‘ଭିନ୍ନ କରିବାର ନିଶା ସଫଳତା ଆଣିଦେଇଛି’
ଜଣେ ଯୁବ ଉଦ୍ୟୋଗୀ ଭାବେ ଅନେଶ ଅଗ୍ରୱାଲ ଓଡ଼ିଶାର ଜଣେ ଜଣାଶୁଣା ଚେହେରା। ବାରିପଦାରୁ ସ୍କୁଲ ପାଠପଢ଼ା ସାରିବା ପରେ ଚେନ୍ନାଇରେ ଦ୍ୱାଦଶ ଏବଂ ବେଙ୍ଗାଲୁରୁରୁ ବିବିଏମ୍ ଓ ଏମ୍ବିଏ ସମାପ୍ତ କରିଥିଲେ। ସେଠାରେ ବଡ଼ ପଦବୀରେ ନିଯୁକ୍ତି ମଧ୍ୟ ପାଇଥିଲେ। ମାତ୍ର ପରିବାରର ଚାପରେ ଓଡ଼ିଶା ଫେରି ପାରିବାରିକ କାରବାରକୁ ଆଗକୁ ନେବାକୁ ପଡ଼ିଥିଲା। ପରେ ହୋଣ୍ଡା ଡିଲରଶିପ୍ କରି ସଫଳତାର ଶିଡ଼ି ଚଢ଼ିବା ଆରମ୍ଭ କରିଥିଲେ। ଏକ ଦଶନ୍ଧିରୁ ଅଧିକ ସମୟର ଏହି ଯାତ୍ରାରେ […] The post ‘ଭିନ୍ନ କରିବାର ନିଶା ସଫଳତା ଆଣିଦେଇଛି’ appeared first on Dharitri Odia News.
ଜଣେ ଯୁବ ଉଦ୍ୟୋଗୀ ଭାବେ ଅନେଶ ଅଗ୍ରୱାଲ ଓଡ଼ିଶାର ଜଣେ ଜଣାଶୁଣା ଚେହେରା। ବାରିପଦାରୁ ସ୍କୁଲ ପାଠପଢ଼ା ସାରିବା ପରେ ଚେନ୍ନାଇରେ ଦ୍ୱାଦଶ ଏବଂ ବେଙ୍ଗାଲୁରୁରୁ ବିବିଏମ୍ ଓ ଏମ୍ବିଏ ସମାପ୍ତ କରିଥିଲେ। ସେଠାରେ ବଡ଼ ପଦବୀରେ ନିଯୁକ୍ତି ମଧ୍ୟ ପାଇଥିଲେ। ମାତ୍ର ପରିବାରର ଚାପରେ ଓଡ଼ିଶା ଫେରି ପାରିବାରିକ କାରବାରକୁ ଆଗକୁ ନେବାକୁ ପଡ଼ିଥିଲା। ପରେ ହୋଣ୍ଡା ଡିଲରଶିପ୍ କରି ସଫଳତାର ଶିଡ଼ି ଚଢ଼ିବା ଆରମ୍ଭ କରିଥିଲେ। ଏକ ଦଶନ୍ଧିରୁ ଅଧିକ ସମୟର ଏହି ଯାତ୍ରାରେ ସେ ଅନେକ ଅଭିଜ୍ଞତା ସାଉଁଟିଥିବାବେଳେ ଯୁବ ଉଦ୍ୟୋଗୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ଏହି ଯାତ୍ରା ସମ୍ପର୍କରେ ଅନେଶଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ଆଳାପ…
ପ୍ର- ଗ୍ରାମାଞ୍ଚଳରେ ବିକ୍ରି ବୃଦ୍ଧି ହେତୁ ଭାରତରେ ଦୁଇଚକିଆ ଯାନର ବଜାର ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଆପଣ ଓଡ଼ିଶା ବଜାରରେ ମଧ୍ୟ ବିକ୍ରି ବୃଦ୍ଧି ଦେଖୁଛନ୍ତି କି?
