ଭୁବନେଶ୍ୱରରେ କିସ୍ନାର ଏକ୍ସକ୍ଲୁସିଭ ଆଉଟ୍ଲେଟ୍
ଭୁବନେଶ୍ୱର,୫।୧୦: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ କିସ୍ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲେରିର ଏକ୍ସକ୍ଲୁସିଭ ଆଉଟ୍ଲେଟ୍ ଶୁକ୍ରବାର ଭୁବନେଶ୍ୱରର ନନ୍ଦନକାନରୋଡ୍ଠାରେ ଉଦ୍ଘାଟିତ ହୋଇଯାଇଛି। ଏପରିକି ଓଡ଼ିଶା (ଭୁବନେଶ୍ୱର)ରେ କିସ୍ନାର ପ୍ରଥମ ଶୋ’ରୁମ୍ ହୋଇଥିଲାବେଳେ ଦେଶର ଏହା ୪୧ତମ ଆଉଟ୍ଲେଟ୍ ବୋଲି ହରିକ୍ରିଷ୍ଣା ଗ୍ରୁପ୍ ପକ୍ଷରୁ ସୂଚନା ଦିଆଯାଇଥଲା। ଏହି ଅବସରରେ ହରି କ୍ରିଷ୍ଣା ଗ୍ରୁପ୍ର ପ୍ରତିଷ୍ଠାତା ତଥା ଏମ୍ଡି ଘନଶ୍ୟାମ ଢୋଲକିଆ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କିସ୍ନା ଡାଇମଣ୍ଡ […] The post ଭୁବନେଶ୍ୱରରେ କିସ୍ନାର ଏକ୍ସକ୍ଲୁସିଭ ଆଉଟ୍ଲେଟ୍ appeared first on Dharitri Odia News.
ଭୁବନେଶ୍ୱର,୫।୧୦: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ କିସ୍ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲେରିର ଏକ୍ସକ୍ଲୁସିଭ ଆଉଟ୍ଲେଟ୍ ଶୁକ୍ରବାର ଭୁବନେଶ୍ୱରର ନନ୍ଦନକାନରୋଡ୍ଠାରେ ଉଦ୍ଘାଟିତ ହୋଇଯାଇଛି। ଏପରିକି ଓଡ଼ିଶା (ଭୁବନେଶ୍ୱର)ରେ କିସ୍ନାର ପ୍ରଥମ ଶୋ’ରୁମ୍ ହୋଇଥିଲାବେଳେ ଦେଶର ଏହା ୪୧ତମ ଆଉଟ୍ଲେଟ୍ ବୋଲି ହରିକ୍ରିଷ୍ଣା ଗ୍ରୁପ୍ ପକ୍ଷରୁ ସୂଚନା ଦିଆଯାଇଥଲା। ଏହି ଅବସରରେ ହରି କ୍ରିଷ୍ଣା ଗ୍ରୁପ୍ର ପ୍ରତିଷ୍ଠାତା ତଥା ଏମ୍ଡି ଘନଶ୍ୟାମ ଢୋଲକିଆ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କିସ୍ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲେରିର ନିର୍ଦ୍ଦେଶକ ପରାଗ ଶାହଙ୍କ ସମେତ କିସ୍ନାର ଫ୍ରାଞ୍ଚାଇଜି ପାର୍ଟନର ଅମ୍ରିତ କୁମାର ଅଗ୍ରୱାଲ, ସଞ୍ଜୀବ ହଂସ ଏବଂ ମେହେନ୍ଦି ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ହରି କ୍ରିଷ୍ଣା ଗ୍ରୁପ୍ର ପ୍ରତିଷ୍ଠାତା ତଥା ଏମ୍ଡି ଘନଶ୍ୟାମ ଢୋଲକିଆ କହିଥିଲେ, ପାର୍ବଣ ଋତୁରେ ଆମର ଭୁବନେଶ୍ୱର ଆଉଟ୍ଲେଟ୍ର ଶୁଭାରମ୍ଭକରି ବେଶ୍ ଉତ୍ସାହିତ ଅଛୁ। ଏପରିକି ଏହି ସମ୍ପ୍ରସାରଣ ଆମର ‘ହର୍ ଘର୍ କିସ୍ନା’ ଲକ୍ଷ୍ୟ ସହ ଜଡ଼ିତ ରହିଛି, ଯେଉଁଠାରେ ଆମେ ପ୍ରତ୍ୟେକ ମହିଳାଙ୍କ ହୀରା ଅଳଙ୍କାର କ୍ରୟ କରିବାର ସ୍ବପ୍ନକୁ ପୂରଣ କରି ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଜୁଏଲେରି ବ୍ରାଣ୍ଡ୍ରେ ପରିଣତ ହେବାକୁ ଲକ୍ଷ୍ୟ ରଖିଛୁ।
The post ଭୁବନେଶ୍ୱରରେ କିସ୍ନାର ଏକ୍ସକ୍ଲୁସିଭ ଆଉଟ୍ଲେଟ୍ appeared first on Dharitri Odia News.