ଭୁବନେଶ୍ବରରୁ କଟକ ଯାଉଥିବା ‘ମୋ ବସ୍‌’କୁ ପଛପଟୁ ପିଟିଲା ଟ୍ରକ୍‌ : ୧୦ରୁ ଅଧିକ ଗୁରୁତର

ଭୁବନେଶ୍ବର : କଟକ-ଭୁବନେଶ୍ଵର ୧୬ ନମ୍ବର ଜାତୀୟ ରାଜପଥର କଟକ ସଦର ଥାନା ଅନ୍ତର୍ଗତ ପ୍ରତାପନଗରୀ ଠାରେ ‘ମୋ ବସ୍‌’କୁ ପଛ ପଟୁ ଧକ୍କା ଦେଇଛି ଦ୍ରୁତଗାମୀ ଟ୍ରକ୍‌। ବସଟି ଭୁବନେଶ୍ଵରରୁ କଟକ ଅଭିମୁଖେ ଯାଉଥିବା ସମୟରେ ପଛ ପଟୁ ଟ୍ରକ୍‌ଟି ଧକ୍କା ଦେଇଛି। ଯାହା ଫଳରେ ୧୦ରୁ ଅଧିକ ଯାତ୍ରୀ ଚାପି ହୋଇ ଗୁରୁତର ହୋଇଥିବା ଜଣାପଡିଛି। ଆହତଙ୍କୁ ଉଦ୍ଧାର କରାଯାଇ କଟକ ଏସସିବି ମେଡିକାଲ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର […]

ଭୁବନେଶ୍ବରରୁ କଟକ ଯାଉଥିବା ‘ମୋ ବସ୍‌’କୁ ପଛପଟୁ ପିଟିଲା ଟ୍ରକ୍‌ : ୧୦ରୁ ଅଧିକ ଗୁରୁତର
truck hit mo bus from behind: more than 10 serious

ଭୁବନେଶ୍ବର : କଟକ-ଭୁବନେଶ୍ଵର ୧୬ ନମ୍ବର ଜାତୀୟ ରାଜପଥର କଟକ ସଦର ଥାନା ଅନ୍ତର୍ଗତ ପ୍ରତାପନଗରୀ ଠାରେ ‘ମୋ ବସ୍‌’କୁ ପଛ ପଟୁ ଧକ୍କା ଦେଇଛି ଦ୍ରୁତଗାମୀ ଟ୍ରକ୍‌। ବସଟି ଭୁବନେଶ୍ଵରରୁ କଟକ ଅଭିମୁଖେ ଯାଉଥିବା ସମୟରେ ପଛ ପଟୁ ଟ୍ରକ୍‌ଟି ଧକ୍କା ଦେଇଛି। ଯାହା ଫଳରେ ୧୦ରୁ ଅଧିକ ଯାତ୍ରୀ ଚାପି ହୋଇ ଗୁରୁତର ହୋଇଥିବା ଜଣାପଡିଛି। ଆହତଙ୍କୁ ଉଦ୍ଧାର କରାଯାଇ କଟକ ଏସସିବି ମେଡିକାଲ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି।

ମିଳିିଥିବା ସୂଚନା ଅନୁସାରେ ଅପରାହ୍ନ ୪ ଟା ସମୟରେ ‘ମୋ ବସ୍‌’ଟି ଭୁବନେଶ୍ଵରରୁ କଟକ ୧୬ ନମ୍ବର ଜାତୀୟ ରାଜପଥରେ ଯାଉଥିବା ସମୟରେ କଟକ ସଦର ଥାନା ଅନ୍ତର୍ଗତ ପ୍ରତାପନଗରୀ ଠାରେ ଏକ ଦ୍ରୁତଗାମୀ ଟ୍ରକ୍‌ ଧକ୍କା ଦେଇଥିଲା। ପ୍ରଚଣ୍ଡ ଶବ୍ଦ ଶୁଣି ସ୍ଥାନିୟ ବାସିନ୍ଦା ଓ ପଥଚାରୀ ମାନେ ବସ ଭିତରୁ ଯାତ୍ରୀ ମାନଙ୍କୁ ଉଦ୍ଧାର କରିଥିଲେ । ଆହତ ମାନଙ୍କୁ ତୁରନ୍ତ ଆମ୍ବୁଲାନସ ଦ୍ଵାରା କଟକ ବଡ଼ ମେଡିକାଲ ପଠାଇଛନ୍ତି। ଦୁର୍ଘଟଣାରେ ଗୁରୁତରଙ୍କ ମଧ୍ୟରେ କିଛି ମହିଳା ଓ ନାବାଳକ ରହିଥିବା ଜଣାପଡିଛି। କଟକ ସଦର ପୁଲିସ ଓ ଟ୍ରାଫିକ ଥାନା ପୁଲିସ ପହଁଚି ଟ୍ରାଫିକ କ୍ଲିୟର କରିବା ସହିତ ଘଟଣାର ତଦନ୍ତ କରୁଛନ୍ତି।