ଭିନେଶ, ସାକ୍ଷୀ, ବଜରଙ୍ଗଙ୍କ ବିରୋଧରେ ପ୍ରତିବାଦ
ନୂଆଦିଲ୍ଲୀ,୪ା୧(ପି.ଟି): ଭାରତୀୟ ରେସ୍ଲିଂରେ ଦେଖାଦେଇଥିବା ସଙ୍କଟ ଏକ ନୂଆ ମୋଡ ନେଇଛି। ବୁଧବାର ଶତାଧିକ ଜୁନିୟର ରେସ୍ଲର ବଜରଙ୍ଗ ପୁନିଆ, ଭିନେଶ ଫୋଗଟ୍ ଓ ସାକ୍ଷୀ ମଲିକଙ୍କ ବିରୋଧରେ ଯନ୍ତରମନ୍ତରଠାରେ ୩ ଘଣ୍ଟିଆ ପ୍ରତୀକାତ୍ମକ ପ୍ରତିବାଦ କରିଛନ୍ତି। ଏହି ୩ ଖେଳାଳିଙ୍କ କାରଣରୁ ସେମାନଙ୍କ କ୍ୟାରିୟର ଏକ ମହତ୍ତ୍ୱପୂର୍ଣ୍ଣ ବର୍ଷ ନଷ୍ଟ ହୋଇଛି ବୋଲି ଅଭିଯୋଗ କରିଛନ୍ତି। ଉତ୍ତର ପ୍ରଦେଶ, ହରିୟାଣା ଓ ଦିଲ୍ଲୀର ଜୁନିୟର ରେସ୍ଲରମାନେ ବସ୍ ଯୋଗେ ଆସି ବିରୋଧ ପ୍ରଦର୍ଶନ କରିଥିଲେ। ଛପ୍ରାଉଲି […] The post ଭିନେଶ, ସାକ୍ଷୀ, ବଜରଙ୍ଗଙ୍କ ବିରୋଧରେ ପ୍ରତିବାଦ appeared first on Dharitri Odia News.
ନୂଆଦିଲ୍ଲୀ,୪ା୧(ପି.ଟି): ଭାରତୀୟ ରେସ୍ଲିଂରେ ଦେଖାଦେଇଥିବା ସଙ୍କଟ ଏକ ନୂଆ ମୋଡ ନେଇଛି। ବୁଧବାର ଶତାଧିକ ଜୁନିୟର ରେସ୍ଲର ବଜରଙ୍ଗ ପୁନିଆ, ଭିନେଶ ଫୋଗଟ୍ ଓ ସାକ୍ଷୀ ମଲିକଙ୍କ ବିରୋଧରେ ଯନ୍ତରମନ୍ତରଠାରେ ୩ ଘଣ୍ଟିଆ ପ୍ରତୀକାତ୍ମକ ପ୍ରତିବାଦ କରିଛନ୍ତି। ଏହି ୩ ଖେଳାଳିଙ୍କ କାରଣରୁ ସେମାନଙ୍କ କ୍ୟାରିୟର ଏକ ମହତ୍ତ୍ୱପୂର୍ଣ୍ଣ ବର୍ଷ ନଷ୍ଟ ହୋଇଛି ବୋଲି ଅଭିଯୋଗ କରିଛନ୍ତି। ଉତ୍ତର ପ୍ରଦେଶ, ହରିୟାଣା ଓ ଦିଲ୍ଲୀର ଜୁନିୟର ରେସ୍ଲରମାନେ ବସ୍ ଯୋଗେ ଆସି ବିରୋଧ ପ୍ରଦର୍ଶନ କରିଥିଲେ। ଛପ୍ରାଉଲି ଓ ବାଘପତର ଆର୍ଯ୍ୟ ସମାଜ ଆଖଡା, ନରେଲାର ବୀରେନ୍ଦ୍ର ରେସ୍ଲିଂ ଏକାଡେମୀର ରେସ୍ଲରମାନେ ପ୍ରତିବାଦ କରିଥିଲେ। ଏକା ସାଥୀରେ ଏତେ ସଂଖ୍ୟକ ରେସ୍ଲର ପ୍ରତିବାଦ ପାଇଁ ଆସିବାରୁ ସୁରକ୍ଷା କର୍ମୀ ମଧ୍ୟ ଅସୁବିଧାରେ ପଡିଥିଲେ। ସମସ୍ତେ ଭିନେଶ,ସାକ୍ଷୀ, ବଜରଙ୍ଗଙ୍କ ବିରୋଧରେ ନାରା ଲଗାଇଥିଲେ। ଧାରଣାସ୍ଥଳ ଛାଡିବା ପୂର୍ବରୁ ୧୦ ଦିନ ମଧ୍ୟରେ ରେସ୍ଲିଂ ମହାସଂଘ ଉପରୁ ବାସନ୍ଦାଦେଶ ନ ହଟାଇଲେ ସେମାନେ ମଧ୍ୟ ପୁରସ୍କାର ଫେରାଇବେ ବୋଲି ଧମକ ଦେଇଛନ୍ତି। ୟୁଡବ୍ଲ୍ୟୁଡବ୍ଲ୍ୟୁ ଆମ ରେସ୍ଲିଂକୁ ଏହି ୩ ଜଣଙ୍କ କବଳରୁ ଉଦ୍ଧାର କରନ୍ତୁ ବୋଲି ବ୍ୟାନର ଧରି ପ୍ରତିବାଦ କରିଥିଲେ। ଅନେକ ରେସ୍ଲରଙ୍କ ପାଇଁ ଜୁନିୟର ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରିବାର ଏହା ଶେଷ ସୁଯୋଗ ରହିଥିଲା। ତେବେ ଏହି ୩ ଖେଳାଳିଙ୍କ ପାଇଁ ଏହା ନଷ୍ଟ ହୋଇଛି ବୋଲି