ସାବଧାନ..କୌଣସି ନକରାତ୍ମକ ବିଚାର ଆପଣଙ୍କ ମାନସିକ ସ୍ୱାସ୍ଥ୍ୟକୁ ନଷ୍ଟ କରିପାରେ

ଆପଣମାନେ ଅଧିକ ନକାରାତ୍ମକ ଚିନ୍ତା କରୁଛନ୍ତି କି ତାହେଲେ ହୋଇଯାଆନ୍ତୁ ସାବଧାନ । ଏହା ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ । ଆମ ଆଖପାଖରେ ରହୁଥିବା ଅନେକ ଲୋକ ଅଛନ୍ତି ଯେଉଁମାନଙ୍କର ବ୍ୟବହାର ,କଥାବାର୍ତା ଶୈଳୀ ଅନ୍ୟ ବ୍ୟକ୍ତିଙ୍କ ଉପରେ ଵିଶେଷ ପ୍ରଭାବ ପକାଇଥାଏ । ସେଥି ମଧ୍ୟରେ ଅନେକଙ୍କ ବ୍ୟବହାର ନକାରାତ୍ମକ ଚିନ୍ତାଧାରାର ପ୍ରଭାବ ବାହାରକୁ ଫୁଟି ଦେଖାଯାଇଥାଏ । କିନ୍ତୁ ଏହି ନକାରାତ୍ମକ ଚିନ୍ତାଧାରା ବ୍ୟକ୍ତିଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ […] The post ସାବଧାନ..କୌଣସି ନକରାତ୍ମକ ବିଚାର ଆପଣଙ୍କ ମାନସିକ ସ୍ୱାସ୍ଥ୍ୟକୁ ନଷ୍ଟ କରିପାରେ appeared first on KNews Odisha.

ସାବଧାନ..କୌଣସି ନକରାତ୍ମକ ବିଚାର ଆପଣଙ୍କ ମାନସିକ ସ୍ୱାସ୍ଥ୍ୟକୁ ନଷ୍ଟ କରିପାରେ
health story

ଆପଣମାନେ ଅଧିକ ନକାରାତ୍ମକ ଚିନ୍ତା କରୁଛନ୍ତି କି ତାହେଲେ ହୋଇଯାଆନ୍ତୁ ସାବଧାନ । ଏହା ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ । ଆମ ଆଖପାଖରେ ରହୁଥିବା ଅନେକ ଲୋକ ଅଛନ୍ତି ଯେଉଁମାନଙ୍କର ବ୍ୟବହାର ,କଥାବାର୍ତା ଶୈଳୀ ଅନ୍ୟ ବ୍ୟକ୍ତିଙ୍କ ଉପରେ ଵିଶେଷ ପ୍ରଭାବ ପକାଇଥାଏ । ସେଥି ମଧ୍ୟରେ ଅନେକଙ୍କ ବ୍ୟବହାର ନକାରାତ୍ମକ ଚିନ୍ତାଧାରାର ପ୍ରଭାବ ବାହାରକୁ ଫୁଟି ଦେଖାଯାଇଥାଏ ।

କିନ୍ତୁ ଏହି ନକାରାତ୍ମକ ଚିନ୍ତାଧାରା ବ୍ୟକ୍ତିଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଏହା ଫଳରେ ମଣିଷ ଜୀବନର ସମସ୍ତ ଲକ୍ଷ ଫସର ଫାଟିଯାଏ ।ଯାହାଦ୍ବାରାବ୍ୟକ୍ତିଟିର ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିବା ଦ୍ବାରା ବିଭିନ୍ନ ସମସ୍ୟା ଶିକାର ହେବାକୁ ପଡେ । ଜାତୀୟ ସ୍ୱାସ୍ଥ୍ୟ ସେବାର ଏକ ରିପୋର୍ଟ ଅନୁସାରେ ଭାରତରେ ପ୍ରତି ୨୦ ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଙ୍କ ମାନସିକ ସମସ୍ୟାର ଶିକାର ହୋଇଥାଏ ।

୧୫ ବର୍ଷର ଜୀବନରୁ ଆରମ୍ଭ କରି ୪୯ ବର୍ଷରୁ ଅଧିକ ଲୋକ ଏହି ସମସ୍ୟାରେ ପିଡିତ ଅଛନ୍ତି । ମନୋ ବୈଜ୍ଞାନିକଙ୍କ ମତ୍ତ ଅନୁସାରେ ଜୀବନରେ ବ୍ୟକ୍ତି ସତ କଥାକୁ ଗ୍ରହଣ କରିପାରୁନାହିଁ । ଯାହା ଫଳରେ ସେ ନକରାତ୍ମକ ଆଡକୁ ବହୁତ ମାତ୍ରାରେ ଗତି କରୁଛି ।

ନେଗେଟିଭ ବିଚାରାଧାରାର ବ୍ୟକ୍ତିମାନେ ଛୋଟ ଛୋଟ କଥାରେ ରାଗିଯାନ୍ତି । ସେମାନେ ଅଧିକାଁଶ ସମୟ ଏକୁଟିଆ ରହିବାକୁ ପସନ୍ଦ କରନ୍ତି । ଅନ ସହ ନିଜର ତୁଳନା କରନ୍ତି । ଏହା ସହ ନିଜର ଯତ୍ନ ନେବାକୁ ଅବହେଳା କରନ୍ତି । ସମସ୍ତ ମଣିଷଙ୍କ ଜୀବନ ଶୈଳୀ ଅନ୍ୟ ମାନଙ୍କ ଠାରୁ ଭିନ୍ନ ହୋଇଥାଏ ।

ଏହାସହ ସମସ୍ତଙ୍କ ଖୁସି ଏବଂ ଦୁଃଖ ମଧ୍ୟ ଭିନ୍ନ ହୋଇଥାଏ । ଏପରିକି କାହା ସହ ନିଜକୁ ତୁଳନା କରିବା ଭଳି ଚିନ୍ତାଧାରା ହିଁ ମଣିଷ ଭିତରେ ନକରାତ୍ମକ ମନୋଭାବ ସ୍ଥିର କରିଥାଏ । ନିଜେ ନିଜକୁ ଖୁସି ରଖିବା ପାଇଁ ଆପଣଙ୍କୁ ପାଖରେ ଯାହା କିଛି ଅଛି ସେଥିରେ ସନ୍ତୁଷ୍ଟ ରହିବାକୁ ଚେଷ୍ଟା କରନ୍ତୁ । ଏହାସହ ନିଜକୁ ବ୍ୟସ୍ତ ରଖିବାକୁ ଟେଷ୍ଟା କରନ୍ତୁ ।

The post ସାବଧାନ..କୌଣସି ନକରାତ୍ମକ ବିଚାର ଆପଣଙ୍କ ମାନସିକ ସ୍ୱାସ୍ଥ୍ୟକୁ ନଷ୍ଟ କରିପାରେ appeared first on KNews Odisha.