ଉ-ନିଶ୍ଚିତ ଭାବେ ଗ୍ରାମାଞ୍ଚଳରେ ଦୁଇଚକିଆ ଯାନ ବିକ୍ରି ସଂଖ୍ୟା ବଢ଼ୁଛି। ଏକ ଗ୍ରାମୀଣ ଜିଲା ହୋଇଥିଲେ ମଧ୍ୟ ମୟୂରଭଞ୍ଜରେ ଦୁଇଚକିଆ ଯାନ ବିକ୍ରି ବଢ଼ୁଥିବାରୁ ଏହା ଅର୍ଥନୀତିର ଅଭିବୃଦ୍ଧି ଏବଂ ବିକାଶରେ ସହାୟକ ହେବ। ହଁ, ଓଡ଼ିଶା ବଜାରରେ ବିକ୍ରିରେ ବୃଦ୍ଧି ଘଟିଛି। ମାତ୍ର କୃଷି କ୍ଷେତ୍ର ପ୍ରଭାବିତ ହେବା, ପାଣିପାଗର ପରିବର୍ତ୍ତନ ଗ୍ରାମୀଣ ବଜାର ଉପରେ ଅଧିକ ପ୍ରଭାବ ପକାଇଥାଏ। ତେଣୁ ଆମେ କେବଳ ଗ୍ରାମୀଣ ପୃଷ୍ଠଭୂମି ଉପରେ ନିର୍ଭର ନ କରି ଅନ୍ୟ ଉପାୟ ଖୋଜିବାକୁ ପଡ଼ିଥାଏ।
ପ୍ର-ମୟୂରଭଞ୍ଜ ଜିଲାରେ ଏକ ଅଗ୍ରଣୀ ଡିଲର ହୋଇଥିବାବେଳେ କେଉଁ ସବୁ ସମସ୍ୟା ବା ଆହ୍ବାନର ସାମ୍ନା କରିବାକୁ ପଡ଼ିଥାଏ?
ଉ-ଗତ ୨ ବର୍ଷ ମଧ୍ୟରେ ହୋଣ୍ଡା ପରିବାର ଯୋଗାଣ କ୍ଷେତ୍ରରେ ଏକ ବଡ଼ ସଙ୍କଟର ସାମ୍ନା କରିଛି। ଯେଉଁ କାରଣରୁ ଚାହିଦା ଓ ଯୋଗାଣ ମଧ୍ୟରେ ସମନ୍ବୟ ରକ୍ଷା ପୂର୍ବକ ବଜାରରେ ଅଗ୍ରଣୀ ଭାବେ ସ୍ଥିତି ବଜାୟ ରଖିବା ସହଜ ନ ଥିଲା। କୁଶଳୀ ମାନବ ଶକ୍ତିର ଉପଲବ୍ଧତା ଓ ଗ୍ରାହକଙ୍କ ଆବଶ୍ୟକତା ପୂରଣ ବର୍ତ୍ତମାନ ଇଣ୍ଡଷ୍ଟ୍ରିର ବଡ଼ ଆହ୍ବାନ।
ପ-ଗତବର୍ଷ ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଏହାର ଇଭି ରୋଡ୍ମ୍ୟାପ୍ ପ୍ରସ୍ତୁତ କରିଥିଲା। ବୈଦ୍ୟୁତିକ ଯାନ(ଇଭି) ସମ୍ପର୍କରେ ଆପଣଙ୍କ ମତ କ’ଣ?
ଉ-ଭାରତରେ ଇଭି ବ୍ୟବସାୟିକ ଢାଞ୍ଚାର ବିକାଶ ସବିଶେଷ ଯୋଜନା ଆଧାରିତ। ଏଥିରେ ନୂତନ ଇଭି ଟେକ୍ନୋଲୋଜି ଏବଂ ଭିତ୍ତିଭୂମି ଅନ୍ତର୍ଭୁକ୍ତ ରହିଛି। ମୁଁ ଉତ୍କଣ୍ଠାର ସହ ହୋଣ୍ଡା ଇଭିର ଶୁଭାରମ୍ଭକୁ ଅପେକ୍ଷା କରିଛି। ବିଶ୍ୱ ପାଇଁ ଏହି ସବୁଜ ରୂପାନ୍ତରଣ ଯଥେଷ୍ଟ ଆବଶ୍ୟକତା ରହିଛି। କମ୍ ଖର୍ଚ୍ଚରେ, ଶୂନ୍ୟ ‘ଟେଲ୍ପାଇପ୍’ ନିର୍ଗମନ, ବାୟୁ ଓ ଶବ୍ଦ ପ୍ରଦୂଷଣ କମ୍ କରିବା ଭଳି ସୁବିଧା ଗ୍ରାହକ ପାଇପାରିବେ। ଏହି ଯାନଗୁଡ଼ିକର ରକ୍ଷଣାବେକ୍ଷଣାର ମଧ୍ୟ ବିଶେଷ ଖର୍ଚ୍ଚ କରିବାକୁ ପଡ଼ିବନି।
ପ୍ର-ଦୀର୍ଘ ବର୍ଷର ଯାତ୍ରାରେ ଗ୍ରାହକଙ୍କ ଚାହିଦା ପୂରଣ ପାଇଁ କେଉଁ ସୂତ୍ର ଆପଣାଇଛନ୍ତି?
