ଭିଜିଲାନ୍ସ ଜାଲରେ ଅତିରିକ୍ତ ଯୋଗାଣ ଅଧିକାରୀ, ଏକା ସଙ୍ଗେ ୫ ସ୍ଥାନରେ ଚଢାଉ

କଟକ ୧୬/୦୮: ଭିଜିଲାନ୍ସ ଜାଲରେ ଅତିରିକ୍ତ ଯୋଗାଣ ଅଧିକାରୀ  । କେନ୍ଦ୍ରାପଡ଼ା ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ କଟକରେ ପୈତୃକ ଘର ସହ ପାଞ୍ଚଟି ସ୍ଥାନରେ ଚାଲିଛି ଚଢାଉ । ଚଢାଉରେ ୪ ଡିଏସପି, ୧ ଏଷ୍ଟ କମାଣ୍ଡାଣ୍ଟ, ୫ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଏକକାଳୀନ ଚଢାଉ ଜାରି ରହିଛି । ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, କଟକଙ୍କ ନିର୍ଦ୍ଦେଶକ୍ରମେ  ଭୁବନେଶ୍ୱର ଏବଂ କେନ୍ଦ୍ରାପଡା ସହ ଅନେକ ସ୍ଥାନରେ ଚଢାଉ ଚାଲିଛି । ସୂଚନାଥାଉକି, ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ କୁମାର ମହାପାତ୍ରଙ୍କ କଟକ ନୂଆପଡ଼ା ଥିବା ପୈତୃକ ବାସଭବନ, ମଧୁପାଟଣା କଲ୍ୟାଣୀ ନଗରରେ ଥିବା ଘର, ଏବଂ ସମ୍ପର୍କୀୟ ଘର ସମେତ ଭୁବନେଶ୍ବର ଲିଙ୍ଗୀପୁର ଅଞ୍ଚଳରେ ଦୁଇ ମହଲା କୋଠା ଏବଂ କେନ୍ଦ୍ରପଡ଼ା CSO ଅଫିସ୍‌ରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍। ଚଢ଼ାଉ ବେଳେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜ ଜବତ ହୋଇଥିବା ଜଣାପଡିଛି।

ଭିଜିଲାନ୍ସ ଜାଲରେ ଅତିରିକ୍ତ ଯୋଗାଣ ଅଧିକାରୀ, ଏକା ସଙ୍ଗେ ୫ ସ୍ଥାନରେ ଚଢାଉ

କଟକ ୧୬/୦୮: ଭିଜିଲାନ୍ସ ଜାଲରେ ଅତିରିକ୍ତ ଯୋଗାଣ ଅଧିକାରୀ  । କେନ୍ଦ୍ରାପଡ଼ା ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ କଟକରେ ପୈତୃକ ଘର ସହ ପାଞ୍ଚଟି ସ୍ଥାନରେ ଚାଲିଛି ଚଢାଉ । 

ଚଢାଉରେ ୪ ଡିଏସପି, ୧ ଏଷ୍ଟ କମାଣ୍ଡାଣ୍ଟ, ୫ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଏକକାଳୀନ ଚଢାଉ ଜାରି ରହିଛି । ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, କଟକଙ୍କ ନିର୍ଦ୍ଦେଶକ୍ରମେ  ଭୁବନେଶ୍ୱର ଏବଂ କେନ୍ଦ୍ରାପଡା ସହ ଅନେକ ସ୍ଥାନରେ ଚଢାଉ ଚାଲିଛି । 

ସୂଚନାଥାଉକି, ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ କୁମାର ମହାପାତ୍ରଙ୍କ କଟକ ନୂଆପଡ଼ା ଥିବା ପୈତୃକ ବାସଭବନ, ମଧୁପାଟଣା କଲ୍ୟାଣୀ ନଗରରେ ଥିବା ଘର, ଏବଂ ସମ୍ପର୍କୀୟ ଘର ସମେତ ଭୁବନେଶ୍ବର ଲିଙ୍ଗୀପୁର ଅଞ୍ଚଳରେ ଦୁଇ ମହଲା କୋଠା ଏବଂ କେନ୍ଦ୍ରପଡ଼ା CSO ଅଫିସ୍‌ରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍। ଚଢ଼ାଉ ବେଳେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜ ଜବତ ହୋଇଥିବା ଜଣାପଡିଛି।