ଭୁବନେଶ୍ୱର-ପୁରୀକୁ ନେଇ ଡିଲ୍ ଫାଇନାଲ! ମେଣ୍ଟ ହେଲେ ଏହି ଠୁ ଲଢିବେ ଅପରାଜିତା
ଭୁବନେଶ୍ୱର,୨୦।୩: ମେଣ୍ଟ ଚର୍ଚ୍ଚାରେ ଫାଇନାଲ ହେଲା ପୁରୀ-ଭୁବନେଶ୍ୱର ସିଟ୍! ପୁରୀର କେଉଁ ଆସନରୁ କିଏ ଆଉ ଭୁବନେଶ୍ୱରର କେଉଁ ସିଟରୁ କିଏ ହୋଇଛି କି ଡିଲ୍ ପକ୍କା! ଯାହା ଜଣାପଡୁଛି ଏନେଇ ପୁରୀରେ ହୋଇଛି ବିଜେଡିର ଗୁପ୍ତ ବୈଠକ। ଗୋଟିଏ ପଟେ ବିଜେଡି-ଭାଜପା ମେଣ୍ଟ ଚର୍ଚ୍ଚା ଛିଡୁ ନ ଥିବାବେଳେ ଅନ୍ୟପଟେ ପୁରୀ ଏବଂ ଭୁବନେଶ୍ୱର ଲୋକ ସଭା କ୍ଷେତ୍ରକୁ ନେଇ ଦ୍ବନ୍ଦ୍ବ। ରାଜଧାନୀ ପାଗ ପରି ମେଣ୍ଟକୁ ନେଇ ସାଧାରଣ ଲୋକ ଏବେ ହରଡଘଣାରେ। ହେବ […] The post ଭୁବନେଶ୍ୱର-ପୁରୀକୁ ନେଇ ଡିଲ୍ ଫାଇନାଲ! ମେଣ୍ଟ ହେଲେ ଏହି ଠୁ ଲଢିବେ ଅପରାଜିତା appeared first on Dharitri Odia News.
ଭୁବନେଶ୍ୱର,୨୦।୩: ମେଣ୍ଟ ଚର୍ଚ୍ଚାରେ ଫାଇନାଲ ହେଲା ପୁରୀ-ଭୁବନେଶ୍ୱର ସିଟ୍! ପୁରୀର କେଉଁ ଆସନରୁ କିଏ ଆଉ ଭୁବନେଶ୍ୱରର କେଉଁ ସିଟରୁ କିଏ ହୋଇଛି କି ଡିଲ୍ ପକ୍କା! ଯାହା ଜଣାପଡୁଛି ଏନେଇ ପୁରୀରେ ହୋଇଛି ବିଜେଡିର ଗୁପ୍ତ ବୈଠକ। ଗୋଟିଏ ପଟେ ବିଜେଡି-ଭାଜପା ମେଣ୍ଟ ଚର୍ଚ୍ଚା ଛିଡୁ ନ ଥିବାବେଳେ ଅନ୍ୟପଟେ ପୁରୀ ଏବଂ ଭୁବନେଶ୍ୱର ଲୋକ ସଭା କ୍ଷେତ୍ରକୁ ନେଇ ଦ୍ବନ୍ଦ୍ବ। ରାଜଧାନୀ ପାଗ ପରି ମେଣ୍ଟକୁ ନେଇ ସାଧାରଣ ଲୋକ ଏବେ ହରଡଘଣାରେ। ହେବ କି ନାହିଁ। କେବେ ଦଳୀୟ ନେତା ଆସି ଗଣମାଧ୍ୟମରେ ହଁ ମାରୁଥିବାବେଳେ ଶୀର୍ଷ ନେତା ମେଣ୍ଟ ଝୁଲାଇ ରଖୁଛନ୍ତି।
ଏବେ ପୁରୀ ଏମପି ସିଟ ବିଜେଡି ହାତରେ ଥିବା ବେଳେ ଭୁବନେଶ୍ୱର ରହିଛି ଭାଜପା ହାତରେ। ହେଲେ କୁହାଯାଉଛି ଏହି ଦୁଇଟି ସିଟ କିଏ କାହାକୁ ଛାଡିବାକୁ ନାରାଜ। ଏହାରି ଭିତରେ ଦୁଇ ଲୋକ ସଭା ସିଟକୁ ନେଇ ଉଭୟ ଦଳ କରିଲେଣି ରଣନୀତି।
