ଭିଜିଲାନ୍ସ ଜାଲରେ କୋମନା ତହସିଲ ଅଫିସର ରେଭିନ୍ୟୁ ସୁପରଭାଇଜର
ନୂଆପଡ଼ା: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ନୂଆପଡ଼ା ଜିଲ୍ଲା କୋମନା ତହସିଲ ଅଫିସର ରେଭିନ୍ୟୁ ସୁପରଭାଇଜର ଅକ୍ଷୟ କୁମାର ନାଏକ। ତାଙ୍କଠାରୁ ୧୫ ହଜାର ଟଙ୍କା ଜବତ କରାଯାଇଛି। ଜବରଦଖଲ ମାମଲାରେ ଜୋରିମାନା କମ୍ କରିବାକୁ ଓ ଜମି ପଟ୍ଟା ଜାରି କରିବାରେ ସହାୟତା କରିବାକୁ ଅଭିଯୋଗକାରୀ ଏବଂ ଅନ୍ୟ କିଛି ଲୋକଙ୍କୁ ଲାଞ୍ଚ ମାଗିଥିଲେ। ଆଜି ଅକ୍ଷୟ କୁମାର ନାଏକ ଅଭିଯୋଗକାରୀଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବ […]

ନୂଆପଡ଼ା: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ନୂଆପଡ଼ା ଜିଲ୍ଲା କୋମନା ତହସିଲ ଅଫିସର ରେଭିନ୍ୟୁ ସୁପରଭାଇଜର ଅକ୍ଷୟ କୁମାର ନାଏକ। ତାଙ୍କଠାରୁ ୧୫ ହଜାର ଟଙ୍କା ଜବତ କରାଯାଇଛି। ଜବରଦଖଲ ମାମଲାରେ ଜୋରିମାନା କମ୍ କରିବାକୁ ଓ ଜମି ପଟ୍ଟା ଜାରି କରିବାରେ ସହାୟତା କରିବାକୁ ଅଭିଯୋଗକାରୀ ଏବଂ ଅନ୍ୟ କିଛି ଲୋକଙ୍କୁ ଲାଞ୍ଚ ମାଗିଥିଲେ। ଆଜି ଅକ୍ଷୟ କୁମାର ନାଏକ ଅଭିଯୋଗକାରୀଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବ ଯୋଜନା ପ୍ରକାରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ପରେ ତାଙ୍କର ଦୁଇଟି ଠିକଣାରେ ଚଢ଼ାଉ କରାଯାଇଥିଲା। ସେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଥିଲା।