ଭିଜିଲାନ୍ସ ଜାଲରେ ସରପଞ୍ଚ, ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ

କଣିଁହା: ଭିଜିଲାନ୍ସ ଜାଲରେ ଅନୁଗୋଳ ଜିଲ୍ଲା କଣିଁହା ବ୍ଲକ ସୁଶୁବା ପଞ୍ଚାୟତର ସରପଞ୍ଚ । ପଦ୍ମ ଚରଣ ପ୍ରଧାନଙ୍କ ଠାରୁ ବନ୍ଧ କାମର ବିଲ୍ କରାଇଦେବା ନାଁରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ସୁଶୁବା ସରପଞ୍ଚ ମାମାଲି ସାମଲ ଏବଂ ସରପଞ୍ଚଙ୍କ ସ୍ୱାମୀ ଶିଶିର ସାମଲଙ୍କୁ ଗିରଫ କଲା ଭିଜିଲାନ୍ସ । ଅନୁଗୋଳ ଜିଲ୍ଲା କଣିଁହା ବ୍ଲକ ଅନ୍ତର୍ଗତ ସୁଶୁବା ଗ୍ରାମପଞ୍ଚାୟତର ସରପଞ୍ଚ ମାମାଲି ସାମଲ ବନ୍ଧ କାମର ବିଲ୍ […] The post ଭିଜିଲାନ୍ସ ଜାଲରେ ସରପଞ୍ଚ, ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ appeared first on KNews Odisha.

ଭିଜିଲାନ୍ସ ଜାଲରେ ସରପଞ୍ଚ, ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ
vigilance

କଣିଁହା: ଭିଜିଲାନ୍ସ ଜାଲରେ ଅନୁଗୋଳ ଜିଲ୍ଲା କଣିଁହା ବ୍ଲକ ସୁଶୁବା ପଞ୍ଚାୟତର ସରପଞ୍ଚ । ପଦ୍ମ ଚରଣ ପ୍ରଧାନଙ୍କ ଠାରୁ ବନ୍ଧ କାମର ବିଲ୍ କରାଇଦେବା ନାଁରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ସୁଶୁବା ସରପଞ୍ଚ ମାମାଲି ସାମଲ ଏବଂ ସରପଞ୍ଚଙ୍କ ସ୍ୱାମୀ ଶିଶିର ସାମଲଙ୍କୁ ଗିରଫ କଲା ଭିଜିଲାନ୍ସ ।

ଅନୁଗୋଳ ଜିଲ୍ଲା କଣିଁହା ବ୍ଲକ ଅନ୍ତର୍ଗତ ସୁଶୁବା ଗ୍ରାମପଞ୍ଚାୟତର ସରପଞ୍ଚ ମାମାଲି ସାମଲ ବନ୍ଧ କାମର ବିଲ୍ କରାଇଦେବା ପାଇଁ ଲାଞ୍ଚ ନେଉଥିବାବେଳେ ଧରାପଡିଲେ ଭିଜିଲାନ୍ସ ହାତରେ । ସୁଶୁବା ଗ୍ରାମପଞ୍ଚାୟତର ପଦ୍ମଚରଣ ପ୍ରଧାନ ବନ୍ଧ ଖୋଳିବା ପରେ ବିଲ୍ ପାଇଁ ସରପଞ୍ଚଙ୍କ ପାଖକୁ ବାରମ୍ବାର ଦୌଡିବା ପରେ ୬୦ ହଜାର ଟଙ୍କାର ବିଲ୍ ପକାଇ ରଖିଥିଲେ । ପଦ୍ମଚରଣ ବଳକା ଥିବା ୧ ଲକ୍ଷ ୧୮ ହଜାର ଟଙ୍କାର ବିଲ୍ କରାଇ ଦେବାପାଇଁ ସରପଞ୍ଚଙ୍କୁ କହିବାରୁ ସରପଞ୍ଚ ତାଙ୍କୁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।

ଏତେ ଟଙ୍କା ଦେଇ ପାରିବି ନାହିଁ କହିବାରୁ ୨୦ ହଜାର ଟଙ୍କାରେ କଥା ଛିଡାଇଥିଲେ ସରପଞ୍ଚଙ୍କ ସ୍ୱାମୀ ସିସିର ସାମଲ । ପଞ୍ଚାୟତ କାର୍ଯ୍ୟାଳୟକୁ ଟଙ୍କା ନେଇ ଆସିଲେ ବିଲ୍ ହେଇଯିବ କହିଥିଲେ । ଏପଟେ ପଦ୍ମଚରଣ ସରପଞ୍ଚ ଲାଞ୍ଚ ମାଗିଥିବାର ଫୋନ୍ କଲ୍ ରେକର୍ଡିଙ୍ଗ ନେଇ ଭିଜିଲାନ୍ସ ଅଫିସ ଅନୁଗୋଳରେ ପହଞ୍ଚିଥିଲେ । ସବୁ ଶୁଣିବା ପରେ  ଭିଜିଲାନ୍ସ ରଙ୍ଗ ବୋଳା ୨୦ ହଜାର ଟଙ୍କା  ଦେବାପରେ ସରପଞ୍ଚଙ୍କ ପାଖରେ ପହଞ୍ଚିଥିଲେ ପଦ୍ମଚରଣ ପ୍ରଧାନ ।

ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଥିବା ସମୟରେ ସରପଞ୍ଚଙ୍କ ସ୍ୱାମୀ ପଦ୍ମଚରଣ ପ୍ରଧାନଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ । ଟଙ୍କା ନେବା ସମୟରେ ହିଁ ସରପଞ୍ଚଙ୍କ ସ୍ୱାମୀ ସିସିର ସାମଲଙ୍କୁ ମାଡି ବସିଥିଲେ ଅନୁଗୋଳ ଜିଲ୍ଲା ଭିଜିଲାନ୍ସ ଡି.ଏସ୍.ପି. ପ୍ରଦୀପ କୁମାର ସାମଲ ଏବଂ ତାଙ୍କ ସହକର୍ମୀମାନେ । ସରପଞ୍ଚ ଏବଂ ତାଙ୍କ ସ୍ବାମୀଙ୍କୁ ଭିଜିଲାନ୍ସ ଅନୁଗୋଳ ଅଫିସକୁ ପଠାଇବା ପରେ ସରପଞ୍ଚଙ୍କ ଘର ଏବଂ ପଞ୍ଚାୟତ କାର୍ଯ୍ୟାଳୟରେ ଖୋଳତାଡ ଆରମ୍ଭ କରିଥିଲେ । ବର୍ତ୍ତମାନ ସରପଞ୍ଚଙ୍କ ସହ ତାଙ୍କ ସ୍ୱାମୀ ଭିଜିଲାନ୍ସ ହାଜତରେ ଅଛନ୍ତି ।

 

The post ଭିଜିଲାନ୍ସ ଜାଲରେ ସରପଞ୍ଚ, ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ appeared first on KNews Odisha.