ଭିଡିଓ କଲ୍ରେ ମନ୍ତ୍ରୀ କରୁଥିଲେ ଅଶ୍ଲୀଳ କାମ, ମହିଳା କମିଶନ ଅଧ୍ୟକ୍ଷ କହିଲେ ମିଳୁ ଉଚିତ୍ ଦଣ୍ତ
ଅପ୍ରାକୃତିକ ଯୌନ ସମ୍ପର୍କରେ ଲିପ୍ତ ଥିବା ପଞ୍ଜାବ ମନ୍ତ୍ରୀ ବାଲକର ସିଂଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ ଜାତୀୟ ମହିଳା ଆୟୋଗ (ଏନସିଡବ୍ଲ୍ୟୁ) ଉଦ୍ବେଗ ପ୍ରକାଶ କରିଛନ୍ତି ।
ଅପ୍ରାକୃତିକ ଯୌନ ସମ୍ପର୍କରେ ଲିପ୍ତ ଥିବା ପଞ୍ଜାବ ମନ୍ତ୍ରୀ ବାଲକର ସିଂଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ ଜାତୀୟ ମହିଳା ଆୟୋଗ (ଏନସିଡବ୍ଲ୍ୟୁ) ଉଦ୍ବେଗ ପ୍ରକାଶ କରିଛନ୍ତି । ଏହା ସହ ଏହି ଘଟଣାର ତ୍ୱରିତ ତଥା ନିରପେକ୍ଷ ତଦନ୍ତ କରିବାକୁ ସୁପାରିଶ କରିଛନ୍ତି ।
ବିଜେପି ନେତା ତାଜିନ୍ଦର ପାଲ ସିଂ ବାଗଗା ଏହି ଅଭିଯୋଗକୁ ସାମ୍ନାକୁ ଆଣିଛନ୍ତି । ସେ କହିଛନ୍ତି ଯେ, ଆମ୍ ଆଦମୀ ପାର୍ଟି ସଦସ୍ୟ ବାଲକର ସିଂ ଅପ୍ରାକୃତିକ ଯୌନ ସମ୍ପର୍କରେ ଲିପ୍ତ ଅଛନ୍ତି । ତାଜିନ୍ଦରଙ୍କ କହିବାନୁସାରେ, ଚାକିରି ଖୋଜୁଥିବା ଜଣେ ମହିଳାଙ୍କ ସହିତ ଭିଡିଓ କଲ୍ ସମୟରେ ଆପ୍ ସଦସ୍ୟ ଯୌନ କାର୍ଯ୍ୟରେ ଲିପ୍ତ ଥିଲେ ।
ଅଧିକ ପଢ଼ନ୍ତୁ: ଦିଦିଙ୍କ ରିଲ୍ସ ନିଶା; ବିନା ଖାତା ଦେଖାରେ ଦେଉଛନ୍ତି ଫୁଲ୍ ମାର୍କ..ଦେଖନ୍ତୁ ଭିଡିଓ..
ଘଟଣା ସାମ୍ନାକୁ ଆସିବା ପରେ NCW ଅଧ୍ୟକ୍ଷ ରେଖା ଶର୍ମା ସଦସ୍ୟଙ୍କ ଏପରି ଆଚରଣକୁ ନିନ୍ଦା କରିଛନ୍ତି । NCW ର ସୋସିଆଲ ମିଡିଆରେ ଏନେଇ ପୋଷ୍ଟ କରାଯାଇଛି । ଉକ୍ତ ସୋସିଆଲ ମିଡିଆ ପୋଷ୍ଟରେ ଅଧ୍ୟକ୍ଷ ରେଖା ଶର୍ମା, ଘଟଣା ଉପରେ ତ୍ୱରିତ ଓ ନିରପେକ୍ଷ ତଦନ୍ତ ନିଶ୍ଚିତ କରିବାକୁ ପଞ୍ଜାବ ମହାନିର୍ଦ୍ଦେଶକ ପୋଲିସ (ଡିଜିପି)ଙ୍କୁ ଅନୁରୋଧ କରିଛନ୍ତି ।
The National Commission for Women is gravely disturbed by a Twitter post allegations against Punjab MLA Mr. Balkar Singh. The reported acts, if substantiated, constitute serious violations under IPC sections 354 and 354B, directly affronting a woman's dignity. @sharmarekha… — NCW (@NCWIndia) May 27, 2024
ଏହା ସହ ଘଟଣା ଉପରେ ତିନି ଦିନ ମଧ୍ୟରେ ରିପୋର୍ଟ ଦେବାକୁ ମଧ୍ୟ ଏନସିଡବ୍ଲ୍ୟୁ ଅନୁରୋଧ କରିଛି । ସୂଚନାଯୋଗ୍ୟ, ପଞ୍ଜାବ ବିଧାୟକ ବାଲକର ସିଂଙ୍କର ଏପରି ଆଚରଣ ବିରୋଧରେ ଟ୍ୱିଟର ପୋଷ୍ଟରେ ଜାତୀୟ ମହିଳା ଆୟୋଗ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ।
ଅନ୍ୟପକ୍ଷରେ ଏହି ଘଟଣାଟି ଯଦି ସତ୍ୟ ପ୍ରମାଣିତ ହୁଏ ତେବେ ଆଇପିସି ଧାରା 354 ଏବଂ 354 ବି ଅନୁଯାୟୀ ଏହା ଏକ ସଙ୍ଗୀନ ଅପରାଧ ହେବ । ଏହା ସିଧାସଳଖ ଜଣେ ମହିଳାଙ୍କର ସମ୍ମାନ ହାନି କରୁଛି । ଏଣୁ ମହିଳା କମିଶନ ଅଧ୍ୟକ୍ଷ ଏହି ଘଟଣାର କଡ଼ା ନିନ୍ଦା କରିବା ସହ ନିରପେକ୍ଷ ତଦନ୍ତ ନିଶ୍ଚିତ କରିବାକୁ ଡିଜିପିଙ୍କୁ ଅନୁରୋଧ କରିଛନ୍ତି ।