ଭୁବନେଶ୍ବର ସ୍ପେଶାଲ ସିଜେଏମ୍ ସିବିଆଇ କୋର୍ଟରେ ହାଜର ହେଲେ ୩ ଅଭିଯୁକ୍ତ : ଗୁଡେଇ ତୁଡେଇ ପ୍ରଶ୍ନ କଲା ସିବିଆଇ
କନକବ୍ୟୁରୋ : ସିବିଆଇରେ ହାଜର ହେଲେ ବ୍ରିଜ ଆଣ୍ଡ ରୁଫ କମ୍ପାନୀ କର୍ମଚାରୀ। କର୍ମଚାରୀଙ୍କ ହାଜର ହେବା ପାଇଁ ସମନ ଜାରି ହୋଇଥିଲା। ସମନ ପାଇବା ପରେ ହାଜର ହୋଇ ପକ୍ଷ ରଖିଛନ୍ତି ବ୍ରିଜ ଆଣ୍ଡ ରୁଫ କମ୍ପାନୀର ଦୁଇ କର୍ମଚାରୀ। ଉଭୟ କର୍ମଚାରୀଙ୍କୁ ସିବିଆଇ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ପ୍ରଶ୍ନ କରିଥିବା ଜଣାପଡ଼ିଛି । ସଂସ୍ଥାର ଗ୍ରୁପ ଜେନେରାଲ ମ୍ୟାନେଜର ଚଞ୍ଚଲ ମୁଖାର୍ଜୀଙ୍କ ବୟାନ ଆଧାରରେ ଜେରା କରିଛି ସିବିଆଇ। ଦୁର୍ନୀତି ବାବଦରେ ସେମାନଙ୍କ ପାଖରେ କ’ଣ ତଥ୍ୟ ଅଛି, ସେ ସମ୍ପର୍କରେ ପଚାରିବା ସହ ଚିଠି ବାବଦରେ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ କରିଛି । ଏହାଛଡ଼ା ୭ ତାରିଖ ରାତିରେ ଗାଡ଼ିରେ କିଏ କିଏ ଥିଲେ, ସେ ବାବଦରେ ପଚାରିଛି ସିବିଆଇ । ତେବେ ଆଇଏଏସଙ୍କୁ ଚିଠି ଲେଖିବା ପରେ, ଡିଲରେ ଚଞ୍ଚଲଙ୍କ ସମେତ ଯେଉଁମାନଙ୍କ ଚେହେରା ପଦାକୁ ଆସିଛି, ଏବଂ ଚଞ୍ଚଲ ଯାହା ଯାହା ନାଁ କହିଛନ୍ତି ସେହିମାନଙ୍କୁ ସମନ ଜରିଆରେ ହାଜର ହେବାକୁ କହିଥିଲା ସିବିଆଇ। ପଚରାଉଚରା ପରେ ଦୁଇ କର୍ମଚାରୀଙ୍କୁ ଛାଡ଼ିଛି ସିବିଆଇ । ସ୍ପେଶାଲ ସିଜେଏମ ସିବିଆଇ କୋର୍ଟରେ ହାଜର ହୋଇଛନ୍ତି ତିନି ଅଭିଯୁକ୍ତ। ଚଞ୍ଚଲ ମୁଖାର୍ଜୀ, ଦେବଦତ୍ତ ମହାପାତ୍ର ଓ ଅସୁସ୍ଥ ସନ୍ତୋଷ ମହାରଣା ହାଜର ହୋଇଛନ୍ତି । ତିନିଜଣ କୋର୍ଟରେ ଜାମିନ ପାଇଁ ଆବେଦନ କରିଛନ୍ତି। ଆସନ୍ତା ଶୁକ୍ରବାର ମାମଲାର ଶୁଣାଣି ହେବ । ସେପଟେ ସିବିଆଇରେ ହାଜର ହୋଇପାରନ୍ତି ବରିଷ୍ଠ ଆଇଏଏସ ଅଦିକାରୀ ବ

କନକବ୍ୟୁରୋ : ସିବିଆଇରେ ହାଜର ହେଲେ ବ୍ରିଜ ଆଣ୍ଡ ରୁଫ କମ୍ପାନୀ କର୍ମଚାରୀ। କର୍ମଚାରୀଙ୍କ ହାଜର ହେବା ପାଇଁ ସମନ ଜାରି ହୋଇଥିଲା। ସମନ ପାଇବା ପରେ ହାଜର ହୋଇ ପକ୍ଷ ରଖିଛନ୍ତି ବ୍ରିଜ ଆଣ୍ଡ ରୁଫ କମ୍ପାନୀର ଦୁଇ କର୍ମଚାରୀ। ଉଭୟ କର୍ମଚାରୀଙ୍କୁ ସିବିଆଇ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ପ୍ରଶ୍ନ କରିଥିବା ଜଣାପଡ଼ିଛି ।
