ଭୀଷଣ ବାତ୍ୟାର ରୂପ ନେଲା ଦାନା, ବଢାଇଲାଣି ଫନି ଡର!

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା (ଦାନା) ଓଡ଼ିଶାକୁ ମାଡ଼ି ଆସୁଛି। ଏହା ଭୀଷଣ ବାତ୍ୟା (ସିଭିୟର ସାଇକ୍ଲୋନ)ର ରୂପ ନେଇ କେନ୍ଦ୍ରାପଡ଼ା ଜିଲାର ଭିତରକନିକାଠାରୁ ଭଦ୍ରକ ଜିଲାର ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବ। ୨୪ ତାରିଖ ସନ୍ଧ୍ୟାରୁ ୨୫ ତାରିଖ ସକାଳ ମଧ୍ୟରେ ‘ଦାନା’ ଲ୍ୟାଣ୍ଡଫଲ୍‌ କରିବାକୁ ଥିବାବେଳେ ଏହି ସମୟରେ ପବନ ବେଗ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିଲୋମିଟର ରହିବ। ୩ ଜିଲା କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ୱର ବେଶି ପ୍ରଭାବିତ […] The post ଭୀଷଣ ବାତ୍ୟାର ରୂପ ନେଲା ଦାନା, ବଢାଇଲାଣି ଫନି ଡର! appeared first on Dharitri Odia News.

ଭୀଷଣ ବାତ୍ୟାର ରୂପ  ନେଲା ଦାନା, ବଢାଇଲାଣି ଫନି ଡର!

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା (ଦାନା) ଓଡ଼ିଶାକୁ ମାଡ଼ି ଆସୁଛି। ଏହା ଭୀଷଣ ବାତ୍ୟା (ସିଭିୟର ସାଇକ୍ଲୋନ)ର ରୂପ ନେଇ କେନ୍ଦ୍ରାପଡ଼ା ଜିଲାର ଭିତରକନିକାଠାରୁ ଭଦ୍ରକ ଜିଲାର ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବ। ୨୪ ତାରିଖ ସନ୍ଧ୍ୟାରୁ ୨୫ ତାରିଖ ସକାଳ ମଧ୍ୟରେ ‘ଦାନା’ ଲ୍ୟାଣ୍ଡଫଲ୍‌ କରିବାକୁ ଥିବାବେଳେ ଏହି ସମୟରେ ପବନ ବେଗ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିଲୋମିଟର ରହିବ। ୩ ଜିଲା କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ୱର ବେଶି ପ୍ରଭାବିତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ବୁଧବାର ସ୍ପଷ୍ଟ କରିଛି। ସରକାରଙ୍କ ପକ୍ଷରୁ ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରଣ ପ୍ରକ୍ରିୟା ପ୍ରାୟ ଶେଷ ହୋଇଥିବାବେଳେ ବାତ୍ୟା ମୁକାବିଲା ନିମନ୍ତେ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି। କ୍ଷୟକ୍ଷତିକୁ ହ୍ରାସ କରିବା ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଭଳି ବିଭିନ୍ନ ଅନୁଷ୍ଠାନକୁ ୨୪ ଓ ୨୫ ତାରିଖ ୨ ଦିନ ପାଇଁ ବନ୍ଦ ରଖାଯିବା ଭଳି କେତେକ ପଦକ୍ଷେପ ଗ୍ରହଣ କରାଯାଇଛି। ସେହିପରି ଓଡ଼ିଶା ସିଭିଲ୍‌ ସର୍ଭିସ ପ୍ରିଲିମିନାରୀ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି।

ଭୁବନେଶ୍ୱର,୨୪ା୧୦(ଅନିଲ ଦାସ): ଭୀଷଣ ବାତ୍ୟାର ରୂପ ନେଇଛି ଦାନା। ଅତି ଭୟଙ୍କର ଭାବେ ଭୀଷଣ ବାତ୍ୟାର ରୂପ ନେଇ ଉପକୂଳମୁହାଁ ହେଉଛି ଦାନା। ବାତ୍ୟା ‘ଦାନା’ ଉତ୍ତର ପଶ୍ଚିମ ଦିଗରେ ୧୫ କିଲୋମିଟର ବେଗରେ ଗତି କରୁଛି। ପାରାଦୀପ ଦକ୍ଷିଣ-ପୂର୍ବକୁ ୨୮୦ କିଲୋମିଟର ଦୂରରେ ଦାନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆହୁରି ଭୟଙ୍କର ରୂପ ଧାରଣ କରି ଉତ୍ତର ପଶ୍ଚିମ ଦିଗରେ ଗତିକରି ଭିତରକନିକା ଏବଂ ଧାମରା ମଧ୍ୟ ଦେଇ ସ୍ଥଳଭାଗରେ ଅତିକ୍ରମ କରିବ। ବାତ୍ୟା ପ୍ରଭାବରେ ୨୪ ତାରିଖରେ ମୟୂରଭଞ୍ଜ, କଟକ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଜିଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏହିସବୁ ଜିଲାରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ପକ୍ଷରୁ ଏ ନେଇ ରେଡ ଆଲର୍ଟ ଜାରି କରାଯାଇଛି। ଏହି ସମୟରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ ଜିଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହିସବୁ ଜିଲା ପାଇଁ ଅରେଞ୍ଜ ୱାର୍ନିଂ ଜାରି କରାଯାଇଛି। ସେହିପରି ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ଅନୁଗୋଳ, ବୌଦ୍ଧ, କନ୍ଧମାଳ,

ଗଞ୍ଜାମ ଜିଲାର କେତେକ ସ୍ଥାନରେ ୭ରୁ ୧୧ ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ରହିଛି। ସେହିସବୁ ଜିଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ଏଲୋଓ୍ବାର୍ନିଂ ଜାରି କରାଯାଇଛି। ୨୫ ତାରିଖରେ ବାତ୍ୟା ପ୍ରଭାବରେ କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର ଜିଲାର କେତେକ ସ୍ଥାନରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇପାରେ। ଏହିସବୁ ଜିଲା ପାଇଁ ରେଡ୍‌ ଓ୍ବାର୍ନିଂ ଜାରି କରାଯାଇଛି। ଏହି ସମୟରେ ଜଗତସିଂହପୁର, କେନ୍ଦ୍ରାପଡ଼ା,କଟକ, ଯାଜପୁର, ଢେଙ୍କାନାଳ, ଅନୁଗୋଳ ଜିଲାରେ ପ୍ରବଳ ବର୍ଷା ହୋଇପାରେ। ଏହିସବୁ ଜିଲା ପାଇଁ ଅରେଞ୍ଜ ୱାର୍ନିଂ ଜାରି କରାଯାଇଛି। ବାତ୍ୟା ସ୍ଥଳଭାଗ ଅତିିକ୍ରମ କରିବା ବେଳେ ବଡ଼ ବଡ଼ ଢେଉ ଉଠିବା ସହ ସମୁଦ୍ର ଅଶାନ୍ତ ରହିବ। ଚାଳଘର, ଗଛ ଭାଙ୍ଗିବା ସହ ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ିପାରେ। ଧାନ, ପନିପରିବା ଚାଷ କ୍ଷତିଗ୍ରସ୍ତ ହେବ। ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି।

The post ଭୀଷଣ ବାତ୍ୟାର ରୂପ ନେଲା ଦାନା, ବଢାଇଲାଣି ଫନି ଡର! appeared first on Dharitri Odia News.