ଭିଜିଲାନ୍ସ ଜାଲରେ ଆରଟିଓ କାର୍ଯ୍ୟାଳୟର ଡାଟା ଏଣ୍ଟ୍ରି ଅପରେଟର

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ଆରଟିଓ କାର୍ଯ୍ୟାଳୟର ଡାଟା ଏଣ୍ଟ୍ରି ଅପରେଟର। ଗଞ୍ଜାମ ଜିଲ୍ଲା ଛତ୍ରପୁର ଆର୍‌ଟିଓ କାର୍ଯ୍ୟାଳୟ ଡାଟା ଏଣ୍ଟ୍ରି ଅପରେଟର ଗୌରହରି ପାଢ଼ୀଙ୍କୁ ଧରିଛି ଭିଜିଲାନ୍ସ । ୧୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଛି । ୨୦୨୦ ଏପ୍ରିଲ ପହିଲାରୁ ୨୦୨୨ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ୨ଟି ଗାଡ଼ିର ଟିକସ୍‌ ବାବଦରେ ଜରିମାନା ଛାଡ଼ କରିଦେବାକୁ ୧୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ବ୍ୟକ୍ତି ଜଣକ ବ୍ରହ୍ମପୁର […]

ଭିଜିଲାନ୍ସ ଜାଲରେ ଆରଟିଓ କାର୍ଯ୍ୟାଳୟର ଡାଟା ଏଣ୍ଟ୍ରି ଅପରେଟର
Untitled 1 13

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ଆରଟିଓ କାର୍ଯ୍ୟାଳୟର ଡାଟା ଏଣ୍ଟ୍ରି ଅପରେଟର। ଗଞ୍ଜାମ ଜିଲ୍ଲା ଛତ୍ରପୁର ଆର୍‌ଟିଓ କାର୍ଯ୍ୟାଳୟ ଡାଟା ଏଣ୍ଟ୍ରି ଅପରେଟର ଗୌରହରି ପାଢ଼ୀଙ୍କୁ ଧରିଛି ଭିଜିଲାନ୍ସ । ୧୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଛି ।

୨୦୨୦ ଏପ୍ରିଲ ପହିଲାରୁ ୨୦୨୨ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ୨ଟି ଗାଡ଼ିର ଟିକସ୍‌ ବାବଦରେ ଜରିମାନା ଛାଡ଼ କରିଦେବାକୁ ୧୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ବ୍ୟକ୍ତି ଜଣକ ବ୍ରହ୍ମପୁର ଭିଜିଲାନ୍ସରେ ଲିଖିତ ଅଭିଯୋଗ କରିଥିଲେ। ଗୌରହରି ୧୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଭିଜିଲାନ୍ସ ଅଧିକାରୀ ତାଙ୍କଠାରୁ ନଗଦ ୧୨ ହଜାର ଟଙ୍କା ଜବତ କରିଛି। ଏଥିସହ ତାଙ୍କ ଘରେ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରି ତଦନ୍ତ ଜାରି ରଖିଛି। ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରିଛି।