ଭୁବନେଶ୍ବରରେ ନିର୍ମାଣଧୀନ ମିଶନ ଶକ୍ତି ବଜାର ବୁଲି ଦେଖିଲେ 5T ଅଧ୍ଯକ୍ଷ

ନନ୍ଦିଘୋଷ ବ୍ୟୁରୋ: 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ ଭୁବନେଶ୍ବରରେ ନିର୍ମାଣଧୀନ ମିଶନ ଶକ୍ତି ବଜାର ବୁଲି ଦେଖିଛନ୍ତି । 5T... The post ଭୁବନେଶ୍ବରରେ ନିର୍ମାଣଧୀନ ମିଶନ ଶକ୍ତି ବଜାର ବୁଲି ଦେଖିଲେ 5T ଅଧ୍ଯକ୍ଷ appeared first on .

ଭୁବନେଶ୍ବରରେ ନିର୍ମାଣଧୀନ ମିଶନ ଶକ୍ତି ବଜାର ବୁଲି ଦେଖିଲେ 5T ଅଧ୍ଯକ୍ଷ

ନନ୍ଦିଘୋଷ ବ୍ୟୁରୋ: 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ ଭୁବନେଶ୍ବରରେ ନିର୍ମାଣଧୀନ ମିଶନ ଶକ୍ତି ବଜାର ବୁଲି ଦେଖିଛନ୍ତି । 5T ଉପକ୍ରମରେ ଏହି ମିଶନ ଶକ୍ତି ବଜାର ପ୍ରତିଷ୍ଠା ହେଉଥିବା ବେଳେ ଖୁବଶୀଘ୍ର ଏହା କାର୍ଯ୍ଯକ୍ଷମ ହେବ। ସହରାଞ୍ଚଳ ଲୋକଙ୍କ ପାଇଁ ଏହି ମିଶନ ଶକ୍ତି ବଜାର ପ୍ରମୁଖ ଆକର୍ଷଣ ହେବ। ୧୦ ହଜାର ବର୍ଗଫୁଟ ଅଂଚଳରେ ନିର୍ମାଣଧୀନ ଏହି ମିଶନ ଶକ୍ତି ବଜାରରେ ରାଜ୍ଯର ବିଭିନ୍ନ ସ୍ଥାନରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ନିର୍ମିତ ଉତ୍ପାଦକୁ ବିକ୍ରି କରାଯିବ। ରାଜ୍ଯର ପ୍ରାୟ ଏକ ହଜାର ଉତ୍ପାଦ ଏଠାରେ ବିକ୍ରି କରାଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ହାତ ତିଆରି ନାଲି ଚାଉଳ, ବ୍ରହ୍ମପୁର ଆଚାର, କନ୍ଧମାଳ ହଳଦୀ, ନୂଆପଡା ମହୁ, କେନ୍ଦ୍ରାପଡ଼ାର କାଇଁଚ, ମୟୂରଭଂଜର ସବାଇ ଘାସ, କେନ୍ଦୁଝରର ଫୁଲ ବଡି ଆଦିର ବିକ୍ରି କରାଯିବ। ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ନିର୍ମିତ ଉତ୍ପାଦ ସାମଗ୍ରୀ ପାଇଁ ଏହା ଏକ ବୁଟିକ ଭାବେ କାମ କରିବ । ଏପରିକି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଭୁବନେଶ୍ବରର ବଡ ବଡ ଗ୍ରାହକଙ୍କ ସହ ମଧ୍ଯ ଯୋଗାଯୋଗ କରି ବ୍ଯବସାୟ କରିପାରିବେ। ମହିଳାଙ୍କ ଦ୍ବାରା ନିର୍ମିତ ମୌଳିକ ହାତ ତିଆରି ସାମଗ୍ରୀ ପାଇଁ ଏହି ମିଶନ ଶକ୍ତି ବଜାର ଓଡିଶା ପର୍ଯ୍ୟଟନ ମ୍ଯାପରେ ସ୍ଥାନ ପାଇବ। ଏସଏଚଜିକୁ ଏସଏମଇରେ ରୂପାନ୍ତରିତ କରିବାରେ ଏହି ମିଶନ ଶକ୍ତି ବଜାର ଏକ ମାଇଲଖୁଣ୍ଟ ହେବ। ମିଶନ ଶକ୍ତି ବଜାର ନିର୍ମାଣର ଅଗ୍ରଗତିରେ ଖୁସି ପ୍ରକାଶ କରିଛନ୍ତି 5T ଅଧ୍ଯକ୍ଷ। ମହିଳାଙ୍କ ନେତୃତ୍ବରେ ଚାଲୁଥିବା ଉଦ୍ଯୋଗୀକରଣରେ ଏହା ଏକ ବଳିଷ୍ଠ ଉଦାହାରଣ। ଏହି ବଜାରର ପରିଚାଳନା ଦାୟିତ୍ବରେ ରହିବ ଖୋର୍ଦ୍ଧା ମାତୃଶକ୍ତି ଫାରମର୍ସ ପ୍ରଡ୍ଯୁସର କମ୍ପାନୀ। ମହିଳା ଏସଏଚଜିମାନଙ୍କୁ ନେଇ ଏହି କମ୍ପାନୀ ପ୍ରତିଷ୍ଠା ହୋଇଥିବା ବେଳେ ଏସଏଚଜିମାନେ ଏହାର ସେୟାର ହୋଲଡର ଅଛନ୍ତି।

The post ଭୁବନେଶ୍ବରରେ ନିର୍ମାଣଧୀନ ମିଶନ ଶକ୍ତି ବଜାର ବୁଲି ଦେଖିଲେ 5T ଅଧ୍ଯକ୍ଷ appeared first on .