ପୁରୀ ଏବଂ ଭୁବନେଶ୍ବର ଲୋକ ସଭା କ୍ଷେତ୍ର। ଉଭୟ ବିଜେଡି-ଭାଜପାର ଫୋକସରେ ଦୁଇ ଏମପି ସିଟ। ଆଉ ଏହି ଦୁଇ ସିଟ ହାତେଇବା ପାଇଁ ପଦ୍ମ ଏବଂ ଶଙ୍ଖ ସବବେଳେ ତତ୍ପର। ମେଣ୍ଟ ଚର୍ଚ୍ଚା ଭିତରେ ସମସ୍ତଙ୍କର ଫୋକସ ଏହି ଦୁଇ ସିଟ୍ ଉପରେ। ହେଲେ ସିଟକୁ ନେଇ ଅଙ୍କ ଛିଣ୍ଡୁନି। ବିଧାନ ସଭା ହେଉ କି ଲୋକ ସଭା, ପୁରୀ ହେଉଛି ବିଜେଡିର ଗଡ। ୨୦୧୯ରେ ବିଜେଡ଼ି ଲୋକ ସଭା ସିଟ ହାତେଇ ଥିଲା। ଏବଂ ଲୋକସଭା ଅଧିନରେ ୫ MLA ସିଟ ଜିତିଥିଲା। ସେପଟେ ଶ୍ରୀମନ୍ଦିର ଐତିହ୍ୟ କରିଡର ସହ ବିଭିନ୍ନ ଉନ୍ନତି ମୂଳକ ପ୍ରକଳ୍ପ ମାଧ୍ୟମରେ ଲୋକଙ୍କ ମନ ଜିଣିବାକୁ ଚେଷ୍ଟା କରିଛି ବିଜେଡି। ଅନ୍ୟପଟେ ୨୦୧୯ରେ ଭାଜପାର ସମ୍ବିତ ପାତ୍ର କମ୍ ଭୋଟ ବ୍ୟବଧାନରେ ବିଜେଡିର ପିନାକୀ ମିଶ୍ରଙ୍କ ଠାରୁ ହାରିଥିଲେ। ଏପରିକି ପୁରୀ ଏବଂ ବ୍ରହ୍ମଗିରି MLA ସିଟ ଜିତିଥିଲା ଭାଜପା। ତେଣୁ ପୁରୀକୁ ନେଇ ଉତ୍ସାହିତ ରହିଛି ଭାଜପା ।
ପୁରୀ ପରି ଭୁବନେଶ୍ୱର ମଧ୍ୟ ଆଉ ଏକ ହାଇଭୋଲଟେଜ ସିଟ। ୨୦୧୯ରେ ଭୁବନେଶ୍ବର ଲୋକ ସଭା ଅଧିନସ୍ଥ ୭ଟି ବିଧାନ ସଭା ଆସନରୁ ୬ଟି ଜିତିଥିଲା ବିଜେଡି। ହେଲେ MP ସିଟରେ ଭାଜପାର ଅପରାଜିତା ଷଡଙ୍ଗୀ ବିଜେଡିର ଅରୂପ ପଟ୍ଟନାୟକଙ୍କୁ ହରାଇଥିଲେ। ତେବେ ଗତଥର ହାରିଥିଲେ ବି ଏଥର କୌଣସି ପରିସ୍ଥିତିରେ ଭୁବନେଶ୍ବର ସିଟକୁ ବିଜେଡି ହାତଛଡା କରିବାକୁ ଚାହିଁବ ନାହିଁ। ଆଉ ଭାଜପା ମଧ୍ୟ ଏଥର ସିଟ ବଜାୟ ରଖିବାକୁ ବଳ ଲଗାଇବ। ଏଥର ଭାଜପା ପୁଣିଥରେ ଅପରାଜିତାଙ୍କୁ ରିପିଟ କରିପାରେ । ଅନ୍ୟପଟେ ବିଜେଡିର ଶ୍ରୀମୟୀ ମିଶ୍ରଙ୍କ ପ୍ରାର୍ଥୀକୁ ନେଇ ଚର୍ଚ୍ଚା ଲାଗିରହିଛି ।
The post ଭୁବନେଶ୍ୱର-ପୁରୀକୁ ନେଇ ଡିଲ୍ ଫାଇନାଲ! ମେଣ୍ଟ ହେଲେ ଏହି ଠୁ ଲଢିବେ ଅପରାଜିତା appeared first on Dharitri Odia News.