ଷ୍ଟିଲ୍‌ ପରି କାନ

ମହିଳାମାନେ କାନ ଫୋଡାନ୍ତି କାନରେ ଝୁମୁକା ଲଗାଇବା ପାଇଁ। କେହି କେହି ପୁରୁଷ ବି କାନ ଫୋଡ଼ାଇଥାନ୍ତି। ତେବେ ଯଦି ଝୁମୁକା ଓଜନିଆ ହୋଇଯାଏ କାନରେ କରାଯାଇଥିବା ପିୟର୍ସିଂ ଅନେକ ସମୟରେ ଚିରି ବଡ଼ ହେଇଯାଏ। କାରଣ କାନର ବାହ୍ୟଅଂଶ କାର୍ଟିଲେଗ ଓ ଚର୍ମରେ ତିଆରି, ଯାହା କି ବହୁତ ନରମ। ତେବେ ଆଶ୍ଚର୍ଯ୍ୟର କଥା ଇଂଲଣ୍ଡର ଜନୀ ଷ୍ଟ୍ରେଞ୍ଜ ନାମକ ଜଣେ ବ୍ୟକ୍ତିଙ୍କ କାନ ଏତେ ଶକ୍ତ ଯେ, ସେ ଭାରିରୁ ଅତି ଭାରି ବସ୍ତୁକୁ […] The post ଷ୍ଟିଲ୍‌ ପରି କାନ appeared first on Dharitri Odia News.

ଷ୍ଟିଲ୍‌ ପରି କାନ

ମହିଳାମାନେ କାନ ଫୋଡାନ୍ତି କାନରେ ଝୁମୁକା ଲଗାଇବା ପାଇଁ। କେହି କେହି ପୁରୁଷ ବି କାନ ଫୋଡ଼ାଇଥାନ୍ତି। ତେବେ ଯଦି ଝୁମୁକା ଓଜନିଆ ହୋଇଯାଏ କାନରେ କରାଯାଇଥିବା ପିୟର୍ସିଂ ଅନେକ ସମୟରେ ଚିରି ବଡ଼ ହେଇଯାଏ। କାରଣ କାନର ବାହ୍ୟଅଂଶ କାର୍ଟିଲେଗ ଓ ଚର୍ମରେ ତିଆରି, ଯାହା କି ବହୁତ ନରମ। ତେବେ ଆଶ୍ଚର୍ଯ୍ୟର କଥା ଇଂଲଣ୍ଡର ଜନୀ ଷ୍ଟ୍ରେଞ୍ଜ ନାମକ ଜଣେ ବ୍ୟକ୍ତିଙ୍କ କାନ ଏତେ ଶକ୍ତ ଯେ, ସେ ଭାରିରୁ ଅତି ଭାରି ବସ୍ତୁକୁ ବି ନିଜ କାନରେ ଟାଣିପାରନ୍ତି। ୨୦୧୪ ମସିହା, ମେ ମା ୧୨ ତାରିଖରେ ତ ସେ ଏକ ଅସମ୍ଭବ କାମକୁ ସମ୍ଭବ କରି ଦେଖାଇଥିଲେ। ସେସ୍‌ନା ୧୭୨-ପି ଏୟାରକ୍ରାଫ୍ଟକୁ ସେ ନିଜ କାନରେ କରିଥିବା କଣାରେ ଏକ ଦଉଡ଼ିର ଗୋଟିଏ ପଟର ହୁକ ଲଗାଇ, ଆରପଟର ହୁକକୁ ଏୟାରକ୍ରାଫ୍ଟ ସହ ବାନ୍ଧି ଏୟାରକ୍ରାଫ୍ଟକୁ ୨୦.୪ ମିଟର ପର୍ଯ୍ୟନ୍ତ ଟାଣିଥିଲେ। ସେହି ଏୟାରକ୍ରାଫ୍ଟର ଓଜନ ୬୭୭.୮ କେ.ଜି. ଥିଲା। ଏତେ ବଡ଼ ଓ ଭାରି ଏୟାରକ୍ରାଫ୍ଟକୁ କାନର ପିୟର୍ସିଂରେ ଟାଣିବା ଦେଖି ସମସ୍ତେ ଚକିତ ହୋଇଯାଇଥିଲେ। ଆଉ ତାଙ୍କୁ ‘ଦ ମ୍ୟାନ ଉଇଥ ଇୟର୍ସ ଅଫ୍‌ ଷ୍ଟିଲ’ ବୋଲି କୁହାଗଲା। ଅର୍ଥାତ୍‌ ଷ୍ଟିଲ୍‌ର କାନ ଥିବା ବ୍ୟକ୍ତିଭାବେ ସେ ପରିଚିତ ହେଲେ।

The post ଷ୍ଟିଲ୍‌ ପରି କାନ appeared first on Dharitri Odia News.