ଭିଜିଲାନ୍ସ ଜାଲରେ ଆରଆଇ
ଭଦ୍ରକ,୨୦।୧: ଭଦ୍ରକ ଜିଲା ବନ୍ତ ତହସିଲ ଅଧୀନ କେନ୍ଦୁଆପଦା ରାଜସ୍ବ ନିରୀକ୍ଷକ (ଆରଆଇ) ଶରତ ଜେନା ଶନିବାର ଭିଜିଲାନ୍ସ ଜାଲରେ ପଡିଛନ୍ତି। ଜଳଜମିକୁ ଘରବାଡି କରାଇବା ପାଇଁ ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ କାବୁ କରି ନେଇଛନ୍ତି। ସୂଚନାଯୋଗ୍ୟ, ଖାନାବାଡି ଅଞ୍ଚଳର ଜନୈକ ବ୍ୟକ୍ତି ନିଜ ଜଳ ଜମିକୁ ଘରବାଡି କରିବା ପାଇଁ କେନ୍ଦୁଆପଦା ଆରଆଇ ଅଫିସରେ ଆବେଦନ କରିଥିଲେ । ମାତ୍ର ଆରଆଇ ଏ ନେଇ ୯ ହଜାର ଟଙ୍କା ଲାଞ୍ଚ ମାଗିଥିଲେ […] The post ଭିଜିଲାନ୍ସ ଜାଲରେ ଆରଆଇ appeared first on Dharitri Odia News.
ଭଦ୍ରକ,୨୦।୧: ଭଦ୍ରକ ଜିଲା ବନ୍ତ ତହସିଲ ଅଧୀନ କେନ୍ଦୁଆପଦା ରାଜସ୍ବ ନିରୀକ୍ଷକ (ଆରଆଇ) ଶରତ ଜେନା ଶନିବାର ଭିଜିଲାନ୍ସ ଜାଲରେ ପଡିଛନ୍ତି। ଜଳଜମିକୁ ଘରବାଡି କରାଇବା ପାଇଁ ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ କାବୁ କରି ନେଇଛନ୍ତି।
ସୂଚନାଯୋଗ୍ୟ, ଖାନାବାଡି ଅଞ୍ଚଳର ଜନୈକ ବ୍ୟକ୍ତି ନିଜ ଜଳ ଜମିକୁ ଘରବାଡି କରିବା ପାଇଁ କେନ୍ଦୁଆପଦା ଆରଆଇ ଅଫିସରେ ଆବେଦନ କରିଥିଲେ । ମାତ୍ର ଆରଆଇ ଏ ନେଇ ୯ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଭିଜିଲାନ୍ସରେ ଅଭିଯୋଗ ପରେ ଭଦ୍ରକ ଓ ବାଲେଶ୍ୱର ଭିଜିଲାନ୍ସ ଟିମ୍ ଛପି ରହିଥିଲେ। ଆବେଦନ କାରୀଙ୍କ ନିକଟରୁ ଆରଆଇ ଜନା ୯ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା। ପରେ ଆରଆଇଙ୍କ କାର୍ଯ୍ୟାଳୟ ଓ ଘରେ ଚଢ଼ାଉ ଜାରି ରହିଛି ।
The post ଭିଜିଲାନ୍ସ ଜାଲରେ ଆରଆଇ appeared first on Dharitri Odia News.