ଇଟାଭାଟିରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ପରେ , ତେଜିଲା ପ୍ରଶାସନ

ଢେଙ୍କାନାଳ,୧୧।୨: ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କଣ୍ଟା ବଣିଆ ଥାନା କମଳାଙ୍ଗ ଗ୍ରାମ ବ୍ରାହ୍ମଣୀ ନଦୀ କୂଳରେ ଥିବା ବେଆଇନ ନାଲି ଇଟା ଭାଟିକୁ ପ୍ରଶାସନ ରବିବାର ଭାଙ୍ଗି ଦେଇଛି। ସକାଳେ ଜିଲାପାଳ ମନୋରଞ୍ଜନ ମଲିକଙ୍କ ନିର୍ଦ୍ଦେଶରେ ଓଡ଼ାପଡ଼ା ତହସିଲଦାର ମହେଶ୍ୱର ବେହେରା, କଣ୍ଟାବଣିଆ ଥାନା ଅଧିକାରୀ ତୁଳସୀ ଭୁୟାଁ, ପୋଲିସ ଏବଂ ରାଜସ୍ବ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ଜେସିବି ଲଗାଇ ଭଙ୍ଗାଯାଇଛି। ବର୍ତ୍ତମାନ ସୁଦ୍ଧା ୩ଟି ବେଆଇନ ଇଟାଭାଟି ଭଙ୍ଗା ଶେଷ ହେଲାଣି। ଇଟାଭାଟିରେ ଛତିଶଗଡ଼ରୁ […] The post ଇଟାଭାଟିରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ପରେ , ତେଜିଲା ପ୍ରଶାସନ appeared first on Dharitri Odia News.

ଇଟାଭାଟିରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ପରେ , ତେଜିଲା ପ୍ରଶାସନ

ଢେଙ୍କାନାଳ,୧୧।୨: ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କଣ୍ଟା ବଣିଆ ଥାନା କମଳାଙ୍ଗ ଗ୍ରାମ ବ୍ରାହ୍ମଣୀ ନଦୀ କୂଳରେ ଥିବା ବେଆଇନ ନାଲି ଇଟା ଭାଟିକୁ ପ୍ରଶାସନ ରବିବାର ଭାଙ୍ଗି ଦେଇଛି। ସକାଳେ ଜିଲାପାଳ ମନୋରଞ୍ଜନ ମଲିକଙ୍କ ନିର୍ଦ୍ଦେଶରେ ଓଡ଼ାପଡ଼ା ତହସିଲଦାର ମହେଶ୍ୱର ବେହେରା, କଣ୍ଟାବଣିଆ ଥାନା ଅଧିକାରୀ ତୁଳସୀ ଭୁୟାଁ, ପୋଲିସ ଏବଂ ରାଜସ୍ବ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ଜେସିବି ଲଗାଇ ଭଙ୍ଗାଯାଇଛି। ବର୍ତ୍ତମାନ ସୁଦ୍ଧା ୩ଟି ବେଆଇନ ଇଟାଭାଟି ଭଙ୍ଗା ଶେଷ ହେଲାଣି। ଇଟାଭାଟିରେ ଛତିଶଗଡ଼ରୁ ଆସି କାମ କରୁଥିବା ଶ୍ରମିକମାନଙ୍କୁ ସେମାନଙ୍କ ଘରକୁ ପଠାଇବା ପାଇଁ ବ୍ୟବସ୍ଥା କରାଯାଉଛି । ଶନିବାର ବେଆଇନ ଇଟାଭାଟିରେ ଜଣେ ଶିଶୁ ସମେତ ୩ ଜଣଙ୍କ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିଲା।

The post ଇଟାଭାଟିରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ପରେ , ତେଜିଲା ପ୍ରଶାସନ appeared first on Dharitri Odia News.