ସଂସ୍ଥାର ଗ୍ରୁପ ଜେନେରାଲ ମ୍ୟାନେଜର ଚଞ୍ଚଲ ମୁଖାର୍ଜୀଙ୍କ ବୟାନ ଆଧାରରେ ଜେରା କରିଛି ସିବିଆଇ। ଦୁର୍ନୀତି ବାବଦରେ ସେମାନଙ୍କ ପାଖରେ କ’ଣ ତଥ୍ୟ ଅଛି, ସେ ସମ୍ପର୍କରେ ପଚାରିବା ସହ ଚିଠି ବାବଦରେ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ କରିଛି ।
ଏହାଛଡ଼ା ୭ ତାରିଖ ରାତିରେ ଗାଡ଼ିରେ କିଏ କିଏ ଥିଲେ, ସେ ବାବଦରେ ପଚାରିଛି ସିବିଆଇ । ତେବେ ଆଇଏଏସଙ୍କୁ ଚିଠି ଲେଖିବା ପରେ, ଡିଲରେ ଚଞ୍ଚଲଙ୍କ ସମେତ ଯେଉଁମାନଙ୍କ ଚେହେରା ପଦାକୁ ଆସିଛି, ଏବଂ ଚଞ୍ଚଲ ଯାହା ଯାହା ନାଁ କହିଛନ୍ତି ସେହିମାନଙ୍କୁ ସମନ ଜରିଆରେ ହାଜର ହେବାକୁ କହିଥିଲା ସିବିଆଇ।
ପଚରାଉଚରା ପରେ ଦୁଇ କର୍ମଚାରୀଙ୍କୁ ଛାଡ଼ିଛି ସିବିଆଇ । ସ୍ପେଶାଲ ସିଜେଏମ ସିବିଆଇ କୋର୍ଟରେ ହାଜର ହୋଇଛନ୍ତି ତିନି ଅଭିଯୁକ୍ତ। ଚଞ୍ଚଲ ମୁଖାର୍ଜୀ, ଦେବଦତ୍ତ ମହାପାତ୍ର ଓ ଅସୁସ୍ଥ ସନ୍ତୋଷ ମହାରଣା ହାଜର ହୋଇଛନ୍ତି । ତିନିଜଣ କୋର୍ଟରେ ଜାମିନ ପାଇଁ ଆବେଦନ କରିଛନ୍ତି। ଆସନ୍ତା ଶୁକ୍ରବାର ମାମଲାର ଶୁଣାଣି ହେବ ।
ସେପଟେ ସିବିଆଇରେ ହାଜର ହୋଇପାରନ୍ତି ବରିଷ୍ଠ ଆଇଏଏସ ଅଦିକାରୀ ବିଷ୍ଣୁପଦ ସେଠୀ। ସିବିଆଇ କାର୍ଯ୍ୟାଳୟରେ ଆଗର ଦୃଶ୍ୟ ଦେଖି ଏଭଳି କିଛି ସମ୍ଭାବନା ଥିବା କୁହାଯାଉଛି। ସିବିଆଇ ଅଫିସ ଆଗରେ କଡ଼ା ପହରା ଥିବାସହ, ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଥିବା ଦେଖିବାକୁ ମିଳିଛି ।
କେବଳ ସେତିକି ନୁହେଁ ବିଷ୍ଣୁପଦଙ୍କ ଘର ସମ୍ମୁଖରେ ମଧ୍ୟ ପୋଲିସ ଛାଉଣୀ ଦେଖିବାକୁ ମିଳିଛି। ଏହି ଦୃଶ୍ୟକୁ ଦେଖି, ବରିଷ୍ଠ ଅଧିକାରୀଙ୍କୁ ଆଜି ସିବିଆଇ କାର୍ୟ୍ୟାଳୟରେ ହାଜର କରାଯିବା ନେଇ ବଢ଼ିଲା ସମ୍ଭାବନା ବଢିଯାଇଛି । ଏହାରି ଭିତରେ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ଯୁଗ୍ମ ସଚିବ ।
କୁହାଯାଉଛି ସେ ବରିଷ୍ଠ ଅଧିକାରୀଙ୍କୁ ଜେରା କରି ପାରନ୍ତି। ଅନ୍ୟପଟେ ଜେରାବେଳେ ଅସୁସ୍ଥ ହେଲେ ମୁଖ୍ୟ ଅଭିଯୁକ୍ତ କଣ୍ଟ୍ରାକ୍ଟର ସନ୍ତୋଷ ମହାରଣା । ଝାଡା,ବାନ୍ତିରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତି ହୋଇଛନ୍ତି ସନ୍ତୋଷ। ଆଜି ରିମାଣ୍ଡ ସରୁଥିବା ବେଳେ, ଆରମ୍ଭ ହୋଇଛି ହାଇଡ୍ରାମା । ଝାଡା, ବାନ୍ତି ହେଉଥିବା ଦର୍ଶାଇ କ୍ୟାପିଟାଲ ହସ୍ପିଟାଲରେ ହୋଇଛନ୍ତି । ୧୦ ଲକ୍ଷ ଟଙ୍କା ନଗଦ ଲାଞ୍ଚ କାରବାରର ମୁଖ୍ୟ କାର୍ପାଟଦାର ଥିଲେ ସନ୍ତୋଷ ।