ଭୁବନେଶ୍ୱର ପରେ କଟକରେ ଆତଙ୍କବାଦୀ ଲିଙ୍କ୍! ସ୍ମାର୍ଟ ସିଟିରୁ ସିଲଭର ସିଟି ଯାଏଁ ସିମବକ୍ସର ସାମ୍ରାଜ୍ୟ
କନକ ବ୍ୟୁରୋ: ଟ୍ୱିନସିଟ୍ ଉପରେ ଅଛି କି ଆତଙ୍କବାଦୀଙ୍କ ଆଖି? ଭୁବନେଶ୍ବର ପରେ କଟକରୁ ଜବତ ହୋଇଥିବା ସିମବକ୍ସ ଏଭଳି ଆଶଙ୍କାକୁ ବଢ଼ାଇ ଦେଇଛି। ହୱାଲା ଜରିଆରେ ବାଂଲାଦେଶରୁ ଆର୍ଥିକ କାରବାର ନେଇ ଖିଅ ମିଳିବା ପରେ ଏହି ଆଶଙ୍କାକୁ ବଳ ମିଳିଛି। ମଙ୍ଗରାଜ ପଏଣ୍ଟରୁ ମଧୁପାଟଣା। ଭୁବନେଶ୍ୱର ପରେ କଟକରୁ ମିଳିଲା ସିମବକ୍ସ। ମଧୁପାଟଣା ରାଜେନ୍ଦ୍ର ନଗର ଅଞ୍ଚଳରୁ ଆଜି ୪ଟି ସିମବକ୍ସ ଜବତ କରିଛି କମିଶନରେଟ ପୋଲିସ। ଭୁବନେଶ୍ବର ଭଳି କଟକରେ ମଧ୍ୟ ଭଡାଘରୁ […] The post ଭୁବନେଶ୍ୱର ପରେ କଟକରେ ଆତଙ୍କବାଦୀ ଲିଙ୍କ୍! ସ୍ମାର୍ଟ ସିଟିରୁ ସିଲଭର ସିଟି ଯାଏଁ ସିମବକ୍ସର ସାମ୍ରାଜ୍ୟ first appeared on Kanak News.

କନକ ବ୍ୟୁରୋ: ଟ୍ୱିନସିଟ୍ ଉପରେ ଅଛି କି ଆତଙ୍କବାଦୀଙ୍କ ଆଖି? ଭୁବନେଶ୍ବର ପରେ କଟକରୁ ଜବତ ହୋଇଥିବା ସିମବକ୍ସ ଏଭଳି ଆଶଙ୍କାକୁ ବଢ଼ାଇ ଦେଇଛି। ହୱାଲା ଜରିଆରେ ବାଂଲାଦେଶରୁ ଆର୍ଥିକ କାରବାର ନେଇ ଖିଅ ମିଳିବା ପରେ ଏହି ଆଶଙ୍କାକୁ ବଳ ମିଳିଛି।
ମଙ୍ଗରାଜ ପଏଣ୍ଟରୁ ମଧୁପାଟଣା। ଭୁବନେଶ୍ୱର ପରେ କଟକରୁ ମିଳିଲା ସିମବକ୍ସ। ମଧୁପାଟଣା ରାଜେନ୍ଦ୍ର ନଗର ଅଞ୍ଚଳରୁ ଆଜି ୪ଟି ସିମବକ୍ସ ଜବତ କରିଛି କମିଶନରେଟ ପୋଲିସ। ଭୁବନେଶ୍ବର ଭଳି କଟକରେ ମଧ୍ୟ ଭଡାଘରୁ ସିମବକ୍ସ ମିଳିବା ପରେ ଓଡ଼ିଶାକୁ ନେଇ ବଡ ଧରଣର ଷଡଯନ୍ତ୍ର ହେଉଥିବା ଆଶଙ୍କା କରାଯାଉଛି। ଟ୍ବିନସିଟିରେ ଏତେ ମାତ୍ରାରେ ସିମବକ୍ସ ଜବତ ହେବା ପରେ ଆତଙ୍କବାଦୀ କାର୍ୟ୍ୟକଳାପ ନେଇ ସନ୍ଦେହ ଅଧିକ ଘନୀଭୂତ ହେଉଛି। ୫ ଦିନିଆ ରିମାଣ୍ଡରେ ଥିବା ରାଜୁ ମଣ୍ଡଳର ସୂଚନା ଆଧାରରେ, କଟକରୁ ଚଢାଉ କରି ସିମବକ୍ସ ଜବତ କରିଛି ପୋଲିସ।
ସିମବକ୍ସ ମାମଲାରେ ତଦନ୍ତ କରିବା ସମୟରେ କମିଶନରେଟ ପୋଲିସକୁ ମିଳିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ
ହାୱଲା ଜରିଆରେ ଚାଲିଥିଲା ଆର୍ଥିକ କାରବାର
ନଗଦ ଟଙ୍କାରେ ହେଉଥିଲା ଟ୍ରାଞ୍ଜାକସନ
ବାଂଲାଦେଶରୁ ହାୱଲା ଜରିଆରେ ଆସୁଥିଲା ଭୁବନେଶ୍ୱରକୁ ଟଙ୍କା
ବାଂଲାଦେଶ ସୀମାରେ କିଛି ଦୋକାନରେ ଚାଲୁଥିଲା କାରବାର
ନୋଟ୍କୁ କୋଡ୍ ହିସାବରେ ବ୍ୟବହାର କରି ହେଉଥିଲା ଟ୍ରାଞ୍ଜାକସନ
ବାଂଲାଦେଶରୁ ଲୋକ ଆସି ସିମବକ୍ସ ସେଟଅପ୍ କରିଥିଲେ
ସିମବକ୍ସ ଘଟଣାର ମାଷ୍ଟରମାଇଣ୍ଡ ଥିବା ଆସାଦ୍ଧୁର ପୂର୍ବରୁ ଓଡ଼ିଶା ଆସିବା ସହ ବାଂଲାଦେଶରୁ ଅପରେଟ କରୁଥିଲା। ସେହିଭଳି ଚୀନ୍, ପାକିସ୍ତାନ ଓ ମଧ୍ୟପ୍ରାଚ୍ୟରୁ ଏହି ସିମବକ୍ସ ଯୋଗେ ଓଡ଼ିଶାକୁ କଲ ଆସୁଥିଲା। ତେଣୁ ଏବେ ଆତଙ୍କୀବାଦୀଙ୍କ ରାଡାରରେ ଓଡ଼ିଶା ରହିଥିବା ନେଇ ସନ୍ଦେହ ବଢୁଛି।
The post ଭୁବନେଶ୍ୱର ପରେ କଟକରେ ଆତଙ୍କବାଦୀ ଲିଙ୍କ୍! ସ୍ମାର୍ଟ ସିଟିରୁ ସିଲଭର ସିଟି ଯାଏଁ ସିମବକ୍ସର ସାମ୍ରାଜ୍ୟ first appeared on Kanak News.