ଭୁବନେଶ୍ୱର ବିମାନବନ୍ଦରରୁ ୮୭ କିଲୋ ସୁନା ଜବତକୁ ନେଇ ଚର୍ଚ୍ଚା । ବିଭିନ୍ନ ଦୋକାନକୁ ଯାଉଥିଲା ୬୦କୋଟିର ସୁନା

କନକ ବ୍ୟୁରୋ: ଭୁବନେଶ୍ୱର ବିମାନବନ୍ଦରରୁ ୮୭ କିଲୋ ସୁନା ଜବତ ପରେ ବଢ଼ିଲା ଚର୍ଚ୍ଚା। ୨୦ଟି ଦୋକାନକୁ ଯାଉଥିଲା ଏହି ୬୦କୋଟିର ସୁନା। ବଡ଼ କଥା ହେଉଛି ପ୍ୟାକେଟ ଭିତରେ ଥିବା ସୁନା, ହୀରା ଖଚିତ। ରାଜଧାନୀର ବଡ଼ ବଡ଼ ନାମୀଦାମୀ ଦୋକାନକୁ ଏହି ସୁନା ଯାଇଥାନ୍ତା। ସିଟି ଜିଏସଟି ଅଫିସରେ ଗହଣା ଦୋକାନ ମ୍ୟାଜେନର ଓ କୋରିୟର ସଂସ୍ଥା ଅଧିକାରୀ ପହଞ୍ଚିଛନ୍ତି।  କୁହାଯାଉଛି, ୨୦ ଦୋକାନକୁ ଯାଉଥିଲା ୬୦ କୋଟିର ସୁନା। ୧୦ଟି ଜିଆଇ ଟ୍ରଙ୍କରେ ରହିଥିଲା ୮୭ କେଜିର ସୁନା। ଏହା ସହ ୨୪ଟି ଟ୍ରଙ୍କରେ ରୂପା କଏନ ମଧ୍ୟ ରହିଛି। ପ୍ୟାକେଟ୍ ଭିତରେ ସୁନା ଉପରେ ହୀରା ଖଚିତ କରାଯାଇଛି। ସମସ୍ତ ସୁନା ଅଳଙ୍କାର ୧୮ କ୍ୟାରେଟ୍ ବୋଲି କୁହାଯାଉଛି। ଏସବୁ ସୁନା ଭୁବନେଶ୍ବରର ନାମୀଦାମୀ ଗହଣା ଦୋକାନକୁ ଯାଇଥିନ୍ତା। ଏତେ ପରିମାଣର ସୁନା ଜବତ ହେବା ପରେ ବିଭିସି କୋରିୟର ସଂସ୍ଥାର ଇଷ୍ଟର୍ଣ୍ଣ ଜୋନ୍ ମୁଖ୍ୟଙ୍କୁ ସିଟି ଜିଏସଟି ଅଫିସରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।  ପ୍ରଶ୍ନ ଉଠୁଛି; -    ଏତେ ପରିମାଣର ସୁନା ଆସୁଥିଲା କାହିଁକି?-    ପାର୍ବଣ କିମ୍ବା ବିବାହ ଋତୁକୁ ନଜରରେ ରଖି ଅଣାଯାଇଥିଲା କି ସୁନା?-    ରାଜଧାନୀର କେଉଁ ବଡ଼ ଗହଣା ଦୋକାନକୁ ଯାଇଥାନ୍ତା ସୁନା?-    କାଲି ଏସଆଇଟି ବୈଠକ ପୂର୍ବରୁ ଚାଲାଣ ହେଉଥିଲା କି ସୁନା?-    ଇଡି ନିର୍ଦ୍ଦେଶକ ଆସୁଥିବାରୁ ସୁନା ଲୁଚାଇବାକୁ ଚାଲିଥିଲା କି ଯୋଜନା?-    ଏତେ ପରିମାଣର ସୁନା କାରବାର

