ଟାଟା ଷ୍ଟିଲ୍‌କୁ ବେଷ୍ଟ ସିଏସ୍‌ଆର୍‌ ପୁରସ୍କାର

ଭୁବନେଶ୍ୱର,୩୧।୮ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଟାଟା ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ଟାଟା ଷ୍ଟିଲ୍‌କୁ ନିକଟରେ ଆଉ ଏକ ଜାତୀୟସ୍ତର ସମ୍ମାନ ‘ବେଷ୍ଟ ସିଏସ୍‌ଆର୍‌ ପୁରସ୍କାର ’ ପ୍ରଦାନ କରାଯାଇଛି। ବିଶେଷକରି କମ୍ପାନୀର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାର ସୁନ୍ଦରଗଡ଼ ଏବଂ କେନ୍ଦୁଝର ଜିଲା ସୀମାନ୍ତବର୍ତ୍ତୀ କଳମଙ୍ଗ ଏବଂ ଗନ୍ଧଲପଦା ଅଞ୍ଚଳରେ କମ୍ପାନୀର ଗୋଷ୍ଠୀ କଲ୍ୟାଣ କାର୍ଯ୍ୟ ପାଇଁ ଟାଟା ଷ୍ଟିଲ୍‌କୁ ଏହି ସମ୍ମାନ ମିଳିଛି। ସେହିଭଳି ୟୁବିଏସ୍‌ […] The post ଟାଟା ଷ୍ଟିଲ୍‌କୁ ବେଷ୍ଟ ସିଏସ୍‌ଆର୍‌ ପୁରସ୍କାର appeared first on Dharitri Odia News.

ଟାଟା ଷ୍ଟିଲ୍‌କୁ ବେଷ୍ଟ ସିଏସ୍‌ଆର୍‌ ପୁରସ୍କାର

ଭୁବନେଶ୍ୱର,୩୧।୮ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଟାଟା ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ଟାଟା ଷ୍ଟିଲ୍‌କୁ ନିକଟରେ ଆଉ ଏକ ଜାତୀୟସ୍ତର ସମ୍ମାନ ‘ବେଷ୍ଟ ସିଏସ୍‌ଆର୍‌ ପୁରସ୍କାର ’ ପ୍ରଦାନ କରାଯାଇଛି। ବିଶେଷକରି କମ୍ପାନୀର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାର ସୁନ୍ଦରଗଡ଼ ଏବଂ କେନ୍ଦୁଝର ଜିଲା ସୀମାନ୍ତବର୍ତ୍ତୀ କଳମଙ୍ଗ ଏବଂ ଗନ୍ଧଲପଦା ଅଞ୍ଚଳରେ କମ୍ପାନୀର ଗୋଷ୍ଠୀ କଲ୍ୟାଣ କାର୍ଯ୍ୟ ପାଇଁ ଟାଟା ଷ୍ଟିଲ୍‌କୁ ଏହି ସମ୍ମାନ ମିଳିଛି। ସେହିଭଳି ୟୁବିଏସ୍‌ ଫୋରମ୍‌ ପକ୍ଷରୁ ନୂଆଦିଲ୍ଲୀଠାରେ ଆୟୋଜିତ ଏକାଦଶ ସିଏସ୍‌ଆର୍‌ ସମ୍ମିଳନୀ-୨୦୨୪ ଓ ସମ୍ମାନ ସମାରୋହରେ ଟାଟା ଷ୍ଟିଲ୍‌କୁ ‘ବେଷ୍ଟ ସିଏସ୍‌ଆର୍‌ ଟିମ୍‌ ଅଫ୍‌ ଦି ଇୟର’ପୁରସ୍କାର ପ୍ରଦାନ କରାଯାଇଛି।
ଏ ସମ୍ପର୍କରେ ଟାଟା ଷ୍ଟିଲ୍‌ର ଚିଫ୍‌ ସିଏସ୍‌ଆର୍‌ ସୌରଭ ରୟ କହିଛନ୍ତି, ଏହି ପୁରସ୍କାର ଆମର କାର୍ଯ୍ୟକୁ ସ୍ବୀକୃତି ଦେଉଥିଲାବେଳେ ସାମଗ୍ରିକ ବିକାଶ ଦିଗରେ ଆମର ପ୍ରତିବଦ୍ଧତାର ପ୍ରମାଣ ବୋଲି ଆମେ ବିଶ୍ୱାସ କରୁଛୁ। ଏପରିକି ସର୍ବଦା ଏକ ସମାନତା ସମାଜ ସୃଷ୍ଟିକରିବାକୁ ଆମେ ସର୍ବଦା ଚେଷ୍ଟା କରି ଆସୁଛୁ।

The post ଟାଟା ଷ୍ଟିଲ୍‌କୁ ବେଷ୍ଟ ସିଏସ୍‌ଆର୍‌ ପୁରସ୍କାର appeared first on Dharitri Odia News.