ଯୁବତୀଙ୍କ ଅନିଚ୍ଛା ସତ୍ତ୍ୱେ କଲେ ବାହାଘର, ଚତୁର୍ଥୀ ଦିନ ସ୍ୱାମୀ ବଦଳରେ ପ୍ରେମିକକୁ ଖୋଜିଲେ କନ୍ୟା

ତାଳଚେର : ପ୍ରେମିକର ପ୍ରେମ ପାଗଳ କଲା ।  ସ୍ବାମୀ ସହ ରହିବାକୁ ସ୍ତ୍ରୀର ଆଦୌ ଇଚ୍ଛା ନଥିଲା । ସ୍ବାମୀକୁ ଛାଡ଼ି ପ୍ରେମିକ ପାଖକୁ ଯିବାକୁ ଚାହୁଁଥିଲା ସ୍ତ୍ରୀ । ସ୍ବାମୀ ହାତ ଛାଡ଼ି ଚତୁର୍ଥୀ ଦିନ ନବବଧୂ ଧରିଲେ ପ୍ରେମିକ ହାତ। ଶାଶୁଘର, ବାପଘର ଲୋକଙ୍କ ଉପସ୍ଥିତିରେ ଥାନାରେ ହେଲା ଚୁକ୍ତିନାମା ।  ଏପରି ଏକ ଘଟଣା ତାଳଚେରରୁ ଆସିଛି । ସୂଚନା ଅନୁସାରେ ଗତ ୧୮ ତାରିଖରେ ତାଳଚେର ଥାନା ଅନ୍ତର୍ଗତ ଟାଉନ […] The post ଯୁବତୀଙ୍କ ଅନିଚ୍ଛା ସତ୍ତ୍ୱେ କଲେ ବାହାଘର, ଚତୁର୍ଥୀ ଦିନ ସ୍ୱାମୀ ବଦଳରେ ପ୍ରେମିକକୁ ଖୋଜିଲେ କନ୍ୟା appeared first on KNews Odisha.

ଯୁବତୀଙ୍କ ଅନିଚ୍ଛା ସତ୍ତ୍ୱେ କଲେ ବାହାଘର, ଚତୁର୍ଥୀ ଦିନ ସ୍ୱାମୀ ବଦଳରେ ପ୍ରେମିକକୁ ଖୋଜିଲେ କନ୍ୟା
marraige

ତାଳଚେର : ପ୍ରେମିକର ପ୍ରେମ ପାଗଳ କଲା ।  ସ୍ବାମୀ ସହ ରହିବାକୁ ସ୍ତ୍ରୀର ଆଦୌ ଇଚ୍ଛା ନଥିଲା । ସ୍ବାମୀକୁ ଛାଡ଼ି ପ୍ରେମିକ ପାଖକୁ ଯିବାକୁ ଚାହୁଁଥିଲା ସ୍ତ୍ରୀ । ସ୍ବାମୀ ହାତ ଛାଡ଼ି ଚତୁର୍ଥୀ ଦିନ ନବବଧୂ ଧରିଲେ ପ୍ରେମିକ ହାତ। ଶାଶୁଘର, ବାପଘର ଲୋକଙ୍କ ଉପସ୍ଥିତିରେ ଥାନାରେ ହେଲା ଚୁକ୍ତିନାମା ।  ଏପରି ଏକ ଘଟଣା ତାଳଚେରରୁ ଆସିଛି ।

ସୂଚନା ଅନୁସାରେ ଗତ ୧୮ ତାରିଖରେ ତାଳଚେର ଥାନା ଅନ୍ତର୍ଗତ ଟାଉନ ବଡ଼ ଦାଣ୍ଡ ସାହିର ଜଣେ ଯୁବକଙ୍କ ବିବାହ ବଅଁରପାଳ ବ୍ଲକ ଅଞ୍ଚଳରେ ହୋଇଥିଲା । ବିବାହ କାର୍ଯ୍ୟ ଶେଷ ହେବା ପରେ କନ୍ୟା ଶାଶୁଘରକୁ ଆସିଥିଲା । ୩ ଦିନ ଧରି ନବବଧୂ ଶାଶୁଘରେ ଠିକଠାକ ଥିଲା ।  ହେଲେ ଚତୁର୍ଥୀ ଦିନ ବିବାହ ତାଙ୍କ ଇଛା ଅନୁସାରେ ହୋଇନଥିବା କହିଥିଲେ ନବବଧୂ ।

ଏହା ମଧ୍ଯ କହିଥିଲେ କି ତାଙ୍କ ମାଆ ଜୋର ଜବରଦସ୍ତ ବିବାହ କରାଇଛନ୍ତି ।  ଏପରି କି ବିବାହ ନକଲେ ବାପା ଜୀବନ ହାରିବାକୁ ଧମକ ଦେଇଥିଲେ । ତେଣୁ ସେ ବାଧ୍ୟ ହୋଇ ବିବାହ କରିଥିଲେ । ନିଜ ପୁରୁଣା ପ୍ରେମିକକୁ ବିବାହ କରିବାକୁ ଜିଦ କରିଥିଲେ। ଏପରି କଥା ଶୁଣି ବରପକ୍ଷ ତୁରନ୍ତ ନବବଧୂଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ ।  ପରେ ଉଭୟ ପରିବାର ତାଳଚେର ଥାନାର ଦ୍ବାରସ୍ଥ ହୋଇଥିଲେ । ଏହାପରେ ଉଭୟ ପରିବାର ଲୋକଙ୍କ ଉପସ୍ଥିତିରେ ଥାନାରେ ଚୁକ୍ତିନାମା ହୋଇଥିଲା । ନବବଧୂ ଜଣକ ତାଙ୍କ ପୁରୁଣା ପ୍ରେମିକ ପାଖକୁ ଚାଲିଯାଇଥିଲେ ।

 

 

ଆହୁରି ପଢ଼ନ୍ତୁ:  ସ୍ତ୍ରୀର ପରିଚୟ ପାଇବା ପାଇଁ ପ୍ରେମିକ ଦୁଆରେ ପ୍ରେମିକାର ଧାରଣା

 

 

 

The post ଯୁବତୀଙ୍କ ଅନିଚ୍ଛା ସତ୍ତ୍ୱେ କଲେ ବାହାଘର, ଚତୁର୍ଥୀ ଦିନ ସ୍ୱାମୀ ବଦଳରେ ପ୍ରେମିକକୁ ଖୋଜିଲେ କନ୍ୟା appeared first on KNews Odisha.