ଭିଜିଲାନ୍ସ ଜାଲରେ ଜଳ ବିଭାଜିକା ପ୍ରକଳ୍ପ ଅଧିକାରୀ ଶାନ୍ତନୁ ମହାପାତ୍ର : ୮ଟି ସ୍ଥାନରେ ଚାଲିଛି ରେଡ୍‌

ମାଲକାନଗିରି : ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ଜଳ ବିଭାଜିକା ପ୍ରକଳ୍ପ ଅଧିକାରୀ ଶାନ୍ତନୁ ମହାପାତ୍ରଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ ଟିମ୍‌। ଜୟପୁର ଓ ମାଲକାନଗିରି ସ୍ଥିତ ବାସଭବନ ସମେତ ମୋଟ ୮ଟି ସ୍ଥାନରେ ଭିଜିଲାନ୍ସ ଏକକାଳୀନ ରେଡ୍‌ କରୁଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିର ଭିଜିଲାନ୍ସ ଟିମ ମିଳିତ ଭାବେ ଜଳ ବିଭାଜିକା ପ୍ରକଳ୍ପ ଅଧିକାରୀ ଶାନ୍ତନୁ ମହାପାତ୍ରଙ୍କ ଘର ସମେତ ୮ଟି ସ୍ଥାନରେ ରେଡ୍‌ କରୁଛନ୍ତି। […]

ଭିଜିଲାନ୍ସ ଜାଲରେ ଜଳ ବିଭାଜିକା ପ୍ରକଳ୍ପ ଅଧିକାରୀ ଶାନ୍ତନୁ ମହାପାତ୍ର : ୮ଟି ସ୍ଥାନରେ ଚାଲିଛି ରେଡ୍‌
Vigilance raid in Malkangiri

ମାଲକାନଗିରି : ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ଜଳ ବିଭାଜିକା ପ୍ରକଳ୍ପ ଅଧିକାରୀ ଶାନ୍ତନୁ ମହାପାତ୍ରଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ ଟିମ୍‌। ଜୟପୁର ଓ ମାଲକାନଗିରି ସ୍ଥିତ ବାସଭବନ ସମେତ ମୋଟ ୮ଟି ସ୍ଥାନରେ ଭିଜିଲାନ୍ସ ଏକକାଳୀନ ରେଡ୍‌ କରୁଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁସାରେ ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିର ଭିଜିଲାନ୍ସ ଟିମ ମିଳିତ ଭାବେ ଜଳ ବିଭାଜିକା ପ୍ରକଳ୍ପ ଅଧିକାରୀ ଶାନ୍ତନୁ ମହାପାତ୍ରଙ୍କ ଘର ସମେତ ୮ଟି ସ୍ଥାନରେ ରେଡ୍‌ କରୁଛନ୍ତି। ଜୟପୁର ସ୍ଥିତ ପ୍ରକଳ୍ପ ଅଧିକାରୀଙ୍କ ଘରେ ଚଢ଼ାଉ ବେଳେ ନଗଦ ଏକ କୋଟି ଟଙ୍କା ଉଦ୍ଧାର ହୋଇଥିବା ଜଣାପଡ଼ିଛି। ତଦନ୍ତ ପରେ ବିସ୍ତୃତ ବିବରଣୀ ଦିଆଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ସେପଟେ ଜଳ ବିଭାଜିକା ପ୍ରକଳ୍ପ ନିର୍ଦେଶକଙ୍କ କିଛି ସହକାରୀ କର୍ମଚାରୀଙ୍କ ଘରେ ମଧ୍ୟ ରେଡ ଚାଲିଛି।