ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କ ଆଉ ଏକ ବିଶାଳ ରୋଡ୍ ଶୋ, ଜନସମୁଦ୍ର ପାଲଟିଲା ରାଜଧାନୀ ରାଜରାସ୍ତା
ଭୁବନେଶ୍ବର: ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ପ୍ରଚାର ପାଇଁ ହାତରେ ଆଉ ଗୋଟିଏ ଦିନ। ଏମିତିରେ ଘନ ଘନ ପ୍ରଚାର ଜାରି ବିଜେଡି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋଦ୍ ଓହ୍ଲାଇଛନ୍ତି ପ୍ରଚାର ମୈଦାନକୁ। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ବୁଧବାର ଆଉ ଏକ ବିଶାଳ ରୋଡ୍ ଶୋ କରିଛନ୍ତି ଭୁବନେଶ୍ବର। ଆଉ ତାଙ୍କର ଏହି ରୋଡ୍ ଶୋ ଦେଖିବାକୁ ରାଜଧାନୀ ରାଜରାସ୍ତା ପାଲଟିଛି ଜନସମୁଦ୍ର।ରୋଡ୍ ଶୋ ଆରମ୍ଭରେ ମୁଖ୍ୟମନ୍ତ୍ରୀ ଜନତାଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ‘ ଆସନ୍ତା ଜୁଲାଇରୁ ବିଜୁଳି ବିଲ୍ ଛାଡ଼ ହେବ। ସମସ୍ତଙ୍କୁ ବିଏସକେଓ୍ବାଇ ମିଳିବ।’’ ବିଭିନ୍ନ ଯୋଜନା ଭଲ କି ନାହିଁ ପଚାରିବା ସହ ଦଳୀୟ ସାଂସଦ ଏବଂ ବିଧାୟକଙ୍କ ପ୍ରାର୍ଥୀଙ୍କୁ ଭୋଟ ଦେଇ ବିଜୟୀ କରିବାକୁ ଅପିଲ୍ କରିଛନ୍ତି। ତେବେ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ' ରେଣ୍ଟାଲ ଓମଫେଡ ଛକରୁ ପେଟ୍ରୋଲ ପମ୍ପ ଛକଠାରୁ ଆରମ୍ଭ ହୋଇଛି। ଏହା ସାଲିଆ ସାହି, ମେ'ଫେୟାର, ଜାଭିୟର ଛକ, ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ, ପଟିଆ ଛକ ପର୍ଯ୍ୟନ୍ତ ଯିବ । ଏହି ରୋଡ୍ ଶୋ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସୁରକ୍ଷା ବ୍ଯବସ୍ଥାକୁ କଡାକଡି କରାଯିବା ସହିତ ଟ୍ରାଫିକ ନିୟମରେ ପରିବର୍ତ୍ତନ କରାଯାଇଛି।
ଭୁବନେଶ୍ବର: ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ପ୍ରଚାର ପାଇଁ ହାତରେ ଆଉ ଗୋଟିଏ ଦିନ। ଏମିତିରେ ଘନ ଘନ ପ୍ରଚାର ଜାରି ବିଜେଡି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋଦ୍ ଓହ୍ଲାଇଛନ୍ତି ପ୍ରଚାର ମୈଦାନକୁ। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ବୁଧବାର ଆଉ ଏକ ବିଶାଳ ରୋଡ୍ ଶୋ କରିଛନ୍ତି ଭୁବନେଶ୍ବର। ଆଉ ତାଙ୍କର ଏହି ରୋଡ୍ ଶୋ ଦେଖିବାକୁ ରାଜଧାନୀ ରାଜରାସ୍ତା ପାଲଟିଛି ଜନସମୁଦ୍ର।
ରୋଡ୍ ଶୋ ଆରମ୍ଭରେ ମୁଖ୍ୟମନ୍ତ୍ରୀ ଜନତାଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ‘ ଆସନ୍ତା ଜୁଲାଇରୁ ବିଜୁଳି ବିଲ୍ ଛାଡ଼ ହେବ। ସମସ୍ତଙ୍କୁ ବିଏସକେଓ୍ବାଇ ମିଳିବ।’’ ବିଭିନ୍ନ ଯୋଜନା ଭଲ କି ନାହିଁ ପଚାରିବା ସହ ଦଳୀୟ ସାଂସଦ ଏବଂ ବିଧାୟକଙ୍କ ପ୍ରାର୍ଥୀଙ୍କୁ ଭୋଟ ଦେଇ ବିଜୟୀ କରିବାକୁ ଅପିଲ୍ କରିଛନ୍ତି।
ତେବେ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ' ରେଣ୍ଟାଲ ଓମଫେଡ ଛକରୁ ପେଟ୍ରୋଲ ପମ୍ପ ଛକଠାରୁ ଆରମ୍ଭ ହୋଇଛି। ଏହା ସାଲିଆ ସାହି, ମେ'ଫେୟାର, ଜାଭିୟର ଛକ, ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ, ପଟିଆ ଛକ ପର୍ଯ୍ୟନ୍ତ ଯିବ । ଏହି ରୋଡ୍ ଶୋ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସୁରକ୍ଷା ବ୍ଯବସ୍ଥାକୁ କଡାକଡି କରାଯିବା ସହିତ ଟ୍ରାଫିକ ନିୟମରେ ପରିବର୍ତ୍ତନ କରାଯାଇଛି।