ଉ-ମୋ ପାଇଁ ଏହା ଏକ ଖୁବ୍ ସୁନ୍ଦର ଯାତ୍ରା। ଦୀର୍ଘବର୍ଷ ମଧ୍ୟରେ ମୁଁ ଅନେକ କଥା ଶିଖିଛି, ଆଗକୁ ମଧ୍ୟ ଶିକ୍ଷା ଜାରି ରହିବ। ତେବେ ଗ୍ରାହକଙ୍କ ଚାହିଦାକୁ ପୂରଣ କରିବା ଆମ ପାଇଁ ଯେତିକି ଗୁରୁତ୍ୱପୂର୍ଣ୍ଣ ସେତିକି ଆହ୍ବାନପୂର୍ଣ୍ଣ ବିଷୟ। ଗ୍ରାହକମାନେ ସବୁଠାରୁ ଉତ୍କୃଷ୍ଟ ସେବା ଆମଠାରୁ ପାଇବେ ବୋଲି ସେମାନଙ୍କ ମନରେ ବିଶ୍ୱାସ ଜନ୍ମାଇବାକୁ ପଡ଼େ। ଏଥିପାଇଁ ଗ୍ରାହକଙ୍କୁ ଆଶାନୁରୂପ ସେବା ପ୍ରଦାନରେ ଆମେ କେବେ ଅବହେଳା କରୁନାହୁଁ।
ପ୍ର-ଜଣେ ଉଦ୍ୟୋଗୀ ଭାବେ ଏହି ବ୍ୟବସାୟକୁ କାହିଁକି ବାଛିଲେ? ଅନ୍ୟମାନଙ୍କୁ କ’ଣ ପରାମର୍ଶ ଦେବେ?
ଉ-ରାଇସ୍ ମିଲ୍ ଏବଂ ଟ୍ରେଡିଂ ଆମ ପାରିବାରିକ ବ୍ୟବସାୟ। ମାତ୍ର ମୁଁ ନିଜେ କିଛି କରିବାକୁ ଚାହଁୁଥିଲି ଏବଂ କିଛି ଭିନ୍ନ କରିବାକୁ ଚାହଁୁଥିଲି। ହୋଣ୍ଡାର ଉପତ୍ାଦଗୁଡ଼ିକ ଉନ୍ନତମାନର ହୋଇଥିବାରୁ ମୁଁ ଏହି କ୍ଷେତ୍ର ଚୟନ କରିଛି। ଏହାବ୍ୟତୀତ ହୋଣ୍ଡା ବିଶ୍ୱସ୍ତରରେ ବଜାର ସୃଷ୍ଟି କରିପାରିଛି। ତେବେ ଯୁବ ଉଦ୍ୟୋଗୀଙ୍କୁ କହିବାକୁ ଚାହିଁବି, ଏକ୍ଷେତ୍ରରେ ପାଦଦେବା ପୂର୍ବରୁ ନିଜକୁ ପ୍ରସ୍ତୁତ କରିବାକୁ ପଡ଼ିବ। ମାର୍କେଟିଂକୁ ଗୁରୁତ୍ୱ ଦେବା ସାଙ୍ଗକୁ ଗ୍ରାହକଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାରର ଯଥେଷ୍ଟ ଆବଶ୍ୟକତା ରହିଛି। ବିଜ୍ନେସ୍ରେ ସଫଳତା ପାଇଁ ମିଡିଆ ସହ ଯୋଡ଼ିହୋଇ ରହିବା ମଧ୍ୟ ଜରୁରୀ।
The post ‘ଭିନ୍ନ କରିବାର ନିଶା ସଫଳତା ଆଣିଦେଇଛି’ appeared first on Dharitri Odia News.