ଭୁବନେଶ୍ବରରେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ ଗେଟ୍ସ
ଭୁବନେଶ୍ୱର: ଓଡ଼ିଶାରେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ ଗେଟ୍ସ। ଆସନ୍ତାକାଲି ସେ ଭୁବନେଶ୍ବରରେ ବିଭିନ୍ନ କାର୍ଯ୍ଯକ୍ରମରେ ଯୋଗଦେବେ। ମାଆ ମଙ୍ଗଳା ବସ୍ତି... The post ଭୁବନେଶ୍ବରରେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ ଗେଟ୍ସ appeared first on .
ଭୁବନେଶ୍ୱର: ଓଡ଼ିଶାରେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ ଗେଟ୍ସ। ଆସନ୍ତାକାଲି ସେ ଭୁବନେଶ୍ବରରେ ବିଭିନ୍ନ କାର୍ଯ୍ଯକ୍ରମରେ ଯୋଗଦେବେ। ମାଆ ମଙ୍ଗଳା ବସ୍ତି ଗସ୍ତ କରି ମୁକ୍ତା ଓ ଜାଗା ମିଶନରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ବୁଲି ଦେଖିବେ। ଯୋଜନାରେ କିଭଳି ଲୋକଙ୍କୁ ଥଇଥାନ କରାଯାଇଛି ସେନେଇ ଅନୁଧ୍ଯାନ କରିବେ ବିଲ ଗେଟ୍ସ।
କିଟ ଆଉ କିସର ପ୍ରତିଷ୍ଠାତା ଅଚ୍ଯୁତ ସାମନ୍ତଙ୍କ ସହ ଏକ ବୈଠକ କାର୍ଯ୍ୟକ୍ରମ ରହିଛି। ଏହାପରେ କୃଷି ଭବନ ପରିଦର୍ଶନ କରିବା ସହ କୃଷି ସମୀକ୍ଷା କେନ୍ଦ୍ର ଯାଇ ଅନୁଧ୍ୟାନ କରିବେ। ବିଲ୍ ଆଣ୍ଡ ମେଲିନ୍ଦା ଗେଟସ୍ ଫାଉଣ୍ଡେସନର ବୈଷୟିକ ସହଯୋଗରେ ଚାଲିଛି କୃଷି ସମୀକ୍ଷା କେନ୍ଦ୍ର। କୃଷିର ଇଣ୍ଟିଗ୍ରେଟେଡ୍ କମାଣ୍ଡ ସିଷ୍ଟମ ଭାବେ କୃଷି ସମୀକ୍ଷା କେନ୍ଦ୍ର କାମ କରୁଛି। କୃଷି ସମୀକ୍ଷା କେନ୍ଦ୍ର ଜରିଆରେ ଜମି ନଥିବା ଚାଷୀଙ୍କୁ ମଧ୍ୟ ପରାମର୍ଶ ଦିଆଯାଉଛି।
ଏହାପରେ ବିଲ ଗେଟ୍ସ ମିଶନ ଶକ୍ତି ବଜାର ମଧ୍ଯ ଯିବାର କାର୍ଯ୍ଯକ୍ରମ ରହିଛି। ପରେ ନବୀନ ନିବାସ ଯାଇ ମୁଖ୍ଯମନ୍ତ୍ରୀଙ୍କୁ ସାକ୍ଷାତ କରିବେ। ବିଲ ଗେଟ୍ସଙ୍କ ଓଡ଼ିଶା ଗସ୍ତ ଅନେକ ସମ୍ଭାବନା ନେଇଆସିଛି। ବିଶେଷକରି କୃଷି କ୍ଷେତ୍ରରେ ଏଆଇର ପ୍ରଚଳନ ଏବଂ ଜାଗାମିଶନ ଓ ମିଶନ ଶକ୍ତି କ୍ଷେତ୍ରରେ ନୂଆ ଆଶା ସୃଷ୍ଟି ହୋଇଛି।
The post ଭୁବନେଶ୍ବରରେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ ଗେଟ୍ସ appeared first on .