ଯୁବକଙ୍କୁ ନୃଶଂସ ହତ୍ୟା: ରାସ୍ତାକଡ଼ରୁ ମୃତଦେହ ଜବତ

ଚିକିଟି/ଦିଗପହଣ୍ଡି,୨୯।୪(ପ୍ରକାଶ ଚନ୍ଦ୍ର ସାହୁ/ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ରାମପୁର ଗାଁ ନିକଟରେ ଘଟିଛି ବିଭତ୍ସ ହତ୍ୟା। ଜଣେ ଯୁବକଙ୍କୁ ଗଳାକାଟି ନୃଶଂସ ଭାବେ ହତ୍ୟାକରିବା ପରେ ଦୁର୍ବୃତ୍ତ ମାନେ ଫେରାର ହୋଇଯାଇଛନ୍ତି। ମୃତ ଯୁବକ ଜଣକ ହେଲେ ରାମପୁର ଗ୍ରାମର ବଳରାମ ମହାଙ୍କୁଡ଼(୩୫)। ମଙ୍ଗଳବାର ଭୋର ପ୍ରାୟ ୫ ଟା ରେ କେ.ନୂଆଗାଁ ଥାନା ଚିକିଟି ଫାଣ୍ଡି ଅଧିନ ଧାନଘର ଛକ ଠାରୁ ମା’ ବାଳକୁମାରୀ ମନ୍ଦିର ଯିବା ରାସ୍ତାକଡ […] The post ଯୁବକଙ୍କୁ ନୃଶଂସ ହତ୍ୟା: ରାସ୍ତାକଡ଼ରୁ ମୃତଦେହ ଜବତ appeared first on Dharitri Odia News.

ଯୁବକଙ୍କୁ ନୃଶଂସ ହତ୍ୟା: ରାସ୍ତାକଡ଼ରୁ ମୃତଦେହ ଜବତ

ଚିକିଟି/ଦିଗପହଣ୍ଡି,୨୯।୪(ପ୍ରକାଶ ଚନ୍ଦ୍ର ସାହୁ/ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ରାମପୁର ଗାଁ ନିକଟରେ ଘଟିଛି ବିଭତ୍ସ ହତ୍ୟା। ଜଣେ ଯୁବକଙ୍କୁ ଗଳାକାଟି ନୃଶଂସ ଭାବେ ହତ୍ୟାକରିବା ପରେ ଦୁର୍ବୃତ୍ତ ମାନେ ଫେରାର ହୋଇଯାଇଛନ୍ତି। ମୃତ ଯୁବକ ଜଣକ ହେଲେ ରାମପୁର ଗ୍ରାମର ବଳରାମ ମହାଙ୍କୁଡ଼(୩୫)। ମଙ୍ଗଳବାର ଭୋର ପ୍ରାୟ ୫ ଟା ରେ କେ.ନୂଆଗାଁ ଥାନା ଚିକିଟି ଫାଣ୍ଡି ଅଧିନ ଧାନଘର ଛକ ଠାରୁ ମା’ ବାଳକୁମାରୀ ମନ୍ଦିର ଯିବା ରାସ୍ତାକଡ ବ୍ରାହ୍ମଣୀଆ ପୋଖରୀ ନିକଟରେ ବଳରାମଙ୍କ କ୍ଷତାକ୍ତ ମୃତଦେହ ପଡ଼ିଥିଲା। ତାଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ଜଣାପଡ଼ିଛି। ରାସ୍ତାରେ ଯା’ ଆସ କରୁଥିବା ଲୋକେ ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ଜଣାଇଥିଲେ। ଖବରପାଇ ଚିକିଟି ଏସଡିପିଓ ବିଶ୍ୱାମିତ୍ର ହରପାଲ,କେ.ନୂଆଗାଁ ଥାନା ଆଇଆଇସି କିଶୋର କୁମାର ସାମଲ,ଚିକିଟି ଫାଣ୍ଡି ଅଧିକାରୀ ରଞ୍ଜିତ କୁମାର ମହାପାତ୍ର ସଦଳବଳେ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରି ଫେରିଛନ୍ତି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଛନ୍ତି। ଘଟଣା ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ବଳରାମ ବିବାହିତ। ତାଙ୍କର ଏକ କନ୍ୟା ସନ୍ତାନ ରହିଛି। ରାଜ୍ୟ ବାହାରେ ଏକ କମ୍ପାନୀରେ ସେ କାମ କରୁଥିଲେ। ଗତ ପ୍ରାୟ ୧ ମାସ ପୂର୍ବେ ଗାଁକୁ ଫେରି ତାଙ୍କର ପିକଅପ ଭ୍ୟାନ ଚଳାଇ ପରିବାର ପ୍ରତିପୋଷଣ କରୁଥିଲେ। କିଛିଦିନ ହେଲା ସେ ଏକ ନୂଆ ବୁଲେଟ ମୋଟରସାଇକେଲ କିଣିଥିଲେ। ସୋମବାର ରାତିରେ ଚିକିଟି ପେଣ୍ଠ ଗ୍ରାମରେ ରହୁଥିବା ଭଉଣୀ ଘରକୁ ଯାଉଛି କହି ବୁଲେଟରେ ଯାଇଥିଲେ। କିନ୍ତୁ ସକାଳ ସୁଦ୍ଧା ଫେରିନଥିଲେ। ଘଟଣାସ୍ଥଳରୁ ପୋଲିସ ତାଙ୍କ ବୁଲେଟ ମୋଟରସାଇକେଲ (ନଂ. ଓଡ଼ି୦୭ ଏ ଭି -୫୩୫୯) ,ମୋବାଇଲ ଫୋନ ଜବତ କରିଛନ୍ତି। ଚିକିଟି ଫାଣ୍ଡି ଅଧିନ ଧାନଘର ଛକ ସମେତ ଆଖପାଖ ଗାଁ ମାନଙ୍କରେ ବେଆଇନ ଭାବେ ଦେଶୀ ବିଦେଶୀ ମଦ ବେଧଡକ ବିକ୍ରୀ ଚାଲିଛି।ସା ହେଲେ ରାସ୍ତାରେ ମଦ୍ୟପଙ୍କର ରାଜୁତି ଚାଲୁଛି । ରାସ୍ତାରେ ଚଳପ୍ରଚଳ କରୁଥିବା ଲୋକଙ୍କୁ ମଦ୍ୟପମାନେ ଗାଳି ଗୁଲଜ କରି ଆକ୍ରମଣ କରିବା ସହ ଛିନ ତାଇ କରୁଥିବା ପୂର୍ବରୁ ଅଭିଯୋଗ ହୋଇଆସୁଛି। ଏଭଳି ସ୍ଥିତିରେ ବଳରାମଙ୍କୁ କିଏ କାହିଁକି ହତ୍ୟା କଲେ। ହତ୍ୟାର ଯଥେଷ୍ଟ କାରଣ କ’ଣ ହୋଇପାରେ ସେ ନେଇ ପୋଲିସ ଖୋଳତାଡ଼ ଚଳାଇଛି।

The post ଯୁବକଙ୍କୁ ନୃଶଂସ ହତ୍ୟା: ରାସ୍ତାକଡ଼ରୁ ମୃତଦେହ ଜବତ appeared first on Dharitri Odia News.