ଅଭିଯୋଗ କରିଥିଲେ ଖେଳାଳି। ଦୀର୍ଘ ଦିନର ବିବାଦ ପରେ ଡିସେମ୍ବର ୨୧ ତାରିଖରେ ଡବ୍ଲ୍ୟୁଏଫ୍ଆଇ ନିର୍ବାଚନ ହୋଇଥିଲା। ସଞ୍ଜୟ ସିଂ ସଭାପତି ନିର୍ବାଚିତ ହେବା ଦିନ ହିଁ ୧୫ ଓ ୨୦ ବର୍ଷରୁ କମ୍ ଜାତୀୟ ଟୁର୍ନାମେଣ୍ଟ ପାଇଁ ଘୋଷଣା କରିଥିଲେ। ବର୍ଷ ଶେଷ ହେବା ପୂର୍ବରୁ ଗୋଣ୍ଡାସ୍ଥିତ ନନ୍ଦିନୀ ନଗରରେ ଏହି ଟୁର୍ନାମେଣ୍ଟ ପାଇଁ ଏଭଳି ତରବରିଆ ନିଷ୍ପତ୍ତିକୁ ବିରୋଧ କରାଯାଇଥିଲା। ଡବ୍ଲ୍ୟୁଏଫ୍ଆଇ ସମ୍ବିଧାନର ଅନୁଚ୍ଛେଦ-୩ ଅନୁସାରେ ଜାତୀୟ ସିନିୟର, ଜୁନିୟର, ସବ୍ଜୁନିୟର ଟୁର୍ନାମେଣ୍ଟ ଆୟୋଜନ ସମ୍ପର୍କିତ ନିଷ୍ପତ୍ତି କେବଳ କାର୍ଯ୍ୟକାରୀ କମିଟି ଗ୍ରହଣ କରିଥାଏ। ଏହାକୁ ଉଲ୍ଲଂଘନ କରି ସଞ୍ଜୟ ନିଜେ ଟୁର୍ନାମେଣ୍ଟ ସମ୍ପର୍କରେ ଘୋଷଣା କରିଥିଲେ। ସଞ୍ଜୟ ସିଂ ଏକପାଖିଆ ଭାବରେ ଏଭଳି ନିଷ୍ପତ୍ତି ନେଇ ନିଜ ପଦ ମର୍ଯ୍ୟାଦାର ଗରିମା କ୍ଷୁଣ୍ଣ କରିଥିବାରୁ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ତାଙ୍କୁ ଓ ସମଗ୍ର ନିର୍ବାଚିତ ସଦସ୍ୟଙ୍କୁ ଡିସେମ୍ବର ୨୪ ତାରିଖରେ ନିଲମ୍ବନ କରାଯାଇଥିଲା।
ବୁଧବାରର ପ୍ରତିବାଦ ଏକ ପ୍ରତୀକାତ୍ମକ ଥିଲା। ସରକାର ଯଦି ନିଷ୍ପତ୍ତି ପରିବର୍ତ୍ତନ ନ କରନ୍ତି ତା’ହେଲେ ଭିନେଶ ଓ ବଜରଙ୍ଗଙ୍କ ଭଳି ଆମେ ମଧ୍ୟ ପଦକ ପ୍ରତ୍ୟାହାର କରିବୁ ବୋଲି କହିଛନ୍ତି ଗ୍ରୀକୋ ରୋମାନ ରେସ୍ଲର ସୁନୀଲ ରାଣା। ସୁନୀଲ ଏସିଆନ୍ ଗେମ୍ସ ୨୦୨୩ରେ ବ୍ରୋଞ୍ଜ ପଦକ ବିଜୟୀ ହୋଇଥିବା ବେଳେ ଅର୍ଜୁନ ପୁରସ୍କାର ମଧ୍ୟ ଜିତିଛନ୍ତି। ରେସ୍ଲିଂ କୋଚ୍ ପ୍ରଦୀପ୍ କୁମାର କହିଛନ୍ତି, ୯୦ ପ୍ରତିଶତ ଆଖଡାର ସମର୍ଥନ ଆମ ସପକ୍ଷରେ ରହିଛି। ଗୋଟିଏ ପଟେ ଦେଶର ଲକ୍ଷ ଲକ୍ଷ ରେସ୍ଲର ରହିଥିବା ବେଳେ ଅନ୍ୟ ପଟରେ ମାତ୍ର ୩ ଜଣ ରେସ୍ଲର ରହିଛନ୍ତି। ଅନ୍ୟପକ୍ଷରେ ଜାତୀୟ ପୁରସ୍କାର ପ୍ରତି ଏହି ଖେଳାଳିମାନଙ୍କ ମନରେ ସାମାନ୍ୟ ସମ୍ମାନ ନାହିଁ ବୋଲି କୁମାର କହିଛନ୍ତି। ମହିଳାଙ୍କ ପ୍ରତି ସମ୍ମାନର ନାରା ଦେଇ ଲକ୍ଷ ଲକ୍ଷ ଖେଳାଳିଙ୍କ କ୍ୟାରିୟର ବରବାଦ କରୁଛନ୍ତି ବୋଲି ସେ କହିଛନ୍ତି। ତେବେ କେବଳ ରେସ୍ଲିଂ ମହସଂଘର ପଦ ଲାଲସାରେ ସେମାନେ ଏଭଳି କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ପ୍ରଦୀପ।
The post ଭିନେଶ, ସାକ୍ଷୀ, ବଜରଙ୍ଗଙ୍କ ବିରୋଧରେ ପ୍ରତିବାଦ appeared first on Dharitri Odia News.