ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ ମାଡାମ ପ୍ରେସିଡେଣ୍ଟ

ନୂଆଦିଲ୍ଲୀ,୨୭।୬:ସଂସଦର ମିଳିତ ଅଧିବେଶନକୁ ଗୁରୁବାର ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଅଷ୍ଟାଦଶ ଲୋକ ସଭା ଏବଂ ୨୬୪ ତମ ରାଜ୍ୟ ସଭାର ମିଳିତ ଅଧିବେଶନରେ ଉଦବୋଧନ ରଖିବେ ରାଷ୍ଟ୍ରପତି। ନିଜର ଉଦବୋଧନ ବେଳେ ନୂଆ ସରକାରର ନୀତି, ଯୋଜନା ଏବଂ ଆଗାମୀ ରୋଡ ମ୍ୟାପ ସମ୍ପର୍କରେ ସେ ସୂଚନା ଦେଇପାରନ୍ତି। ଅଷ୍ଟାଦଶ ଲୋକ ସଭାର ପ୍ରଥମ ଅଧିବେଶନକୁ ସମ୍ବୋଧନ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଷ୍ଟ୍ରପତି ଭବନରୁ ଅଶ୍ୱବାହିନୀଙ୍କ ସୁରକ୍ଷା ବଳୟ ମଧ୍ୟରେ ସଂସଦକୁ […] The post ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ ମାଡାମ ପ୍ରେସିଡେଣ୍ଟ appeared first on Dharitri Odia News.

ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ ମାଡାମ ପ୍ରେସିଡେଣ୍ଟ

ନୂଆଦିଲ୍ଲୀ,୨୭।୬:ସଂସଦର ମିଳିତ ଅଧିବେଶନକୁ ଗୁରୁବାର ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଅଷ୍ଟାଦଶ ଲୋକ ସଭା ଏବଂ ୨୬୪ ତମ ରାଜ୍ୟ ସଭାର ମିଳିତ ଅଧିବେଶନରେ ଉଦବୋଧନ ରଖିବେ ରାଷ୍ଟ୍ରପତି। ନିଜର ଉଦବୋଧନ ବେଳେ ନୂଆ ସରକାରର ନୀତି, ଯୋଜନା ଏବଂ ଆଗାମୀ ରୋଡ ମ୍ୟାପ ସମ୍ପର୍କରେ ସେ ସୂଚନା ଦେଇପାରନ୍ତି।

ଅଷ୍ଟାଦଶ ଲୋକ ସଭାର ପ୍ରଥମ ଅଧିବେଶନକୁ ସମ୍ବୋଧନ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଷ୍ଟ୍ରପତି ଭବନରୁ ଅଶ୍ୱବାହିନୀଙ୍କ ସୁରକ୍ଷା ବଳୟ ମଧ୍ୟରେ ସଂସଦକୁ ଆସିବେ । ନୂଆ ସଂସଦ ଭବନର ଗଜ ଦ୍ୱାର ଦେଇ ରାଷ୍ଟ୍ରପତି ପ୍ରବେଶ କରିବେ। ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉଭୟ ଗୃହର ପ୍ରିଜାଇଡିଂ ଅଫିସର ସ୍ବାଗତ କରିବେ।

ସୂଚନାଥାଉ କି, ସମ୍ବିଧାନର ଧାରା ୧୮ ଅନୁସାରେ ପ୍ରତ୍ୟେକ ଲୋକ ସଭା ନିର୍ବାଚନ ପରେ ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ସମ୍ବୋଧିତ କରିବାର ନିୟମ ରହିଛି। ଦୁଇ ଦିନ ହେବ ଲୋକସଭାର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହୋଇସାରିଥିବାବେଳେ ଆଜିଠୁ ଆରମ୍ଭ ହେବ ରାଜ୍ୟ ସଭାର ଗୃହ କାର୍ଯ୍ୟ। ସେପଟେ ଜୁଲାଇ ୨ ଏବଂ ୩ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ ହେବା ସହ ଚର୍ଚ୍ଚା ହେବ।

The post ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ ମାଡାମ ପ୍ରେସିଡେଣ୍ଟ appeared first on Dharitri Odia News.