ଭିଷଣ ବାତ୍ୟାରେ ପରିଣତ ହେଲା ରେମାଲ, ୧୧୦-୧୨୦ ବେଗରେ ଛୁଇଁବ ଉପକୂଳ

ଭୁବନେଶ୍ୱର,୨୫ା୫: ବଙ୍ଗୋପସାଗରର ଉତ୍ତର ଉପକୂଳରେ ଥିବା ବାତ୍ୟା ରେମାଲ ଭିଷଣ ବାତ୍ୟାରେ ପରିଣତ ହୋଇଛି। ଏହା ସାଗର ଦ୍ୱୀପପୁଞ୍ଜରୁ ପ୍ରାୟ ୨୭୦ କିଲୋମିଟର ଦୁରରେ ରହିଛି। ବାତ୍ୟା ରେମାଲ ଉତ୍ତର ଦିଗକୁ ଗତି କରି, ଆହୁରି ତୀବ୍ର ହେବା ସହ ବାଂଲାଦେଶ ଏବଂ ପଶ୍ଚିମବଙ୍ଗ ଉପକୂଳବର୍ତ୍ତୀ ଅଞ୍ଚଳରେ ମେ ୨୬ ମଧ୍ୟରାତ୍ରିରେ ଏକ ଭିଷଣ ବାତ୍ୟା ଭାବରେ ଉପକୁଳ ଅତିକ୍ରମ କରିବ। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଅନୁଯାୟୀ ବାତ୍ୟା ରେମାଲ ସ୍ଥଳଭାଗ ଛୁଇଁବା ସମୟରେ […] The post ଭିଷଣ ବାତ୍ୟାରେ ପରିଣତ ହେଲା ରେମାଲ, ୧୧୦-୧୨୦ ବେଗରେ ଛୁଇଁବ ଉପକୂଳ appeared first on Dharitri Odia News.

ଭିଷଣ ବାତ୍ୟାରେ ପରିଣତ ହେଲା ରେମାଲ, ୧୧୦-୧୨୦ ବେଗରେ ଛୁଇଁବ ଉପକୂଳ

ଭୁବନେଶ୍ୱର,୨୫ା୫: ବଙ୍ଗୋପସାଗରର ଉତ୍ତର ଉପକୂଳରେ ଥିବା ବାତ୍ୟା ରେମାଲ ଭିଷଣ ବାତ୍ୟାରେ ପରିଣତ ହୋଇଛି। ଏହା ସାଗର ଦ୍ୱୀପପୁଞ୍ଜରୁ ପ୍ରାୟ ୨୭୦ କିଲୋମିଟର ଦୁରରେ ରହିଛି।

ବାତ୍ୟା ରେମାଲ ଉତ୍ତର ଦିଗକୁ ଗତି କରି, ଆହୁରି ତୀବ୍ର ହେବା ସହ ବାଂଲାଦେଶ ଏବଂ ପଶ୍ଚିମବଙ୍ଗ ଉପକୂଳବର୍ତ୍ତୀ ଅଞ୍ଚଳରେ ମେ ୨୬ ମଧ୍ୟରାତ୍ରିରେ ଏକ ଭିଷଣ ବାତ୍ୟା ଭାବରେ ଉପକୁଳ ଅତିକ୍ରମ କରିବ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଅନୁଯାୟୀ ବାତ୍ୟା ରେମାଲ ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ପ୍ରାୟ ୧୧୦-୧୨୦ କିଲୋମିଟର ରହିବ।

ସେପଟେ ଓଡ଼ିଶାରେ ବାତ୍ୟାର ପ୍ରଭାବ ରହିବ ନାହିଁ। ଏହି ଦୁଇଦିନ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏଥବସହିତ ଉତ୍ତର ଉପକୂଳ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଏବଂ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।

ରବିବାର ଉତ୍ତର ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାକୁ ଥିବା ବେଳେ ବାଲେଶ୍ୱର ଏବଂ ଭଦ୍ରକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏଥିସହିତ ଉପକୂଳରେ ପବନର ଗତି ୪୦ ରୁ ୫୦କିମି ବେଗରେ ବୋହିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି।

The post ଭିଷଣ ବାତ୍ୟାରେ ପରିଣତ ହେଲା ରେମାଲ, ୧୧୦-୧୨୦ ବେଗରେ ଛୁଇଁବ ଉପକୂଳ appeared first on Dharitri Odia News.