ମୁଁ ବି ଚିଟଫଣ୍ଡ ର ଶିକାର ହୋଇଥିଲି – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁ ବି ଚିଟଫଣ୍ଡ୍ ଠକେଇର ଶିକାର ହୋଇଛି। ଥରେ ନୁହେଁ ଦୁଇ ଦୁଇ ଥର ମୁଁ ଚିଟଫଣ୍ଡ୍ ଠକେଇର ଶିକାର ହୋଇଛି।’ ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ଜାତୀୟ ଉପଭୋକ୍ତା ଦିବସ କାର୍ଯ୍ୟକ୍ରମରେ ଆଜି ଏକଥା ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି, ୧୯୯୦-୨୦୦୨ ରେ ଠକେଇରେ ଶିକାର ହୋଇଥିଲି । ଗୋଟିଏ ସରକାରୀ ଏବଂ ଗୋଟିଏ ବେସରକାରୀ ସଂସ୍ଥା ଠକିଥିଲେ । ବିଭିନ୍ନ ଲୋଭ ଦେଖାଇ ଟଙ୍କା ରଖିବାକୁ […]

ମୁଁ ବି ଚିଟଫଣ୍ଡ ର ଶିକାର ହୋଇଥିଲି – ମୁଖ୍ୟମନ୍ତ୍ରୀ
ମୁଁ ବି ଚିଟଫଣ୍ଡ ର ଶିକାର ହୋଇଥିଲି - ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁ ବି ଚିଟଫଣ୍ଡ୍ ଠକେଇର ଶିକାର ହୋଇଛି। ଥରେ ନୁହେଁ ଦୁଇ ଦୁଇ ଥର ମୁଁ ଚିଟଫଣ୍ଡ୍ ଠକେଇର ଶିକାର ହୋଇଛି।’ ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ଜାତୀୟ ଉପଭୋକ୍ତା ଦିବସ କାର୍ଯ୍ୟକ୍ରମରେ ଆଜି ଏକଥା ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ସେ କହିଛନ୍ତି, ୧୯୯୦-୨୦୦୨ ରେ ଠକେଇରେ ଶିକାର ହୋଇଥିଲି । ଗୋଟିଏ ସରକାରୀ ଏବଂ ଗୋଟିଏ ବେସରକାରୀ ସଂସ୍ଥା ଠକିଥିଲେ । ବିଭିନ୍ନ ଲୋଭ ଦେଖାଇ ଟଙ୍କା ରଖିବାକୁ ରାଜି କରାଉଥିଲେ,ବିଭିନ୍ନ ଆଡୁ ଯୋଗାଡ଼ କରି ଟଙ୍କା ଦେଇଥିଲି,ପରେ ଦେଖିବା ବେଳକୁ ସଂସ୍ଥା ନାହିଁ । ପରେ ଏ ସମ୍ପର୍କରେ ୧୯୮୬ ଆଇନ ଅନୁସାରେ ଅପିଲ ମଧ୍ୟ କରିଥିଲି କିନ୍ତୁ କିଛି ଲାଭ ହେଲା ନାହିଁ ବୋଲି ଜାତୀୟ ଉପଭୋକ୍ତା ଦିବସ କାର୍ଯ୍ୟକ୍ରମରେ କହିଛନ୍ତି ମୋହନ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ବୟାନ ପରେ ସ୍ପଷ୍ଟ ହୋଇଛି ଯେ, ଚିଟଫଣ୍ଡ ଠକେଇର ଚେର ବହୁତ ବର୍ଷ ଧରି ଲମ୍ବିଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଠକ ସଂସ୍ଥାମାନଙ୍କୁ ଉତ୍ତର ଦାୟୀ କରିବା ପାଇଁ ୧୯୮୬ ମସିହାରେ ଯେଉଁ ଆଇନ ତିଆରି ହେଇଥିଲା, ସେ ଆଇନଟି ଯଥେଷ୍ଟ ଉପଯୋଗୀ ହେଲା ନାହିଁ। ଚିଟଫଣ୍ଡ ଠକେଇରେ ଶିକାର ହୋଇଥିବା ଲୋକମାନଙ୍କୁ ସୁରକ୍ଷା ଦେଇପାରିଲା ନାହିଁ। ଯଦି ସୁରକ୍ଷା ଦେଇଥାଆନ୍ତା ଲୋକେମାନେ ଅସୁବିଧାରେ ସମ୍ମୁଖୀନ ହୋଇ ନଥାନ୍ତେ।

୧୯୮୬ ମସିହାରେ ତିଆରି ହୋଇଥିବା ଆଇନରେ ବହୁତ ଗଳା ବାଟ ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଳାବାଟକୁ ବନ୍ଦ କରିଦେଲେ। ବିଭିନ୍ନ ଷ୍ଟେକ୍‌ ହୋଲଡରଙ୍କ ସହ ଆଲୋଚନା କରିବା ପରେ ସଂସଦରେ ନୂଆ ‘ଉପଭୋକ୍ତା ଆଇନ ୨୦୧୯’ ଆଲୋଚନା ହେଲା। ପରେ ଏହି ଆଇନ ସଂସଦରେ ପାରିତ ହେଲା। ୨୦୨୦ ଜୁଲାଇ ୨୦ ତାରିଖରେ ରାଷ୍ଟ୍ରପତି ଦ୍ୱାରା ସ୍ୱାକ୍ଷରିତ ହେବା ପରେ ବର୍ତ୍ତମାନ ସାରା ଦେଶରେ କାର୍ଯ୍ୟକାରୀ ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।