ଭୀମକୁଣ୍ଡରେ ବୁଡ଼ି ନାବାଳକ ନିଖୋଜ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅର୍ନ୍ତଗତ ଡୁମୁରିଆ ପଞ୍ଚାୟତ ଘାଟବାଲିଯୋଡି ନିକଟ ବୈତରଣୀ ନଦୀର ଭୀମକୁଣ୍ଡରେ ଆଜି ଅପରାହ୍ନରେ ଜଣେ ୧୫ ବର୍ଷର ନାବାଳକ ଗଭୀର ପାଣିରେ ବୁଡ଼ି ନିଖୋଜ ହୋଇଯାଇଛନ୍ତି।‌ ନିଖୋଜ ନାବାଳକ ନିକଟସ୍ଥ ବଣଣହୁଲଡିହା ଗ୍ରାମର ସେରାଲ ମାଝିଙ୍କ ପୁଅ ଭୀମ ମାଝି ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ଗ୍ରାମର କିଛି ଯୁବକ ହୋଲି ଖେଳି ସାରିବା ପରେ ଅପରାହ୍ନରେ ବୈତରଣୀ ନଦୀର ଭୀମକୁଣ୍ଡ ନିକଟ ଦଲକିଘାଗି ଗଣ୍ଡକୁ ଗାଧୋଇବା ପାଇଁ […]

ଭୀମକୁଣ୍ଡରେ ବୁଡ଼ି ନାବାଳକ ନିଖୋଜ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅର୍ନ୍ତଗତ ଡୁମୁରିଆ ପଞ୍ଚାୟତ ଘାଟବାଲିଯୋଡି ନିକଟ ବୈତରଣୀ ନଦୀର ଭୀମକୁଣ୍ଡରେ ଆଜି ଅପରାହ୍ନରେ ଜଣେ ୧୫ ବର୍ଷର ନାବାଳକ ଗଭୀର ପାଣିରେ ବୁଡ଼ି ନିଖୋଜ ହୋଇଯାଇଛନ୍ତି।‌ ନିଖୋଜ ନାବାଳକ ନିକଟସ୍ଥ ବଣଣହୁଲଡିହା ଗ୍ରାମର ସେରାଲ ମାଝିଙ୍କ ପୁଅ ଭୀମ ମାଝି ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ଗ୍ରାମର କିଛି ଯୁବକ ହୋଲି ଖେଳି ସାରିବା ପରେ ଅପରାହ୍ନରେ ବୈତରଣୀ ନଦୀର ଭୀମକୁଣ୍ଡ ନିକଟ ଦଲକିଘାଗି ଗଣ୍ଡକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଇବା ସମୟରେ ସେ ଅସାବଧାନତାରୁ ପ୍ରଖର ସ୍ରୋତରେ ପଡି ଯାଇ ଗଭୀର ପାଣିରେ ବୁଡ଼ି ଯାଇଥିଲେ । ସାଙ୍ଗରେ ଯାଇଥିବା ଅନ୍ୟମାନେ ଏହା ଦେଖି ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ ।‌ ଘଟଣାସ୍ଥଳରେ ପରିବାର ଲୋକେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୈାଣସି ପତ୍ତା ମିଳି ନଥିଲା। ଖବର ପାଇ ଆଜି ସନ୍ଧ୍ୟା ସମୟରେ ପାଟଣା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଥିବା ପାଟଣା ଅଗ୍ନିଶମ କେନ୍ଦ୍ରାଧିକାରୀ ମନୋରଞ୍ଜନ ମହାନ୍ତ ସୂଚନା ଦେଇଛନ୍ତି। ରାତି ୮ ଟା ସୁଦ୍ଧା ଭୀମ ମାଝୀଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇନାହିଁ। ଗଣ୍ଡରେ ପାଣି ଭଉଁରୀ ଖେଳୁଥିବାରୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଉପୁଜିଛି।