନ୍ଦ୍ର ସରକାରଙ୍କ ପାଇଲଟ୍ ପ୍ରୋଜେକ୍ଟ ଅଧୀନରେ ଇନ୍ଦୋର ରାସ୍ତାରେ ଭିକାରୀ ମୁକ୍ତ କରିବାକୁ ଉଦ୍ୟମ କରାଯାଉଛି। ଏହି ଡ୍ରାଇଭ ଏବେ ଦିଲ୍ଲୀ, ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ, ଇନ୍ଦୋର, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର, ପାଟନା ଏବଂ ଅହମ୍ମଦାବାଦରେ ଚାଲିଛି।

 

The post ଭିକାରୀଙ୍କୁ ଭିକ ଦେଲେ କାର୍ଯ୍ୟାନୁଷ୍ଠାନ ନେବ ପୋଲିସ, ଏହି ସହରରେ ଲାଗୁ ହେଲା କଟକଣା appeared first on Dharitri Odia News.