ସୁପ୍ରିମକୋର୍ଟଙ୍କ ଦଖଲ ପରେ ଚେତିଲେ ରାଜ୍ୟପାଳ

ନୂଆଦିଲ୍ଲୀ,୨୨।୩: ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ବରିଷ୍ଠ ଡିଏମ୍‌କେ ନେତା କେ. ପୁନମୁଡି ଆଜି ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତାମିଲନାଡୁର ରାଜ୍ୟପାଳ ଆର.ଏନ ରବି ପୁନମୁଡିଙ୍କୁ ଶପଥ ଗ୍ରହଣ କରାଇବେ। ଆଜି ଅପରାହ୍ନରେ ରାଜ ଭବନରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ ବୋଲି କୁହାଯାଉଛି। ଗୋଟିଏ ଦିନ ପୂର୍ବରୁ ତାମିଲନାଡୁ ରାଜ୍ୟ କ୍ୟାବିନେଟରେ ବରିଷ୍ଠ ଡିଏମ୍‌କେ ନେତା କେ. ପୁନମୁଡିଙ୍କୁ ପୁନଃନିଯୁକ୍ତି ଦେବାକୁ ରାଜ୍ୟପାଳ ଆର୍‌.ଭି. ରବି ମନା କରିଦେବା ଘଟଣାରେ ସୁପ୍ରିମକୋର୍ଟ […] The post ସୁପ୍ରିମକୋର୍ଟଙ୍କ ଦଖଲ ପରେ ଚେତିଲେ ରାଜ୍ୟପାଳ appeared first on Dharitri Odia News.

ସୁପ୍ରିମକୋର୍ଟଙ୍କ ଦଖଲ ପରେ ଚେତିଲେ ରାଜ୍ୟପାଳ

ନୂଆଦିଲ୍ଲୀ,୨୨।୩: ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ବରିଷ୍ଠ ଡିଏମ୍‌କେ ନେତା କେ. ପୁନମୁଡି ଆଜି ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତାମିଲନାଡୁର ରାଜ୍ୟପାଳ ଆର.ଏନ ରବି ପୁନମୁଡିଙ୍କୁ ଶପଥ ଗ୍ରହଣ କରାଇବେ। ଆଜି ଅପରାହ୍ନରେ ରାଜ ଭବନରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ ବୋଲି କୁହାଯାଉଛି।
ଗୋଟିଏ ଦିନ ପୂର୍ବରୁ ତାମିଲନାଡୁ ରାଜ୍ୟ କ୍ୟାବିନେଟରେ ବରିଷ୍ଠ ଡିଏମ୍‌କେ ନେତା କେ. ପୁନମୁଡିଙ୍କୁ ପୁନଃନିଯୁକ୍ତି ଦେବାକୁ ରାଜ୍ୟପାଳ ଆର୍‌.ଭି. ରବି ମନା କରିଦେବା ଘଟଣାରେ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି। ଏଭଳି ଘଟଣା ଗମ୍ଭୀର ଚିନ୍ତାଜନକ ବୋଲି ଅଦାଲତ କହିଛନ୍ତି। ରବି ସର୍ବୋଚ୍ଚ ଅଦାଲତଙ୍କ ନର୍ଦ୍ଦେଶର ଅବମାନନା କରିଛନ୍ତି। ୨୪ ଘଣ୍ଟା ମଧ୍ୟରେ ଏହି ପ୍ରସଙ୍ଗ ଉପରେ ନିଷ୍ପତ୍ତି ନେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ପୋନମୁଡିଙ୍କୁ ତଳକୋର୍ଟ ଦୋଷୀସାବ୍ୟସ୍ତ କରିବା ସହ ୩ ବର୍ଷ ଜେଲଦଣ୍ଡାଦେଶ ଦେଇଥିଲେ। ଉକ୍ତ ରାୟ ଉପରେ ସୁପ୍ରିମକୋର୍ଟ ନିକଟରେ ସ୍ଥଗିତାଦେଶ ଲଗାଇଥିଲେ। ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନଙ୍କ ସୁପାରିସ ସତ୍ତ୍ୱେ ରାଜ୍ୟପାଳ ପୋନମୁଡିଙ୍କୁ ପୁନର୍ବାର ମନ୍ତ୍ରୀ ପଦରେ ନିଯୁକ୍ତି ଦେବା ଲାଗି ମନା କରିଦେଇଥିଲେ। ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ରାଜ୍ୟପାଳଙ୍କ ଏଭଳି ନିଷ୍ପତ୍ତିରେ ବିସ୍ମୟ ପ୍ରକାଶ କରିଥିଲେ।

The post ସୁପ୍ରିମକୋର୍ଟଙ୍କ ଦଖଲ ପରେ ଚେତିଲେ ରାଜ୍ୟପାଳ appeared first on Dharitri Odia News.