ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର: ୩୦୬ପଞ୍ଜିକୃତ, ୧୫୮ ଜଣଙ୍କୁ ପ୍ରମାଣ ପତ୍ର ବଣ୍ଟନ
ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୯ା୧୧(ଅରୁଣ ସାହୁ/ମନୋରଞ୍ଜନ ରଣା):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଶୁକ୍ରବାର ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଦାରିଙ୍ଗବାଡ଼ି ବିଡ଼ିଓ ପ୍ରୀତିରଞ୍ଜନ ରଥ ଅଧ୍ୟକ୍ଷତା କରିଥିଲେ। ଏଥିରେ ମୋଟ ୩୦୬ଜଣ ପଞ୍ଜିକୃତ କରାଇ ନିଜ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ସେମାନଙ୍କ ମଧ୍ୟରୁ ୧୫୮ଜଣଙ୍କୁ ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା। ଏହି ଶିବିରରେ […] The post ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର: ୩୦୬ପଞ୍ଜିକୃତ, ୧୫୮ ଜଣଙ୍କୁ ପ୍ରମାଣ ପତ୍ର ବଣ୍ଟନ appeared first on Dharitri Odia News.
ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୯ା୧୧(ଅରୁଣ ସାହୁ/ମନୋରଞ୍ଜନ ରଣା):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଶୁକ୍ରବାର ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଦାରିଙ୍ଗବାଡ଼ି ବିଡ଼ିଓ ପ୍ରୀତିରଞ୍ଜନ ରଥ ଅଧ୍ୟକ୍ଷତା କରିଥିଲେ। ଏଥିରେ ମୋଟ ୩୦୬ଜଣ ପଞ୍ଜିକୃତ କରାଇ ନିଜ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ସେମାନଙ୍କ ମଧ୍ୟରୁ ୧୫୮ଜଣଙ୍କୁ ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା। ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ସମେତ ପି.ପଦ୍ମା ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ମମିତା କୁମାରୀ ପ୍ରଧାନ, ଜିଲା ହେଡକ୍ୱାଟର ସାମାଜିକ ସୁରକ୍ଷା ଅଧିକାରୀ ପ୍ରମୋଦ ବଡ଼ସେଟୋଷ୍ଠୀ ସମ୍ବଳ ଶିକ୍ଷକ ମାନସ କୁମାର ଷଡ଼ଙ୍ଗୀ, ଏପିଓ କେଦାର ଚନ୍ଦ୍ର ପଣ୍ଡା, ଗୋଷ୍ଠୀ ସାମାଜିକ ଅଧିକାରୀ କ୍ଷୀତିଶ ପ୍ରିୟଦର୍ଶୀ ସାହୁ, ପ୍ରୋଗ୍ରାମ ଆସିଷ୍ଟାଣ୍ଟ ବିକ୍ରମ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଡାକ୍ଟର ଶ୍ରବଣ କୁମାର ସାହୁକାର, ଓର୍ଥୋପେଡିକ ସମେତ ଡାକ୍ଟର ଅରବିନ୍ଦ ଦାସ, ଚକ୍ଷୁ ବିଶଷଜ୍ଞ ଡାକ୍ଟର ସତ୍ୟବ୍ରତ ସାହୁ, ଶ୍ରବଣ ରୋଗ ବିଶେଷଜ୍ଞ, ଡାକ୍ଟର ଉତ୍କଳ କେଶରୀ ବେହେରା, ମେଡିସିନ ସ୍ପେସିଆଲିଷ୍ଟ ଏବଂ ଦୋଳମଣୀ ପ୍ରଧାନ, ପେଡିଆଟ୍ରିକ୍ସ ପ୍ରମୁଖ ରୋଗୀଙ୍କୁ ପରୀକ୍ଷଣ କରିଥିଲେ।
The post ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର: ୩୦୬ପଞ୍ଜିକୃତ, ୧୫୮ ଜଣଙ୍କୁ ପ୍ରମାଣ ପତ୍ର ବଣ୍ଟନ appeared first on Dharitri Odia News.