ଶପଥ ଗ୍ରହଣ ପୂର୍ବରୁ ବିଗିଡିଲା ସିନ୍ଦେଙ୍କ ସ୍ୱାସ୍ଥ୍ୟ, ଜୁୁପିଟର ହସ୍ପିଟାଲରେ ଭର୍ତ୍ତି
ମୁମ୍ୱାଇ ୦୩/୧୨: ମହାରାଷ୍ଟ୍ରର କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ତଥା ଶିବସେନା ନେତା ତଥା ଏକନାଥ ସିନ୍ଦେ ଗୁରୁତର । ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମହାରାଷ୍ଟ୍ରରେ ନୂଆ ସରକାର ଶପଥ ଗ୍ରହଣ ସମାରୋହ ପୂର୍ବରୁ ସେ ଅସୁସ୍ଥ ହୋଇପଡିଛନ୍ତି। ଆଉ ତାଙ୍କ ଅବସ୍ଥା ଦେଖି ତୁରନ୍ତ ତାଙ୍କୁ ମୁମ୍ବାଇ ଥାଣେ ସ୍ଥିତ ଜୁପିଟର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଥାଉକି, ରବିବାର ଦିନ ଏକନାଥ ସିନ୍ଦେ ନିଜ ପୈତୃକ ଗାଁରୁ ଫେରିଥିଲେ । ଗତ ଦୁଇରୁ ତିନି ଦିନ ହେବ ଥଣ୍ଡା ଜ୍ୱରରେ ପୀଡିତ ଥିଲେ । ହେଲେ ଆଜି ହଠାତ୍ ତାଙ୍କ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକା ବିଗିଡି ଯାଇଥିଲା । ଫଳରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରମାନେ ତାଙ୍କ ଚିକିତ୍ସା ଜାରି ରଖିଛନ୍ତି । କୁହାଯାଉଛି ଯେ ଯାଞ୍ଚ ପାଇଁ ତାଙ୍କୁ ହସ୍ପିଟାଲରେ କିଛି ଦିନ ରହିବାକୁ ପଡିବ । ଯାହା ଶୁଣିବାକୁ ମିଳିଛି ଗୁରୁବାର ମହାରାଷ୍ଟ୍ରରେ ଶପଥ ଗ୍ରହଣ ସମାରୋହ ଆୟୋଜନ ହୋଇପାରେ । ଏହି ସମାରୋହରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଓ ଦୁଇ ଜଣ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ବୁଧବାର ବିଜେପି ବିଧାୟକ ଦଳ ନେତାଙ୍କ ନାଁ ଘୋଷଣା କରିପାରେ ।
ମୁମ୍ୱାଇ ୦୩/୧୨: ମହାରାଷ୍ଟ୍ରର କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ତଥା ଶିବସେନା ନେତା ତଥା ଏକନାଥ ସିନ୍ଦେ ଗୁରୁତର । ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମହାରାଷ୍ଟ୍ରରେ ନୂଆ ସରକାର ଶପଥ ଗ୍ରହଣ ସମାରୋହ ପୂର୍ବରୁ ସେ ଅସୁସ୍ଥ ହୋଇପଡିଛନ୍ତି। ଆଉ ତାଙ୍କ ଅବସ୍ଥା ଦେଖି ତୁରନ୍ତ ତାଙ୍କୁ ମୁମ୍ବାଇ ଥାଣେ ସ୍ଥିତ ଜୁପିଟର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ଥାଉକି, ରବିବାର ଦିନ ଏକନାଥ ସିନ୍ଦେ ନିଜ ପୈତୃକ ଗାଁରୁ ଫେରିଥିଲେ । ଗତ ଦୁଇରୁ ତିନି ଦିନ ହେବ ଥଣ୍ଡା ଜ୍ୱରରେ ପୀଡିତ ଥିଲେ । ହେଲେ ଆଜି ହଠାତ୍ ତାଙ୍କ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକା ବିଗିଡି ଯାଇଥିଲା । ଫଳରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରମାନେ ତାଙ୍କ ଚିକିତ୍ସା ଜାରି ରଖିଛନ୍ତି । କୁହାଯାଉଛି ଯେ ଯାଞ୍ଚ ପାଇଁ ତାଙ୍କୁ ହସ୍ପିଟାଲରେ କିଛି ଦିନ ରହିବାକୁ ପଡିବ ।
ଯାହା ଶୁଣିବାକୁ ମିଳିଛି ଗୁରୁବାର ମହାରାଷ୍ଟ୍ରରେ ଶପଥ ଗ୍ରହଣ ସମାରୋହ ଆୟୋଜନ ହୋଇପାରେ । ଏହି ସମାରୋହରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଓ ଦୁଇ ଜଣ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ବୁଧବାର ବିଜେପି ବିଧାୟକ ଦଳ ନେତାଙ୍କ ନାଁ ଘୋଷଣା କରିପାରେ ।