ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଅଭିଯାନକୁ ଜୋରଦାର କଲେ ବିଜେଡ଼ି ସାଂସଦ ପାର୍ଥୀ ମନ୍ମଥ ରାଉତରାୟ
ଭୁବନେଶ୍ବର: ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଅଭିଯାନକୁ ଜୋରଦାର କଲେ ବିଜେଡ଼ି ସାଂସଦ ପାର୍ଥୀ ମନ୍ମଥ ରାଉତରାୟ। ଭୁବନେଶ୍ୱର... The post ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଅଭିଯାନକୁ ଜୋରଦାର କଲେ ବିଜେଡ଼ି ସାଂସଦ ପାର୍ଥୀ ମନ୍ମଥ ରାଉତରାୟ appeared first on .
ଭୁବନେଶ୍ବର: ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଅଭିଯାନକୁ ଜୋରଦାର କଲେ ବିଜେଡ଼ି ସାଂସଦ ପାର୍ଥୀ ମନ୍ମଥ ରାଉତରାୟ। ଭୁବନେଶ୍ୱର ଲକ୍ଷ୍ମୀସାଗର ଅଂଚଳର ଆରାଧ୍ୟ୍ୟ ଦେବତା ପ୍ରଭୁ ପତିତପାବନ ଜିଉଙ୍କୁ ଦର୍ଶନ ସହ ଆଶିଷ ଗ୍ରହଣ କରି ପ୍ରଚାର ଆରମ୍ଭ କରିଛନ୍ତି। ଏହାପରେ ଅଂଚଳବାସୀଙ୍କ ସହ ଆଲୋଚନା କରିଥିଲେ ମନ୍ମଥ। ଲକ୍ଷ୍ମୀସାଗର ୪୩ ନମ୍ବର ୱାର୍ଡ କର୍ପୋରେଟର ଭରତ ଲେଙ୍କାଙ୍କ ନେତୃତ୍ୱରେ ପ୍ରଥମେ ଲକ୍ଷ୍ମୀନାରାୟଣ ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଯାଇଥିଲେ। ଏହାପରେ ପତିତପାବନଜିଉ ମନ୍ଦିରରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ବିଜେଡି ନେତ୍ରୀ ଶାଶ୍ଵତୀ ଲେଙ୍କାଙ୍କ ନେତୃତ୍ୱରେ ଶତାଧିକ ମହିଳା ଫୁଲ ଚନ୍ଦନ ଦେଇ ମନ୍ମଥଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ବିଜେଡି ସାଂସଦ ପାର୍ଥୀ ମନ୍ମଥ ରାଉତରାୟଙ୍କ ସହିତ ଭୁବନେଶ୍ୱରମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, କର୍ପୋରେଟର ଭରତ ଲେଙ୍କା, ପୁଷ୍ପାଞ୍ଜଳି ସେଠୀ, ଦୀପକ ପରିଡା, ଅଜୟ ଲେଙ୍କା, ମହିଳା ବିଜେଡ଼ି ନେତ୍ରୀ ଶାଶ୍ଵତୀ ଲେଙ୍କା ପ୍ରମୁଖ ଉପସ୍ଥିତ ରହି ଆଗାମୀ ନିର୍ବାଚନରେ କିଭଳି ବିଜେଡିର ସାଂସଦ ଓ ବିଧାୟକ ପାର୍ଥୀଙ୍କୁ ଅଧିକରୁ ଅଧିକ ଭୋଟ ମିଳିବ ସେ ନେଇ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ଗ୍ରାମର ବହୁ ବରିଷ୍ଠ ନାଗରିକ, ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟ, ଯୁବ ଓ ଛାତ୍ର ବିଜେଡିର କର୍ମକର୍ତା ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆର୍ଶୀବାଦରେ ଯେଉଁ ଗୁରୁ ଦାୟିତ୍ଵ ଦିଆଯାଇଛି ତାହାକୁ ସେ ସମ୍ମାନର ସହ ପାଳନ କରିବେ ବୋଲି କହିଛନ୍ତି ମନ୍ମଥ ରାଉରରାୟ।
The post ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଅଭିଯାନକୁ ଜୋରଦାର କଲେ ବିଜେଡ଼ି ସାଂସଦ ପାର୍ଥୀ ମନ୍ମଥ ରାଉତରାୟ appeared first on .