ବିଜେଡିକୁ ବଡ଼ ଝଟ୍‌କା: ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଇଂ.ଦିନେଶ ରାଉତ

ଭବାନୀପାଟଣା,୧୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକରେ ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ଶନିବାର ଶଙ୍ଖ ଛାଡି ପଦ୍ମ ଧରିଛନ୍ତି ସ୍ଥାନୀୟ ବୃନ୍ଦାବାହାଲ ସରପଞ୍ଚ ତଥା ଅଞ୍ଚଳର ଟାଣୁଆ ନେତା ଇଂ.ଦିନେଶ ରାଉତ। ଭବାନୀପାଟଣା ଟାଉନ ହଲଠାରେ ଶନିବାର ଅପରାହ୍ନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଦିନେଶଙ୍କ ନେତୃତ୍ୱରେ ପଞ୍ଚାୟତର ସମିତିସଭ୍ୟ ଗୋରେଖ ବିଶି, ସମସ୍ତ ୱାର୍ଡ ମେମ୍ବରଙ୍କ ସମେତ ପ୍ରାୟ ୮୦ରୁ ଉଦ୍ଧର୍‌ବ କାର୍ଯ୍ୟକର୍ତ୍ତା ଭାଜପାର ସାମିଲ ହୋଇଛନ୍ତି। ଗୋଲାମୁଣ୍ଡା ବ୍ଲକରେ ଦିନେଶ ବିଜେଡିର ଜଣେ […] The post ବିଜେଡିକୁ ବଡ଼ ଝଟ୍‌କା: ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଇଂ.ଦିନେଶ ରାଉତ appeared first on Dharitri Odia News.

ବିଜେଡିକୁ ବଡ଼ ଝଟ୍‌କା: ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଇଂ.ଦିନେଶ ରାଉତ

ଭବାନୀପାଟଣା,୧୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକରେ ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ଶନିବାର ଶଙ୍ଖ ଛାଡି ପଦ୍ମ ଧରିଛନ୍ତି ସ୍ଥାନୀୟ ବୃନ୍ଦାବାହାଲ ସରପଞ୍ଚ ତଥା ଅଞ୍ଚଳର ଟାଣୁଆ ନେତା ଇଂ.ଦିନେଶ ରାଉତ। ଭବାନୀପାଟଣା ଟାଉନ ହଲଠାରେ ଶନିବାର ଅପରାହ୍ନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଦିନେଶଙ୍କ ନେତୃତ୍ୱରେ ପଞ୍ଚାୟତର ସମିତିସଭ୍ୟ ଗୋରେଖ ବିଶି, ସମସ୍ତ ୱାର୍ଡ ମେମ୍ବରଙ୍କ ସମେତ ପ୍ରାୟ ୮୦ରୁ ଉଦ୍ଧର୍‌ବ କାର୍ଯ୍ୟକର୍ତ୍ତା ଭାଜପାର ସାମିଲ ହୋଇଛନ୍ତି।

ଗୋଲାମୁଣ୍ଡା ବ୍ଲକରେ ଦିନେଶ ବିଜେଡିର ଜଣେ ଆଗ ଧାଡି ନେତା ରହିଥିବା ବେଳେ ଜିଲା ସାଧାରଣ ସମ୍ପାଦକ ମଧ୍ୟ ରହିଥିଲେ। ଏପରିକି ବ୍ଲକରେ ସ୍ଥାନୀୟ ବିଧାୟକଙ୍କ ସବୁଠୁ ବିଶ୍ୱସ୍ତ ଅନୁଗତ ମଧ୍ୟ ରହିଥିଲେ। ହେଲେ ବିଧାୟକଙ୍କ କାର୍ଯ୍ୟରେ ଅସନ୍ତୋଷ ହୋଇ ସେ ବିଜେଡି ଛାଡି ଥିବା ପ୍ରକାଶ କରିଛନ୍ତି।

ଆଗାମୀ ଦିନରେ ଭାଜପାର ସଂଗଠନକୁ ମଜଭୁତ କରିବା ପାଇଁ ତୃଣମୂଳସ୍ତରରେ ଚେଷ୍ଟା କରିବି ବୋଲି ପ୍ରତିକ୍ରିୟାରେ ସେ ପ୍ରକାଶ କରିଛନ୍ତି।
ଜିଲା ସଭାପତି ଯୁଗଳ କିଶୋର ପୋଢ଼ଙ୍କ ଅଧ୍ୟକ୍ଷତାରେ ଏହି ମିଶ୍ରଣ ପର୍ବରେ ଅତିଥି ଭାବେ ରାଜ୍ୟ ସରକାରଙ୍କ ପଞ୍ଚାୟତ ରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ପୂର୍ତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ବରିଷ୍ଠ ନେତା ମନୋଜ ମେହେର, ରୂପେଶ ଜୈନ, ମୁକେଶ ଅଗ୍ରୱାଲ ପ୍ରମୁଖ ଯୋଗଦେଇ ସାମିଲ ହୋଇଥିବା ସମସ୍ତ କର୍ମୀଙ୍କୁ ଉପଢୌକନ, ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ।

The post ବିଜେଡିକୁ ବଡ଼ ଝଟ୍‌କା: ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଇଂ.ଦିନେଶ ରାଉତ appeared first on Dharitri Odia News.