ଭିଙ୍ଗାରପୁର ପ୍ରତିଭା ସମ୍ମାନ ସମାରୋହ, ସମ୍ମାନିତ ହେଲେ ୫୩ ସଫଳ ବ୍ୟକ୍ତିତ୍ୱ

ଭୁବନେଶ୍ୱର: ଓଡ଼ିଆ ସାହିତ୍ୟ, ଚଳଚ୍ଚିତ୍ର , ସ୍ୱାଧୀନତା ସଂଗ୍ରାମ , ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସମେତ  ବହୁକ୍ଷେତ୍ରରେ ରାଜଧାନୀ ଉପାନ୍ତ ଏକ ଛୋଟ ଗାଁ ଭିଙ୍ଗାରପୁରର ଯଥେଷ୍ଟ ଅବଦାନ ରହିଛି । ଏଠାର ବହୁ ବ୍ୟକ୍ତିତ୍ୱ ସାରା ରାଜ୍ୟରେ ପ୍ରସିଦ୍ଧି ଅର୍ଜନ କରିଛନ୍ତି । ନିକଟରେ ଏହି ଗ୍ରାମର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନେଇ ଏଠାରେ ଏକ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଞ୍ଚଳର ପ୍ରତିଷ୍ଠିତ ବ୍ୟକ୍ତି ସୁର ରାୟ ଅଧ୍ୟକ୍ଷତା  କରିଥିଲେ । କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ କଳାକାର , କ୍ରୀଡାବିତ , ମେଧାବୀ ଛାତ୍ରଛାତ୍ରୀ, ଉତ୍ତମ ଶିକ୍ଷକ , ପ୍ରଶାସନିକ ଅଧିକାରୀ , ଲେଖକ , ଶିଳ୍ପୀ  ଓ ସମାଜ ପାଇଁ ମାର୍ଗଦର୍ଶକ ସାଜିଥିବା ବରିଷ୍ଠ ନାଗରିକ ମାନେ ଯୋଗଦେଇଥିଲେ ।  ସେମାନଙ୍କୁ ଉତ୍ତରୀୟ ଦେଇ ସମ୍ମାନୀତ କରାଯିବା ସହ ତାଙ୍କର ଅଞ୍ଚଳ ପାଇଁ ଅବଦାନ ସମ୍ପର୍କରେ ମନେପକାଇ ଦିଆଯାଇଛି । ଗ୍ରାମପଞ୍ଚାୟତ ସଭାଗୃହରେ ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠତା ସାଉଁଟିଥିବା  ୫୩ ଜଣ ସଫଳ ବ୍ୟକ୍ତିତ୍ୱଙ୍କୁ ସରପଞ୍ଚ  ହୃଷିକେଶ ବେହେରା ଉତ୍ତରୀୟ ପ୍ରଦାନ କରି ସମ୍ମାନୀତ କରିଛନ୍ତି  । ସମ୍ମାନୀତ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଅଛନ୍ତି - ବିଶିଷ୍ଟ ଗୀତିକବି ବିପିନ ବିହାରୀ ମହାନ୍ତି , ଶିକ୍ଷାବିତ ଧନେଶ୍ୱର ଭୋଇ , ହେମନ୍ତ କୁମାର ନାୟକ , ମଞ୍ଚ କଳାକାର ବିଷ୍ଣୁ ଚରଣ ବେହେରା , କାଶୀନାଥ ସ୍ୱାଇଁ , ଚକ୍ରଧ

ଭିଙ୍ଗାରପୁର ପ୍ରତିଭା ସମ୍ମାନ ସମାରୋହ, ସମ୍ମାନିତ ହେଲେ ୫୩ ସଫଳ ବ୍ୟକ୍ତିତ୍ୱ

ଭୁବନେଶ୍ୱର: ଓଡ଼ିଆ ସାହିତ୍ୟ, ଚଳଚ୍ଚିତ୍ର , ସ୍ୱାଧୀନତା ସଂଗ୍ରାମ , ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସମେତ  ବହୁକ୍ଷେତ୍ରରେ ରାଜଧାନୀ ଉପାନ୍ତ ଏକ ଛୋଟ ଗାଁ ଭିଙ୍ଗାରପୁରର ଯଥେଷ୍ଟ ଅବଦାନ ରହିଛି । ଏଠାର ବହୁ ବ୍ୟକ୍ତିତ୍ୱ ସାରା ରାଜ୍ୟରେ ପ୍ରସିଦ୍ଧି ଅର୍ଜନ କରିଛନ୍ତି । ନିକଟରେ ଏହି ଗ୍ରାମର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନେଇ ଏଠାରେ ଏକ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଞ୍ଚଳର ପ୍ରତିଷ୍ଠିତ ବ୍ୟକ୍ତି ସୁର ରାୟ ଅଧ୍ୟକ୍ଷତା  କରିଥିଲେ । 

କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ କଳାକାର , କ୍ରୀଡାବିତ , ମେଧାବୀ ଛାତ୍ରଛାତ୍ରୀ, ଉତ୍ତମ ଶିକ୍ଷକ , ପ୍ରଶାସନିକ ଅଧିକାରୀ , ଲେଖକ , ଶିଳ୍ପୀ  ଓ ସମାଜ ପାଇଁ ମାର୍ଗଦର୍ଶକ ସାଜିଥିବା ବରିଷ୍ଠ ନାଗରିକ ମାନେ ଯୋଗଦେଇଥିଲେ ।  ସେମାନଙ୍କୁ ଉତ୍ତରୀୟ ଦେଇ ସମ୍ମାନୀତ କରାଯିବା ସହ ତାଙ୍କର ଅଞ୍ଚଳ ପାଇଁ ଅବଦାନ ସମ୍ପର୍କରେ ମନେପକାଇ ଦିଆଯାଇଛି । ଗ୍ରାମପଞ୍ଚାୟତ ସଭାଗୃହରେ ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠତା ସାଉଁଟିଥିବା  ୫୩ ଜଣ ସଫଳ ବ୍ୟକ୍ତିତ୍ୱଙ୍କୁ ସରପଞ୍ଚ  ହୃଷିକେଶ ବେହେରା ଉତ୍ତରୀୟ ପ୍ରଦାନ କରି ସମ୍ମାନୀତ କରିଛନ୍ତି  । ସମ୍ମାନୀତ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଅଛନ୍ତି - ବିଶିଷ୍ଟ ଗୀତିକବି ବିପିନ ବିହାରୀ ମହାନ୍ତି , ଶିକ୍ଷାବିତ ଧନେଶ୍ୱର ଭୋଇ , ହେମନ୍ତ କୁମାର ନାୟକ , ମଞ୍ଚ କଳାକାର ବିଷ୍ଣୁ ଚରଣ ବେହେରା , କାଶୀନାଥ ସ୍ୱାଇଁ , ଚକ୍ରଧର ଦାସ , ପ୍ରମୋଦ କୁମାର ପଣ୍ଡା , ସୁରେନ୍ଦ୍ର ରାୟ , ପୂର୍ଣ୍ଣଚନ୍ଦ୍ର ମହାନ୍ତି , ଆକାଶବାଣୀ କଳାକାର ପଦ୍ମନାଭ ନାୟକ , ଭଜନ ଗାୟକ ବସନ୍ତ କୁମାର ବେହେରା , କଣ୍ଠଶିଳ୍ପୀ ଲିପସା ବେହେରା , ମାଗୁଣି ପାତ୍ର , ଲଉଡି ଗାୟକ ଗଜେନ୍ଦ୍ର ବେହେରା , ଓଡ଼ିଶୀ ଓ ଗୋଟିପୁଅ ନୃତ୍ୟଶିଳ୍ପୀ ଅର୍ଚ୍ଚିତା ପରିଡ଼ା ,ସ୍ୱାଗତିକା ଭୋଇ , ଡଲି ସାହୁ , ଶ୍ରଦ୍ଧାଞ୍ଜଳି ବେହେରା , ବିଜୟଲକ୍ଷ୍ମୀ ସାହୁ , ବନ୍ଦିତା ଦାଶ , ପାଲା ଗାୟକ ପର୍ଶୁରାମ ନାୟକ , ପାଇକ ଆଖଡା ଶିଳ୍ପୀ ଗନ୍ଧର୍ବ ଜେନା , ଘୋଡାନାଚ ଗାୟକ କ୍ଷିରୋଦ କୁମାର ସାହୁ , ଢୋଲ ବାଦକ ଚନ୍ଦ୍ରମଣି ନାୟକ , ଧୁଡୁକି ଶିଳ୍ପୀ ଲକ୍ଷ୍ମୀଧର ଭୋଇ , ବସନ୍ତ କୁମାର ଭୋଇ , ଫୁଟବଲ ଖେଳାଳି ତ୍ରିଲୋଚନ ରାୟ , ଅନନ୍ତ ବାରିକ , ଚିତ୍ରଶିଳ୍ପୀ ଯଦୁମଣି ମହାରଣା , ଶୁକଦେବ ମହାରଣା , ଭଲି ଖେଳାଳି ସଂଗ୍ରାମ ଦାଶ , ମୂର୍ତ୍ତି କାରିଗର ବେଣୁଧର ମୁଦୁଲି ଓ କତାଶିଳ୍ପୀ ରଶ୍ମିତା ସାହୁ  ପ୍ରମୁଖ । 

ଆୟୋଜିତ ସଭାରେ ଅଞ୍ଚଳର ମହାନ ବ୍ୟକ୍ତିତ୍ୱ ତଥା ଗୋପବନ୍ଧୁଙ୍କ ଗୁରୁ ମୁକ୍ତାର ରାମଚନ୍ଦ୍ରଦାସଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଓ ଭିଙ୍ଗାରପୁର ମହୋତ୍ସବ ଆରମ୍ଭ କରାଯିବା ନେଇ ସାମୁହିକ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ।  ସୁଧାଂଶୁ ପାତ୍ର   ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।