ଭିଜିଲାନ୍ସ ଜାଲରେ ଲାଞ୍ଚଖୋର ସୁପରଭାଇଜର, ଜନ୍ମମୃତ୍ୟୁ ପ୍ରମାଣପତ୍ର ପାଇଁ ନେଉଥିଲେ ୪୦୦୦ ଟଙ୍କା ଲାଞ୍ଚ

କଳାହାଣ୍ଡି: ଭିଜିଲାନ୍ସ ଜାଲରେ ସୁପର ଭାଇଜର । ୪ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ମେଡିକାଲ ସୁପରଭାଇଜର ଲକ୍ଷ୍ମୀ ମହାରଣା । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଡାକ୍ତରଖାନାରେ କାର୍ଯ୍ୟରତ ସୁପରଭାଇଜର ଲକ୍ଷ୍ମୀ ମହାରଣା ଜନ୍ମମୃତ୍ୟୁ ପ୍ରମାଣ ପତ୍ର ନିମନ୍ତେ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧାରା ପଡିଛନ୍ତି । ସୂଚନା ଅନୁସାରେ, ତଲଝାପି ପଞ୍ଚାୟତର ତିମି ଜଣଙ୍କ ଠାରୁ ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର କରିଦେବା ପାଇଁ ଡାକ୍ତରଖାନାରେ […]

ଭିଜିଲାନ୍ସ ଜାଲରେ ଲାଞ୍ଚଖୋର ସୁପରଭାଇଜର, ଜନ୍ମମୃତ୍ୟୁ ପ୍ରମାଣପତ୍ର ପାଇଁ ନେଉଥିଲେ ୪୦୦୦ ଟଙ୍କା ଲାଞ୍ଚ
Odisha Vigilance

କଳାହାଣ୍ଡି: ଭିଜିଲାନ୍ସ ଜାଲରେ ସୁପର ଭାଇଜର । ୪ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ମେଡିକାଲ ସୁପରଭାଇଜର ଲକ୍ଷ୍ମୀ ମହାରଣା । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଡାକ୍ତରଖାନାରେ କାର୍ଯ୍ୟରତ ସୁପରଭାଇଜର ଲକ୍ଷ୍ମୀ ମହାରଣା ଜନ୍ମମୃତ୍ୟୁ ପ୍ରମାଣ ପତ୍ର ନିମନ୍ତେ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧାରା ପଡିଛନ୍ତି ।

ସୂଚନା ଅନୁସାରେ, ତଲଝାପି ପଞ୍ଚାୟତର ତିମି ଜଣଙ୍କ ଠାରୁ ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର କରିଦେବା ପାଇଁ ଡାକ୍ତରଖାନାରେ କାର୍ଯ୍ୟରତ ସୁପରଭାଇଜର ଲକ୍ଷ୍ମୀ ମହାରଣା ଲାଞ୍ଚ ମାଗିଥିଲେ । ଏନେଇ ସମସ୍ତେ କଳାହାଣ୍ଡି ଭିଜିଲାନ୍ସ ବିଭାଗକୁ ଅଭିଯୋଗ କରିଥିଲେ । ଆଜି ସନ୍ଧ୍ୟାରେ ୩ଜଣ ୪ ହଜାର ରଙ୍ଗବୋଳା ଟଙ୍କା ଲକ୍ଷ୍ମୀ ମହାରଣାଙ୍କୁ ଦେବା ପରେ ଆଗରୁ ଛପି ରହିଥିବା ଭିଜିଲାନ୍ସ ଲକ୍ଷ୍ମୀ ମହାରଣାଙ୍କୁ ରଙ୍ଗବୋଳା ଟଙ୍କା ସହ କାବୁ କରିଥିଲେ। ପୁର୍ବରୁ ପ୍ରତ୍ୟେକ ଆବେଦନକାରୀଙ୍କ ଠାରୁ ୨ହଜାର ଲେଖାଏ ଆଦାୟ କରି ପ୍ରମାଣପତ୍ର ଦେଉଥିଲେ। ଯିଏ ଲାଞ୍ଚ ନ ଦେଲା ତାଙ୍କୁ ଲାଞ୍ଚୁଆ ସୁପର ଭାଇଜର ଲକ୍ଷ୍ମୀ ମହାରଣା ମାସ ମାସ ହଇରାଣ ହରକତ କରୁଥିବା ନେଇ ଅଭିଯୋଗ ମଧ୍ୟ ହୋଇଥିଲା। ଏହି ଚଢ଼ାଉରେ ଭିଜିଲାନ୍ସ ବିଭାଗ ପକ୍ଷରୁ କଳାହାଣ୍ଡି ଭିଜିଲାନ୍ସ ଡିଏସପି ପ୍ରଦୀପ ଆଇଣ୍ଡ, ଇନ୍ସପେକ୍ଟର ପ୍ରମିଳା ସୁନା, ଏଏସଆଇ ସଞ୍ଜୟ କୁମାର ସାହୁ, ଷ୍ଟେନୋ ସନ୍ତୋଷ ମହାନ୍ତି ପ୍ରମୁଖ ସାମିଲ ଥିଲେ ।