ଭିଜିଲାନ୍ସ ଜାଲରେ ପୁଲିସ ଏଏସଆଇ, ୬ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରା ପଡିଲେ…
ବାରିପଦା: ମୟୁରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନାର ଏଏସଆଇ ରାମଚନ୍ଦ୍ର ସୋରେନ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି। ଟାଉନ ଥାନାର ଏକ ମାମଲାରେ ସମ୍ପୃକ୍ତଙ୍କ ନାମ କାଟିବା ପାଇଁ ଶନିବାର ୬ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ଦ୍ବାରା ଧରାପଡିଛନ୍ତି। ସୂଚନା ଅନୁଯାୟୀ, ବାରିପଦାର ଶୁଭ୍ରାଂଶୁ ଶେଖର ଦତ୍ତଙ୍କ ଏକ ପରିବାରକ କଳହ ମାମଲା ବହୁ ଦିନ ହେବ ଥାନାରେ ରହିଥିଲା। ଉକ୍ତ ଅଭିଯୋଗର ତଦନ୍ତକାରି ଅଫିସର ଭାବେ ରାମଚନ୍ଦ୍ର ସୋରେନ […]

ବାରିପଦା: ମୟୁରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନାର ଏଏସଆଇ ରାମଚନ୍ଦ୍ର ସୋରେନ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି। ଟାଉନ ଥାନାର ଏକ ମାମଲାରେ ସମ୍ପୃକ୍ତଙ୍କ ନାମ କାଟିବା ପାଇଁ ଶନିବାର ୬ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ଦ୍ବାରା ଧରାପଡିଛନ୍ତି।
ସୂଚନା ଅନୁଯାୟୀ, ବାରିପଦାର ଶୁଭ୍ରାଂଶୁ ଶେଖର ଦତ୍ତଙ୍କ ଏକ ପରିବାରକ କଳହ ମାମଲା ବହୁ ଦିନ ହେବ ଥାନାରେ ରହିଥିଲା। ଉକ୍ତ ଅଭିଯୋଗର ତଦନ୍ତକାରି ଅଫିସର ଭାବେ ରାମଚନ୍ଦ୍ର ସୋରେନ ରହିଥିଲେ। ତେବେ ସେଥରୁ ତାଙ୍କର ନାମ କାଟିବା ପାଇଁ ଏଏସଆଇ ଶ୍ରୀ ସୋରେନ ଲାଞ୍ଚ ମାଗିଥିଲେ। ଏ ନେଇ ସେ ଅସହାୟ ହୋଇ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ଆଉ ଏହାପରେ ଆଜି ଏଏସଆଇ ତାଙ୍କ ବାରୁଣିସ୍ଥିତ ଭଡାଘରେ ଲାଞ୍ଚ ନେବା ସୟମରେ ବାରିପଦା ଭିଜିଲାନ୍ସ ବିଭାଗ ମାଡିବସିଥିଲା। ତାଙ୍କ ନିକଟରୁ ରାସାୟନିକ ମିଶ୍ରିତ ୬ହଜାର ଲାଞ୍ଚ ଟଙ୍କା ଭିଜିଲାନ୍ସ ଜବତ କରିଛି। ଏଥିପରେ ଅନ୍ୟାନ୍ୟ ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରି ଯାଞ୍ଚ ପ୍ରକ୍ରିୟା ଜାରି ରହିଛି।