ଭୁବନେଶ୍ୱରରୁ UAEକୁ ସିଧା ବିମାନ ସେବା, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୨ା୬: ରାଜଧାନୀ ଭୁବନେଶ୍ବରରୁ UAEକୁ ସିଧା ବିମାନ ସେବା ଆରମ୍ଭ ହୋଇଛି। ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଆବୁଧାବିକୁ ସିଧା ଉଡ଼ାଣ କରି ବିମାନ। ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ବିମାନବନ୍ଦରରେ ପତାକା ହଲାଇ ବିମାନ ଉଡ଼ାଣର ଶୁଭାରମ୍ଭ କରିଛନ୍ତି। ଯାତ୍ରୀମାନେ ଏଣିକି ଭୁବନେଶ୍ୱରରୁ ବିମାନରେ ବସି ସିଧାସଳଖ ଆବୁଧାବିରେ ସହଜରେ ପହଞ୍ଚି ପାରିବେ। ଏଥିସହିତ ବ୍ୟବସାୟିକ ସମ୍ପର୍କ ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିବା ଅବସରରେ କହିଛନ୍ତି। ଆଜି ସକାଳ ୯.୩୫ରେ ଏହାର […] The post ଭୁବନେଶ୍ୱରରୁ UAEକୁ ସିଧା ବିମାନ ସେବା, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.
ଭୁବନେଶ୍ୱର,୧୨ା୬: ରାଜଧାନୀ ଭୁବନେଶ୍ବରରୁ UAEକୁ ସିଧା ବିମାନ ସେବା ଆରମ୍ଭ ହୋଇଛି। ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଆବୁଧାବିକୁ ସିଧା ଉଡ଼ାଣ କରି ବିମାନ। ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ବିମାନବନ୍ଦରରେ ପତାକା ହଲାଇ ବିମାନ ଉଡ଼ାଣର ଶୁଭାରମ୍ଭ କରିଛନ୍ତି।
ଯାତ୍ରୀମାନେ ଏଣିକି ଭୁବନେଶ୍ୱରରୁ ବିମାନରେ ବସି ସିଧାସଳଖ ଆବୁଧାବିରେ ସହଜରେ ପହଞ୍ଚି ପାରିବେ। ଏଥିସହିତ ବ୍ୟବସାୟିକ ସମ୍ପର୍କ ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିବା ଅବସରରେ କହିଛନ୍ତି। ଆଜି ସକାଳ ୯.୩୫ରେ ଏହାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ। ଏହା ମଧ୍ୟାହ୍ନ ୧୨.୩୫ରେ ଆବୁଧାବିରେ ପହଞ୍ଚିବ। ଆବୁଧାବିରୁ ପୁଣି ରାତି ୨.୩୫ରେ ବାହାରି ସକାଳ ୮.୩୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବ।
The post ଭୁବନେଶ୍ୱରରୁ UAEକୁ ସିଧା ବିମାନ ସେବା, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.