ଭିଜିଲାନ୍ସ ପଞ୍ଝାରେ ବିଡିଓ, ଗାଡ଼ିରୁ ୧୦ ଲକ୍ଷ ଟଙ୍କା ଜବତ କଲା ଭିଜିଲାନ୍ସ ଟିମ୍
ଧର୍ମଗଡ଼: ଭିଜିଲାନ୍ସ ପଞ୍ଝାରେ କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକ ବିଡିଓ ଅକ୍ଷମିତା କାର୍ତ୍ତିକ। ତାଙ୍କ ଗାଡ଼ିରୁ ୧୦ ଲକ୍ଷ ଟଙ୍କା ଜବତ କରିଛି ଟିମ୍। ସୂଚନା ଅନୁଯାୟୀ, ବିଡିଓ ଭବାନୀପାଟଣାରୁ ମିଟିଂ ସାରି ଗୋଲାମୁଣ୍ଡା ଫେରୁଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ କଳାହାଣ୍ଡି ଏବଂ ଜୟପୁର ଭିଜିଲାନ୍ସ ଟିମ ଜାତୀୟ ରାଜପଥ ୨୬ ଜାରିଂ ନିକଟରେ ତାଙ୍କ ଗାଡ଼ିକୁ ଅଟକାଇଥିଲେ।ଏହାପରେ ଗାଡିର ଯାଞ୍ଚ କରାଯାଇଥିଲା । ଯେଉଁଥିରୁ ୧୦ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ହେଲେ ଜବତ ଟଙ୍କା ବିଷୟରେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ବିଡିଓ । ଏମିତିରେ ତାଙ୍କୁ ଗିରଫ କରି ତଦନ୍ତ ଚଳାଇଛି ଭିଜିଲାନ୍ସ ଟିମ l ଗୋଲାମୁଣ୍ଡାରେ ଥିବା ତାଙ୍କ ସରକାରୀ ବାସଭବନରେ ଚଢ଼ାଉ ମଧ୍ୟ ଜାରି ରହିଛି। ବିଡିଓଙ୍କ ନାଁରେ ପୂର୍ବରୁ ଅନେକ ଅଭିଯୋଗ ରହିଥିବା ଜଣାପଡ଼ିଛି। ବିଡିଓ ମହାଶୟା ପୂର୍ବରୁ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକରେ କୋଭିଡ ଟଙ୍କା ଆତ୍ମସାତ କରି ନିଲମ୍ବନ ହୋଇଥିଲେ। ଆଉ ପରବର୍ତ୍ତୀ ସମୟରେ କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାମ କରୁଥିଲେ । ଆହୁରି ମଧ୍ୟ ତେନ୍ତୁଳିଖୁଣ୍ଟି ବ୍ଲକରେ ଟଙ୍କା ହଡ଼ପ, ରାୟଗଡ଼ା ଜିଲ୍ଲା ଅଧୀନ ଗୁଣପୁର ତହସିଲର ତହସିଲଦାର ଥିବା ସମୟରେ ଲାଞ୍ଚ ନେଇ ଆଇନଜୀବୀ ସହ ଝଗଡ଼ା କରିବା ମାମଲା ମଧ୍ୟ ରହିଛି।
ଧର୍ମଗଡ଼: ଭିଜିଲାନ୍ସ ପଞ୍ଝାରେ କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକ ବିଡିଓ ଅକ୍ଷମିତା କାର୍ତ୍ତିକ। ତାଙ୍କ ଗାଡ଼ିରୁ ୧୦ ଲକ୍ଷ ଟଙ୍କା ଜବତ କରିଛି ଟିମ୍। ସୂଚନା ଅନୁଯାୟୀ, ବିଡିଓ ଭବାନୀପାଟଣାରୁ ମିଟିଂ ସାରି ଗୋଲାମୁଣ୍ଡା ଫେରୁଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ କଳାହାଣ୍ଡି ଏବଂ ଜୟପୁର ଭିଜିଲାନ୍ସ ଟିମ ଜାତୀୟ ରାଜପଥ ୨୬ ଜାରିଂ ନିକଟରେ ତାଙ୍କ ଗାଡ଼ିକୁ ଅଟକାଇଥିଲେ।
ଏହାପରେ ଗାଡିର ଯାଞ୍ଚ କରାଯାଇଥିଲା । ଯେଉଁଥିରୁ ୧୦ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ହେଲେ ଜବତ ଟଙ୍କା ବିଷୟରେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ବିଡିଓ । ଏମିତିରେ ତାଙ୍କୁ ଗିରଫ କରି ତଦନ୍ତ ଚଳାଇଛି ଭିଜିଲାନ୍ସ ଟିମ l ଗୋଲାମୁଣ୍ଡାରେ ଥିବା ତାଙ୍କ ସରକାରୀ ବାସଭବନରେ ଚଢ଼ାଉ ମଧ୍ୟ ଜାରି ରହିଛି।
ବିଡିଓଙ୍କ ନାଁରେ ପୂର୍ବରୁ ଅନେକ ଅଭିଯୋଗ ରହିଥିବା ଜଣାପଡ଼ିଛି। ବିଡିଓ ମହାଶୟା ପୂର୍ବରୁ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକରେ କୋଭିଡ ଟଙ୍କା ଆତ୍ମସାତ କରି ନିଲମ୍ବନ ହୋଇଥିଲେ। ଆଉ ପରବର୍ତ୍ତୀ ସମୟରେ କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାମ କରୁଥିଲେ । ଆହୁରି ମଧ୍ୟ ତେନ୍ତୁଳିଖୁଣ୍ଟି ବ୍ଲକରେ ଟଙ୍କା ହଡ଼ପ, ରାୟଗଡ଼ା ଜିଲ୍ଲା ଅଧୀନ ଗୁଣପୁର ତହସିଲର ତହସିଲଦାର ଥିବା ସମୟରେ ଲାଞ୍ଚ ନେଇ ଆଇନଜୀବୀ ସହ ଝଗଡ଼ା କରିବା ମାମଲା ମଧ୍ୟ ରହିଛି।