ଭୁବନେଶ୍ୱରରେ ଆଜି ବଦଳିଲା ପେଟ୍ରୋଲ ଦର, ନଜର ପକାନ୍ତୁ ଆଜି କେତେ ରହିଛି ଦାମ୍

ପେଟ୍ରୋଲ ପକାଇବାକୁ ଯାଉଛନ୍ତି କି ?  ତେବେ ଟାଙ୍କି ଭରିବା ପୂର୍ବରୁ ଜାଣି ରଖନ୍ତୁ ଆଜିର ତେଲ ଦର କେତେ ଅଛି ।  ଦେଶରେ ପେଟ୍ରୋଲ ଓ ଡିଜେଲର ନୂଆ ମୂଲ୍ୟ ଜାରି କରାଯାଇଛି ।  ପ୍ରତିଦିନ ତେଲର ନୂଆ ଦର ନିର୍ଦ୍ଧାରଣ କରାଯାଥାଏ ।  ଆଉ ସେହି ଅନୁସାରେ ଦେଶ ତଥା ରାଜ୍ୟରେ ତେଲର ନୂଆ ଦର ନିର୍ଦ୍ଧାରଣ କରାଯାଇଥାଏ । ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୧.୧୬ ପଇସା ରହିଥିବା ବେଳେ ଡିଜେଲ ଦାମ୍ […] The post ଭୁବନେଶ୍ୱରରେ ଆଜି ବଦଳିଲା ପେଟ୍ରୋଲ ଦର, ନଜର ପକାନ୍ତୁ ଆଜି କେତେ ରହିଛି ଦାମ୍ appeared first on KNews Odisha.

ଭୁବନେଶ୍ୱରରେ ଆଜି ବଦଳିଲା ପେଟ୍ରୋଲ ଦର, ନଜର ପକାନ୍ତୁ ଆଜି କେତେ ରହିଛି ଦାମ୍
petrol

ପେଟ୍ରୋଲ ପକାଇବାକୁ ଯାଉଛନ୍ତି କି ?  ତେବେ ଟାଙ୍କି ଭରିବା ପୂର୍ବରୁ ଜାଣି ରଖନ୍ତୁ ଆଜିର ତେଲ ଦର କେତେ ଅଛି ।  ଦେଶରେ ପେଟ୍ରୋଲ ଓ ଡିଜେଲର ନୂଆ ମୂଲ୍ୟ ଜାରି କରାଯାଇଛି ।  ପ୍ରତିଦିନ ତେଲର ନୂଆ ଦର ନିର୍ଦ୍ଧାରଣ କରାଯାଥାଏ ।  ଆଉ ସେହି ଅନୁସାରେ ଦେଶ ତଥା ରାଜ୍ୟରେ ତେଲର ନୂଆ ଦର ନିର୍ଦ୍ଧାରଣ କରାଯାଇଥାଏ ।

ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୧.୧୬ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୨ . ୭୪ ପଇସା ରହିଛି । ଏପରିକି ଦେଶର ପ୍ରମୁଖ ସହରରେ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିଛି । ତେବେ ଭୁବନେଶ୍ୱରରେ ବଢ଼ିଛି ପେଟ୍ରୋଲ-ଡିଜେଲ ଦାମ୍ ।

ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୪ ଟଙ୍କା ୭୭ ପଇସା ଓ ଡିଜେଲ ଦର ୮୭ ଟଙ୍କା ୬୭ ପଇସା ହୋଇଛି ।  ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୩ ଟଙ୍କା ୫୦ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୯୦.୦୩ ଟଙ୍କା ରହିଛି । ସେହିପରି କୋଲକାତାରେ ପେଟ୍ରୋଲ ଦର ୧୦୫ . ୪୧ ଟଙ୍କା ଥିବାବେଳେ ଡିଜେଲ ଦର ୯୨ ଟଙ୍କା ୦୨ ପଇସା ରହିଛି ।  ଚେନ୍ନାଇରେ ପେଟ୍ରୋଲ ଦର ୧୦୦ ଟଙ୍କା ୮୨ ପଇସା ଥିବା ବେଳେ ଡିଜେଲ ଦାମ ୯୨ ଟଙ୍କା ୪୦ ପଇସା ରହିଛି ।

ପ୍ରତ୍ୟେକ ଦିନ ସକାଳ ୬ଟାରେ ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇଥାଏ । ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ । ବୈଦେଶିକ ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ଉପରେ ନିର୍ଭର କରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତିଦିନ ବଦଳିଥାଏ ।

Also read: ତୁରନ୍ତ ପୈଠ କରନ୍ତୁ ଗାଡ଼ିରେ କଟିଥିବା ଚାଲାଣ, ନହେଲେ ବାତିଲ ହୋଇପାରେ ଆପଣଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ

 

The post ଭୁବନେଶ୍ୱରରେ ଆଜି ବଦଳିଲା ପେଟ୍ରୋଲ ଦର, ନଜର ପକାନ୍ତୁ ଆଜି କେତେ ରହିଛି ଦାମ୍ appeared first on KNews Odisha.