ଭୁବନେଶ୍ବରରେ ସିବିଆଇ ରେଡ୍ ଘଟଣା : ୩ ଜଣ ଗିରଫ

ଭୁବନେଶ୍ବର : ଭୁବନେଶ୍ବରରେ ସିବିଆଇ ରେଡ୍ ଘଟଣାରେ ୩ ଜଣ ଗରିଫ ହୋଇଛନ୍ତି। ବ୍ରିଜ ଆଣ୍ଡ୍ ରୁଫ୍ କମ୍ପାନୀର ଜେନେରାଲ ମ୍ୟାନେଜର ଚଞ୍ଚଲ ମୁଖାର୍ଜୀ, ସ୍ପେଶାଲ କ୍ଳାସ କଣ୍ଟ୍ରାକ୍ଟର ଦେବଦତ୍ତ ମହାପାତ୍ର ଓ କଣ୍ଟ୍ରାକ୍ଟର ସନ୍ତୋଷ ମହାରଣାଙ୍କୁ ଗିରଫ କରିଛି ସିବିଆଇ। ଗତକାଲିଠୁ ଏହି ରେଡ୍‌ ହୋଇଥିଲା। ଗତକାଲି ରାତି ପରେ ଆଜି ସକାଳୁ ବିଭିନ୍ନ ସ୍ଥାନରେ ରେଡ୍‌ କରୁଥିଲା ସିବିଆଇ। ଆଜି ଚଢ଼ାଉ ବେଳେ ଦେବଦତ୍ତ ମହାପାତ୍ରଙ୍କ ଘରୁ ସିବିଆଇ ଜବତ ହୋଇଛି ବିପୁଳ ଟଙ୍କା ଓ […]

ଭୁବନେଶ୍ବରରେ ସିବିଆଇ ରେଡ୍ ଘଟଣା : ୩ ଜଣ ଗିରଫ
CBI raids in Odisha: 3 persons reportedly arrested by CBI

ଭୁବନେଶ୍ବର : ଭୁବନେଶ୍ବରରେ ସିବିଆଇ ରେଡ୍ ଘଟଣାରେ ୩ ଜଣ ଗରିଫ ହୋଇଛନ୍ତି। ବ୍ରିଜ ଆଣ୍ଡ୍ ରୁଫ୍ କମ୍ପାନୀର ଜେନେରାଲ ମ୍ୟାନେଜର ଚଞ୍ଚଲ ମୁଖାର୍ଜୀ, ସ୍ପେଶାଲ କ୍ଳାସ କଣ୍ଟ୍ରାକ୍ଟର ଦେବଦତ୍ତ ମହାପାତ୍ର ଓ କଣ୍ଟ୍ରାକ୍ଟର ସନ୍ତୋଷ ମହାରଣାଙ୍କୁ ଗିରଫ କରିଛି ସିବିଆଇ।

ଗତକାଲିଠୁ ଏହି ରେଡ୍‌ ହୋଇଥିଲା। ଗତକାଲି ରାତି ପରେ ଆଜି ସକାଳୁ ବିଭିନ୍ନ ସ୍ଥାନରେ ରେଡ୍‌ କରୁଥିଲା ସିବିଆଇ। ଆଜି ଚଢ଼ାଉ ବେଳେ ଦେବଦତ୍ତ ମହାପାତ୍ରଙ୍କ ଘରୁ ସିବିଆଇ ଜବତ ହୋଇଛି ବିପୁଳ ଟଙ୍କା ଓ ସୁନା। ବ୍ୟାଙ୍କ ଲକର୍ ଓ ଘରେ ରେଡ୍ ବେଳେ ଆଲମିରାରୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ । ଘରୁ ଏକ୍ ଡିଜିଟାଲ ଲକର୍ ମଧ୍ୟ ସିଜ୍‌ କରିଛି ସିବିଆଇ।

କୋଟି କୋଟି ଟଙ୍କାର ହେରଫେର୍ ଓ ଟେଣ୍ଡର ଫିକ୍ସିଂ ମାମଲାରେ ଚାଲିଛି ବଡ଼ ଧରଣର ରେଡ୍। ସରକାରୀ ଉଦ୍ୟୋଗ ବ୍ରିଜ୍ ଆଣ୍ଡ୍ ରୁଫ୍ କମ୍ପାନୀ ଲିମିଟେଡ୍ ବିରୋଧରେ ଏନେଇ ଦିଲ୍ଲୀ ସିବିଆଇ ପାଖରେ ଏକ ମାମଲା ରୁଜୁ ହେବା ପରେ ଦେଶର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ସିବିଆଇ ଟିମ୍।

ଗତକାଲି ରାତିରେ ଭୁବନେଶ୍ବର ଜୟଦେବ ବିହାରସ୍ଥିତ ଏକ ହୋଟେଲ ସାମ୍ନାରୁ ଗୋଟିଏ ମର୍ସିଡିଜ୍‌ କାର୍‌ ଭିତରୁ କୋଲକାତା ସିବିଆଇ ଟିମ୍‌ ବିପୁଳ ପରିମାଣର ନଗଦ ଟଙ୍କା ଓ ସୁନାଗହଣା ଜବତ କରିଥିଲା। ଏହାପରେ ଭୁବନେଶ୍ବର ,ଭଦ୍ରକ, ଦିଲ୍ଲୀ ଓ କୋଲକାତା ସମେତ ଦେଶର ମୋଟ ୧୧ଟି ସ୍ଥାନରେ ସିବିଆଇ ପକ୍ଷରୁ ମେଗା ରେଡ୍ ହୋଇଥିଲା। ଭଦ୍ରକର ୩ଟି ସ୍ଥାନରେ ଓ ଭୁବନେଶ୍ୱରର ଦୁଇଟି ସ୍ଥାନରେ ରେଡ୍‌ ହୋଇଥିଲା।