ଭୁବନେଶ୍ୱର ବିମାନବନ୍ଦରରୁ ୮୭ କିଲୋ ସୁନା ଜବତକୁ ନେଇ ଚର୍ଚ୍ଚା । ବିଭିନ୍ନ ଦୋକାନକୁ ଯାଉଥିଲା ୬୦କୋଟିର ସୁନା

କନକ ବ୍ୟୁରୋ: ଭୁବନେଶ୍ୱର ବିମାନବନ୍ଦରରୁ ୮୭ କିଲୋ ସୁନା ଜବତ ପରେ ବଢ଼ିଲା ଚର୍ଚ୍ଚା। ୨୦ଟି ଦୋକାନକୁ ଯାଉଥିଲା ଏହି ୬୦କୋଟିର ସୁନା। ବଡ଼ କଥା ହେଉଛି ପ୍ୟାକେଟ ଭିତରେ ଥିବା ସୁନା, ହୀରା ଖଚିତ। ରାଜଧାନୀର ବଡ଼ ବଡ଼ ନାମୀଦାମୀ ଦୋକାନକୁ ଏହି ସୁନା ଯାଇଥାନ୍ତା। ସିଟି ଜିଏସଟି ଅଫିସରେ ଗହଣା ଦୋକାନ ମ୍ୟାଜେନର ଓ କୋରିୟର ସଂସ୍ଥା ଅଧିକାରୀ ପହଞ୍ଚିଛନ୍ତି। 

କୁହାଯାଉଛି, ୨୦ ଦୋକାନକୁ ଯାଉଥିଲା ୬୦ କୋଟିର ସୁନା। ୧୦ଟି ଜିଆଇ ଟ୍ରଙ୍କରେ ରହିଥିଲା ୮୭ କେଜିର ସୁନା। ଏହା ସହ ୨୪ଟି ଟ୍ରଙ୍କରେ ରୂପା କଏନ ମଧ୍ୟ ରହିଛି। ପ୍ୟାକେଟ୍ ଭିତରେ ସୁନା ଉପରେ ହୀରା ଖଚିତ କରାଯାଇଛି। ସମସ୍ତ ସୁନା ଅଳଙ୍କାର ୧୮ କ୍ୟାରେଟ୍ ବୋଲି କୁହାଯାଉଛି। ଏସବୁ ସୁନା ଭୁବନେଶ୍ବରର ନାମୀଦାମୀ ଗହଣା ଦୋକାନକୁ ଯାଇଥିନ୍ତା। ଏତେ ପରିମାଣର ସୁନା ଜବତ ହେବା ପରେ ବିଭିସି କୋରିୟର ସଂସ୍ଥାର ଇଷ୍ଟର୍ଣ୍ଣ ଜୋନ୍ ମୁଖ୍ୟଙ୍କୁ ସିଟି ଜିଏସଟି ଅଫିସରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। 
 ପ୍ରଶ୍ନ ଉଠୁଛି; 
-    ଏତେ ପରିମାଣର ସୁନା ଆସୁଥିଲା କାହିଁକି?
-    ପାର୍ବଣ କିମ୍ବା ବିବାହ ଋତୁକୁ ନଜରରେ ରଖି ଅଣାଯାଇଥିଲା କି ସୁନା?
-    ରାଜଧାନୀର କେଉଁ ବଡ଼ ଗହଣା ଦୋକାନକୁ ଯାଇଥାନ୍ତା ସୁନା?
-    କାଲି ଏସଆଇଟି ବୈଠକ ପୂର୍ବରୁ ଚାଲାଣ ହେଉଥିଲା କି ସୁନା?
-    ଇଡି ନିର୍ଦ୍ଦେଶକ ଆସୁଥିବାରୁ ସୁନା ଲୁଚାଇବାକୁ ଚାଲିଥିଲା କି ଯୋଜନା?
-    ଏତେ ପରିମାଣର ସୁନା କାରବାର ପଛର ମାଷ୍ଟରମାଇଣ୍ଡ କିଏ?