ଭିଜିଲାନ୍ସ ଜାଲରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜଙ୍ଗଲ ଜମି ବିଭାଗ ସଂଯୋଜିକା

କୁଚିଣ୍ଡା ୧୧/୦୩: ଭିଜିଲାନ୍ସ ଜାଲରେ କୁଚିଣ୍ଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜଙ୍ଗଲ ଜମି ବିଭାଗର ସଂଯୋଜିକା । ଲାଞ୍ଚ ନେବାବେଳେ ଧରାପଡିଛନ୍ତି ନିଘତ ପରବିନ ।  କେସେଇବାହାଲ ଗ୍ରାମର ସୁଶାନ୍ତ କେରକେଟାଙ୍କ ଠାରୁ ଜଙ୍ଗଲ ଜମି ପଟ୍ଟା କରିଦେବାକୁ ନେଉଥିଲେ ୮୦୦୦ ଟଙ୍କା । ଏତିକିବେଳେ ମାଡିବସିଲା ସମ୍ବଲପୁର ଭିଜିଲାନ୍ସ ଟିମ । ଏହାପରେ ସଂଯୋଜିକାଙ୍କ ଅଫିସ ଓ କୁଚିଣ୍ଡା ସ୍ଥିତ ବାସଭବନରେ ବି ଚଢ଼ାଉ କରାଯାଇଥିଲା । ସୂଚନା ଥାଉକି, କୁଚିଣ୍ଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜଙ୍ଗଲ ଜମି ବିଭାଗର ସଂଯୋଜିକା ନିଘତ ପରବିନ ଜଙ୍ଗଲ ଜମି ପଟ୍ଟା କରିଦେବାକୁ ଲାଞ୍ଚ ମାଗିଥିଲେ । କିଛି ଟଙ୍କା ଦାବି ମୁତାବକ ଦେଇଥିଲେ ସୁଶାନ୍ତ । ହେଲେ ସେତିକିରେ ବୁଝିନଥିଲା ମନ । ଆହୁରି ଅଧିକ ଡିମାଣ୍ଡ କରିଥିଲେ ସଂଯୋଜିକା ମହାଶୟା । ଏନେଇ ସୁଶାନ୍ତ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଯୋଜନା ମୁତାବକ ସୋମବାର ୮୦୦୦ ଟଙ୍କା ନେଇ ଯାଇଥିଲେ ଦେବେକୁ । ପୂର୍ବ ଯୋଜନା ଅନୁଯାୟୀ ନିଘତ ଲାଞ୍ଚ ନେବେବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ମାଡିବସିଥିଲା । ଲାଞ୍ଚ ନେବା ଅଭିଯୋଗରେ ତାଙ୍କୁ ଧରିଥିଲା ଟିମ୍ । 

ଭିଜିଲାନ୍ସ ଜାଲରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜଙ୍ଗଲ ଜମି ବିଭାଗ ସଂଯୋଜିକା

କୁଚିଣ୍ଡା ୧୧/୦୩: ଭିଜିଲାନ୍ସ ଜାଲରେ କୁଚିଣ୍ଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜଙ୍ଗଲ ଜମି ବିଭାଗର ସଂଯୋଜିକା । ଲାଞ୍ଚ ନେବାବେଳେ ଧରାପଡିଛନ୍ତି ନିଘତ ପରବିନ ।  କେସେଇବାହାଲ ଗ୍ରାମର ସୁଶାନ୍ତ କେରକେଟାଙ୍କ ଠାରୁ ଜଙ୍ଗଲ ଜମି ପଟ୍ଟା କରିଦେବାକୁ ନେଉଥିଲେ ୮୦୦୦ ଟଙ୍କା । ଏତିକିବେଳେ ମାଡିବସିଲା ସମ୍ବଲପୁର ଭିଜିଲାନ୍ସ ଟିମ । ଏହାପରେ ସଂଯୋଜିକାଙ୍କ ଅଫିସ ଓ କୁଚିଣ୍ଡା ସ୍ଥିତ ବାସଭବନରେ ବି ଚଢ଼ାଉ କରାଯାଇଥିଲା । 


ସୂଚନା ଥାଉକି, କୁଚିଣ୍ଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜଙ୍ଗଲ ଜମି ବିଭାଗର ସଂଯୋଜିକା ନିଘତ ପରବିନ ଜଙ୍ଗଲ ଜମି ପଟ୍ଟା କରିଦେବାକୁ ଲାଞ୍ଚ ମାଗିଥିଲେ । କିଛି ଟଙ୍କା ଦାବି ମୁତାବକ ଦେଇଥିଲେ ସୁଶାନ୍ତ । ହେଲେ ସେତିକିରେ ବୁଝିନଥିଲା ମନ । ଆହୁରି ଅଧିକ ଡିମାଣ୍ଡ କରିଥିଲେ ସଂଯୋଜିକା ମହାଶୟା । ଏନେଇ ସୁଶାନ୍ତ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଯୋଜନା ମୁତାବକ ସୋମବାର ୮୦୦୦ ଟଙ୍କା ନେଇ ଯାଇଥିଲେ ଦେବେକୁ । ପୂର୍ବ ଯୋଜନା ଅନୁଯାୟୀ ନିଘତ ଲାଞ୍ଚ ନେବେବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ମାଡିବସିଥିଲା । ଲାଞ୍ଚ ନେବା ଅଭିଯୋଗରେ ତାଙ୍କୁ ଧରିଥିଲା ଟିମ୍ ।