ଭିଜିଲା ଧାନ, ତେଜିଲା ରାଜନୀତି । ଶାସକ, ବିରୋଧୀ କଥା କଟାକଟି ।
କନକ ବ୍ୟୁରୋ: ସରକାର ବଦଳିଲା, ହେଲେ ବଦଳିଲାନି ଚାଷୀଙ୍କ ଭାଗ୍ୟ । ଅଦିନିଆ ବର୍ଷା ଯୋଗୁଁ କେଉଁଠି ଖଳାରେ ତ ଆଉ କେଉଁଠି ମଣ୍ଡିରେ ଭିଜିଛି ଧାନ । ଆଉ ଧାନ ଭିଜିବା ପରେ କ୍ଷତିପୂରଣ ଓ ବ୍ୟବସ୍ଥାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି । ଅଦିନିଆ ବର୍ଷାରେ ଧାନ ଭିଜିବା ପରେ ତେଜିଛି ରାଜନୀତି । ମଣ୍ଡି ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ । ମଣ୍ଡିରେ ସରକାର ଉପଯୁକ୍ତ ବ୍ୟବସ୍ଥା କରି ନଥିବାରୁ ବର୍ଷା ହେଲା ମାତ୍ରେ ଧାନ ଭିଜିଛି ବୋଲି ଅଭିଯୋଗ କରିଛନ୍ତି ବିଜେଡି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ । ଟୋକନ ବଂଟନ ଠିକ୍ ଭାବରେ ହୋଇନଥିବାରୁ ଅନେକ ଚାଷୀଙ୍କ ଧାନ ଖଳାରେ ମଧ୍ୟ ଓଦା ହୋଇଛି ବୋଲି କହିଛନ୍ତି । ଧାନ ଓଦା ହେବା ଫଳରେ ଧାନର ମାନ କମିବ ଓ ଚାଷୀ କ୍ଷତି ସହିବ ବୋଲି କହିଛନ୍ତି । କଂଗ୍ରେସ ମଧ୍ୟ ସମାନ ଅଭିଯୋଗ ଆଣି ସରକାରଙ୍କ ଉପରେ ବର୍ଷିଛି । ବର୍ଷାରେ ଭିଜିବା କାରଣରୁ ଧାନର ଏଫଏକ୍ୟୁ ମାନରେ ପରିବର୍ତ୍ତନ କରିବା ପାଇଁ ଦାବି କରିଛନ୍ତି କଂଗ୍ରେସ ବିଧାୟକ । ମଣ୍ଡିରେ ଓଦା ହେବା କଥାକୁ ସିଧାସଳଖ ଖଣ୍ଡନ କରିଛନ୍ତି ସମବାୟ ମନ୍ତ୍ରୀ । ବିଲରେ ଧାନ ଭିଜିପାରେ କିନ୍ତୁ ମଣ୍ଡିରେ ଭିଜିବ ନାହିଁ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି । ପର୍ୟ୍ୟାପ୍ତ ପରିମାଣରେ ପାଲ ଦିଆଯାଇଛି ବୋଲି ଦାବି କରିଛନ୍ତି । ତେବେ ଓଦା ହୋଇଥିବା ଧାନର ତଦାରଖ କରି କ୍ଷତିପୂରଣ କଥା ଚିନ୍ତା କରାଯିବ ବ

କନକ ବ୍ୟୁରୋ: ସରକାର ବଦଳିଲା, ହେଲେ ବଦଳିଲାନି ଚାଷୀଙ୍କ ଭାଗ୍ୟ । ଅଦିନିଆ ବର୍ଷା ଯୋଗୁଁ କେଉଁଠି ଖଳାରେ ତ ଆଉ କେଉଁଠି ମଣ୍ଡିରେ ଭିଜିଛି ଧାନ । ଆଉ ଧାନ ଭିଜିବା ପରେ କ୍ଷତିପୂରଣ ଓ ବ୍ୟବସ୍ଥାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି ।
ଅଦିନିଆ ବର୍ଷାରେ ଧାନ ଭିଜିବା ପରେ ତେଜିଛି ରାଜନୀତି । ମଣ୍ଡି ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ । ମଣ୍ଡିରେ ସରକାର ଉପଯୁକ୍ତ ବ୍ୟବସ୍ଥା କରି ନଥିବାରୁ ବର୍ଷା ହେଲା ମାତ୍ରେ ଧାନ ଭିଜିଛି ବୋଲି ଅଭିଯୋଗ କରିଛନ୍ତି ବିଜେଡି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ । ଟୋକନ ବଂଟନ ଠିକ୍ ଭାବରେ ହୋଇନଥିବାରୁ ଅନେକ ଚାଷୀଙ୍କ ଧାନ ଖଳାରେ ମଧ୍ୟ ଓଦା ହୋଇଛି ବୋଲି କହିଛନ୍ତି । ଧାନ ଓଦା ହେବା ଫଳରେ ଧାନର ମାନ କମିବ ଓ ଚାଷୀ କ୍ଷତି ସହିବ ବୋଲି କହିଛନ୍ତି । କଂଗ୍ରେସ ମଧ୍ୟ ସମାନ ଅଭିଯୋଗ ଆଣି ସରକାରଙ୍କ ଉପରେ ବର୍ଷିଛି । ବର୍ଷାରେ ଭିଜିବା କାରଣରୁ ଧାନର ଏଫଏକ୍ୟୁ ମାନରେ ପରିବର୍ତ୍ତନ କରିବା ପାଇଁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ।
ମଣ୍ଡିରେ ଓଦା ହେବା କଥାକୁ ସିଧାସଳଖ ଖଣ୍ଡନ କରିଛନ୍ତି ସମବାୟ ମନ୍ତ୍ରୀ । ବିଲରେ ଧାନ ଭିଜିପାରେ କିନ୍ତୁ ମଣ୍ଡିରେ ଭିଜିବ ନାହିଁ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି । ପର୍ୟ୍ୟାପ୍ତ ପରିମାଣରେ ପାଲ ଦିଆଯାଇଛି ବୋଲି ଦାବି କରିଛନ୍ତି । ତେବେ ଓଦା ହୋଇଥିବା ଧାନର ତଦାରଖ କରି କ୍ଷତିପୂରଣ କଥା ଚିନ୍ତା କରାଯିବ ବୋଲି କହିଛନ୍ତି ମନ୍ତ୍ରୀ । ଏବେ ପ୍ରଶ୍ନ ଉଠୁଛି, ଚାଷୀ ଦୁଃଖକୁ ନେଇ ସମସ୍ତେ କାନ୍ଦୁଛନ୍ତି, ହେଲେ କାହା ଆଖିରୁ ଝରୁଛି ଲୁହ ? ମଣ୍ଡି ସମସ୍ୟାର ସମାଧାନ ପାଇଁ ସରକାର କେବେ ନେବେ ପଦକ୍ଷେପ ?