ଭୁବନେଶ୍ୱରରେ ପରାକ୍ରମ ଶୋଭାଯାତ୍ରା,୧୦ ଦିନ ପର୍ଯ୍ୟନ୍ତ ଚାଲିବ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଅପରେସନ୍ ସିନ୍ଦୂର ର ସଫଳତାକୁ ନେଇ ସାରା ଦେଶରେ ହେଉଛି ତ୍ରିରଙ୍ଗା ଯାତ୍ରା । ୧୦ ଦିନ ଧରି ଚାଲିବ ଏହି କାର୍ଯ୍ୟକ୍ରମ । ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ତିନିସେନାଙ୍କୁ ସମ୍ମାନ ଜଣାଇବା ଲାଗି ‘ପରାକ୍ରମ ଶୋଭାଯାତ୍ରା’ ଆୟୋଜିତ ହୋଇଛି। ଏଥିଲାଗି ରାଜଧାନୀ ଭୁବନେଶ୍ବରରେ କଳିଙ୍ଗ ଷ୍ଟାଡିୟମ ପରିସରରୁ ମଧ୍ୟ ‘ପରାକ୍ରମ ଶୋଭାଯାତ୍ରା’ ବାହାରିଛି। ଏହାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ […]

ଭୁବନେଶ୍ୱରରେ ପରାକ୍ରମ ଶୋଭାଯାତ୍ରା,୧୦ ଦିନ ପର୍ଯ୍ୟନ୍ତ ଚାଲିବ କାର୍ଯ୍ୟକ୍ରମ
ଭୁବନେଶ୍ୱରରେ ପରାକ୍ରମ ଶୋଭାଯାତ୍ରା,୧୦ ଦିନ ପର୍ଯ୍ୟନ୍ତ ଚାଲିବ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଅପରେସନ୍ ସିନ୍ଦୂର ର ସଫଳତାକୁ ନେଇ ସାରା ଦେଶରେ ହେଉଛି ତ୍ରିରଙ୍ଗା ଯାତ୍ରା । ୧୦ ଦିନ ଧରି ଚାଲିବ ଏହି କାର୍ଯ୍ୟକ୍ରମ । ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ତିନିସେନାଙ୍କୁ ସମ୍ମାନ ଜଣାଇବା ଲାଗି ‘ପରାକ୍ରମ ଶୋଭାଯାତ୍ରା’ ଆୟୋଜିତ ହୋଇଛି। ଏଥିଲାଗି ରାଜଧାନୀ ଭୁବନେଶ୍ବରରେ କଳିଙ୍ଗ ଷ୍ଟାଡିୟମ ପରିସରରୁ ମଧ୍ୟ ‘ପରାକ୍ରମ ଶୋଭାଯାତ୍ରା’ ବାହାରିଛି। ଏହାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସହିତ ବହୁ ପ୍ରମୁଖ ନେତା ଏବଂ ମୁଖ୍ୟ ଶାସନ ସଚିବ, ଡିସିପି ଓ ସିପି ସାମିଲ ହୋଇଥିଲେ ।

ପହଲଗାମ ଆକ୍ରମଣର ପ୍ରତିଶୋଧ ଓ ଅପରେସନ ସିନ୍ଦୂର ଜରିଆରେ ଆତଙ୍କୀଙ୍କ ଉପରେ ଭାରତର ବିଜୟ ଓ ତିନି ସେନାର ବୀରତ୍ବ ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଉଛି । ଭାରତ କିପରି ନିଜ ନାଗରିକଙ୍କୁ ସୁରକ୍ଷିତ ରଖିବା ସହ ବିଶ୍ବରେ ନିଜର ସ୍ବାଭିମାନକୁ ସୁରକ୍ଷିତ ରଖିପାରିଛି ଏହାକୁ ଉପସ୍ଥାପନା କରାଯିବ।

ଆଜି ସକାଳ ୮ଟାରେ କଳିଙ୍ଗ ଷ୍ଟାଡିୟମରେ ରାଲି ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାକୁ ସବୁ ବିଭାଗର ଅଧିକାରୀଙ୍କୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପୂର୍ବରୁ ଚିଠି କରାଯାଇଥିଲା।