ସବୁଠୁ ବୟସ୍କ ଦମ୍ପତି: ବରକୁ ୧୦୦ ବର୍ଷ, କନିଆକୁ ୧୦୨…

ପ୍ରେମ କରିବାରେ କୌଣସି ବୟସ ଦେଖାଯାଏନି। କେତେବେଳେ କାହା ସହ ପ୍ରେମ ହୋଇଯିବ କହି ହୁଏନାହିଁ। ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଆମେରିକାର ଫିଲାଡେଲଫିଆ ସହରରେ ରହୁଥିବା ଦୁଇଜଣ ବୃଦ୍ଧାବୃଦ୍ଧ। ଏହି ବୟସ୍କ ଦମ୍ପତି ହେଲେ ବର୍ଣ୍ଣାଡ୍‌ ଲିଟ୍‌ମ୍ୟାନ୍‌(୧୦୦) ଏବଂ ମାର୍ଜୋରି ଫିଟ୍‌ମ୍ୟାନ୍(୧୦୨)। ତେବେ ଉଭୟଙ୍କ ବୟସ ମିଶାଇଲେ ୨୦୨ ବର୍ଷ ହେବ। ଏହା ମଧ୍ୟ ଏକ ରେକର୍ଡ। ଡିସେମ୍ବର ୩ ତାରିଖରେ ସେମାନଙ୍କ ନାମ ଗିନିଜ୍‌ ବିଶ୍ବ ରେକର୍ଡରେ ସବୁଠୁ ବୟସ୍କ ଦମ୍ପତି ଭାବେ […]

ସବୁଠୁ ବୟସ୍କ ଦମ୍ପତି: ବରକୁ  ୧୦୦ ବର୍ଷ, କନିଆକୁ ୧୦୨…
Untitled 1 22

ପ୍ରେମ କରିବାରେ କୌଣସି ବୟସ ଦେଖାଯାଏନି। କେତେବେଳେ କାହା ସହ ପ୍ରେମ ହୋଇଯିବ କହି ହୁଏନାହିଁ। ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଆମେରିକାର ଫିଲାଡେଲଫିଆ ସହରରେ ରହୁଥିବା ଦୁଇଜଣ ବୃଦ୍ଧାବୃଦ୍ଧ। ଏହି ବୟସ୍କ ଦମ୍ପତି ହେଲେ ବର୍ଣ୍ଣାଡ୍‌ ଲିଟ୍‌ମ୍ୟାନ୍‌(୧୦୦) ଏବଂ ମାର୍ଜୋରି ଫିଟ୍‌ମ୍ୟାନ୍(୧୦୨)। ତେବେ ଉଭୟଙ୍କ ବୟସ ମିଶାଇଲେ ୨୦୨ ବର୍ଷ ହେବ। ଏହା ମଧ୍ୟ ଏକ ରେକର୍ଡ। ଡିସେମ୍ବର ୩ ତାରିଖରେ ସେମାନଙ୍କ ନାମ ଗିନିଜ୍‌ ବିଶ୍ବ ରେକର୍ଡରେ ସବୁଠୁ ବୟସ୍କ ଦମ୍ପତି ଭାବେ ସ୍ଥାନ ପାଇଛି। ତେବେ ଏହି ଦମ୍ପତି ପରସ୍ପରକୁ ୯ ବର୍ଷ ପୂର୍ବରୁ ଏକ ବୃଦ୍ଧାଶ୍ରମରେ ଭେଟିଥିଲେ। ଏହାପରେ ଉଭୟ ପରସ୍ପର ସହ ସମୟ ଅତିବାହିତ କରିବାକୁ ଲାଗିଲେ। ଉଭୟ ବିବାହ ବନ୍ଧନରେ ବାନ୍ଧି ହେବାକୁ ଚାହିଁବାରୁ ବୃଦ୍ଧାଶ୍ରମର ଅଧିକାରୀମାନେ ବିବାହ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିଥିଲେ। ମେ’ ୧୯ରେ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଉଭୟ ହ୍ବିଲ୍‌ ଚେୟାର୍‌ରେ ବିବାହ ସ୍ଥଳକୁ ଆସିଥିଲେ। ଏହି ଦମ୍ପତି ସେମାନଙ୍କର ଜୀବନସାଥୀମାନଙ୍କୁ ପୂର୍ବରୁ ହରାଇଛନ୍ତି। ଉଭୟ ଛଅ ଦଶନ୍ଧି ଧରି ସେମାନଙ୍କ ଜୀବନସାଥୀମାନଙ୍କ ସହ ସୁଖମୟ ବୈବାହିକ ଜୀବନ କାଟିଛନ୍ତି। ବର୍ଣ୍ଣାଡ୍‌ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ ଓ ମାର୍ଜୋରି ଜଣେ ଶିକ୍ଷୟିତ୍ରୀ ଥିଲେ।